ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସର୍ବଭାରତୀୟ ମେୟର ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌‌ଘାଟିତ ମହାନଗରୀଗୁଡିକୁ ଅଧିକ ଜୀବନ୍ତ କରିବାକୁ ମେୟରମାନେ ଅନେକ ପଦକ୍ଷେପ ନେଇପାରିବେ


“ଆଧୁନିକୀକରଣ ଯୁଗରେ ମହାନଗରୀ ଗୁଡିକର କୀର୍ତ୍ତିରାଜିକୁ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ”

“ଆମ ନଗରୀଗୁଡିକୁ ପରିସ୍କାର ଓ ସ୍ୱାସ୍ଥ୍ୟପଦ ରଖିବାକୁ ଆମେ ଉଦ୍ୟମ କରିବା ଦରକାର”

“ସହରୀ ଜୀବନର ମଧ୍ୟକୁ ନଦୀଗୁଡିକୁ ଅଣାଯିବା ଉଚିତ । ଏହା ଆପଣଙ୍କ ସହରକୁ ନୂତନ ଜୀବନ ଦେବ”

“ଆମର ସହରଗୁଡିକ ଆମର ଅର୍ଥନୀତିର ମୂଳପିଣ୍ଡ । ଆମେ ସହରଗୁଡିକୁ ଅର୍ଥନୀତିର ପେଣ୍ଠସ୍ଥଳରେ ପରିଣତ କରିବାକୁ ହେବ”

“ଏମଏସଏମ୍‌ଇକୁ ବିକାଶର ମଡେଲ ବନାଇବା ପାଇଁ ବିଚାରର ଆବଶ୍ୟକତା ରହିଛି”

“ବୈଶ୍ୱିକ ମହାମାରୀ ରାସ୍ତାକଡ ବିକାଳୀମାନଙ୍କ ଗୁରୁତ୍ୱକୁ ସୂଚାଇ ଦେଇଛି । ସେମାନେ ଆମ ଯାତ୍ରାରେ ଅଂଶବିଶେଷ । ଆମେ ସେମାନଙ୍କୁ ପଛରେ ଛାଡିଦେଇପାରିବା ନାହିଁ”

“କାଶୀ ପାଇଁ ପ୍ରସ୍ତାବ ଦେଲେ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କର ପ୍ରଥମ ଛାତ୍ର ହେବି”

“ସର୍ଦ୍ଦାର ପଟେଲ ଅହମ୍ମଦାବାଦର ମେୟର ଥିଲେ ଓ ଦେଶ ତାଙ୍କୁ ଆଜି ମଧ୍ୟ ମନେ ରଖିଛି”

Posted On: 17 DEC 2021 12:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ  ନିକଟରେ ପ୍ରାଚୀନ ବାରଣାସୀଠାରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ କହିଥିଲେ । କାଶୀର ବିକାଶ କିପରି ସମଗ୍ର ଭାରତରେ ମାର୍ଗଦର୍ଶକ ହୋଇପାରିବ ସେ ଦେଇଥିବା ନିଜର ମନ୍ତବ୍ୟକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଅଧିକାଂଶ ମହାନଗରୀ ପାରମ୍ପରିକ କୌଶଳରେ ବିକଶିତ ହୋଇଛି । ଏହି ଆଧୁନିକୀକରଣ ଯୁଗରେ ଏହି ସବୁ ସହରଗୁଡିକରେ କୀର୍ତ୍ତି ରାଜି ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ସହରଗୁଡିକ ଆମକୁ ଆମର ଐତିହ୍ୟର ସଂରକ୍ଷଣ ଓ ସ୍ଥାନୀୟ କୌଶଳ ଶିଖିବାର ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ପରିପାଟି ଭାଙ୍ଗିଦେବା ବଡ କଥା ନୁହେଁ, ବରଂ ପୁର୍ନବିନ୍ୟାସ ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଏଗୁଡିକ କରାଯିବା ଦରକାର ।

ପ୍ରଧାନମନ୍ତ୍ରୀ ସହରମାନଙ୍କ ମଧ୍ୟରେ ସ୍ୱଚ୍ଛତା ପାଇଁ ସୁସ୍ଥ ପ୍ରତିଯୋଗିତା ନିମନ୍ତେ ଆହ୍ୱାନ ଜଣାଇଥିଲେ ଓ କହିଥିଲେ ଯେ ଏଥିରେ ଆଚମ୍ବିତ ମଧ୍ୟ ହେବାରେ ନାହିଁ ଯେ ସହରଗୁଡିକ ଉଭୟ ଶ୍ରେଷ୍ଠ ପ୍ରଦର୍ଶନ ଓ ସ୍ୱଚ୍ଛତା ଉଭୟ ପାଇଁ ନିଜ ନିଜ ମଧ୍ୟରେ ଭବିଷ୍ୟତରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ମଧ୍ୟ ପରିସ୍କାର ଓ ପରିଚ୍ଛନ୍ନତା ସହ ସହରଗୁଡିକର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ  ଆରୋପ କରିଥିଲେ । ସେ ମେୟରମାନଙ୍କୁ ନିଜ ନିଜ ସହରର ୱାର୍ଡଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ପାଇଁ ନିବେଦନ କରିଥିଲେ ।

ସେ ମଧ୍ୟ ମେୟରମାନଙ୍କୁ ଆଜାଦୀ କା ଅମ୍ରିତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମ ବିଷୟବସ୍ତୁ ଥାଇ ରଙ୍ଗୋଲୀ ପ୍ରତିଯୋଗିତା, ସ୍ୱାଧୀନତା ସଂଗ୍ରାମ ଉପରେ ସଙ୍ଗୀତ ପ୍ରତିଯୋଗିତା, ନାନାବାୟା ଗୀତ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମ ଯାହା ସେ ମନ୍ କୀ ବାତ ଓ ତାଙ୍କ ଭାଷଣ ମାଧ୍ୟମରେ ପରାମର୍ଶ  ଦେଇଛନ୍ତି ତାହା କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମେୟରମାନଙ୍କ ସହରର ଜନ୍ମଦିବସ ଖୋଜି ବାହାର କରି ତାହା ପାଳନ କରିବାକୁ କହିଥିଲେ । ନଦୀଗୁଡିକର ଗୌରମମୟ ଐତହ୍ୟିକୁ ସୁଦୂର ପ୍ରସାରୀ କଲେ, ଲୋକମାନେ ଏହା ଦ୍ୱାରା ଗର୍ବିତ ହେବା ସହ ତାହାକୁ ସଫାସୁତୁରା ମଧ୍ୟ ରଖିବେ ।  ନଦୀଗୁଡିକ ସହରୀ ଜୀବନର କେନ୍ଦ୍ରବିନ୍ଦୁ କରାଯିବା ଦରକାର । ଏହା ହେଲେ ଯାଇ ତାହା ଆପଣମାନଙ୍କ ସହରକୁ ନୂଆ ଜୀବନ ଦେବବୋଲି କହିଥିଲେ । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ଅଭିଯାନ ଶକ୍ତିଶାଳୀ କରିବା ପାଇଁ ସେ ମେୟରମାନଙ୍କୁ  କହିଥିଲେ । ବଜ୍ୟବସ୍ତୁରୁ ଧନ ସୃଷ୍ଟି କରିବା ପାଇଁ ପନ୍ଥା ଖୋଜିବା ପାଇଁ ସେ ମେୟରମାନଙ୍କୁ କହିବା ସହ ଆମର ସହରଗୁଡିକ ସ୍ୱଚ୍ଛ ଓ ସୁସ୍ଥ ହେବା ଦରକାର ଓ ସେ ଦିଗରେ ଆମର ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ ।

ରାସ୍ତା ଓ ଘରେ ଏଲଇଡି ବଲର ବହୁଳ ପ୍ରୟୋଗ ଉପରେ ସେ ମେୟରମାନଙ୍କୁ କହିଥିଲେ । ଏହାକୁ ଏକ ଅଭିଯାନଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ଆମେ ସବୁବେଳେ ପ୍ରଚଳିତ ଯୋଜନାଗୁଡିକୁ  ନୂତନ ବ୍ୟବହାର ପାଇଁ  ନେଇ ଆଗକୁ ବଢିବା ଦରକାର । ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ସହରର ସମରଶିକ୍ଷାର୍ଥୀମାନଙ୍କୁ ନେଇ ପ୍ରତିମୂତ୍ତି ଗୁଡିକୁ ସଫାସୁତୁରା କାର୍ଯ୍ୟ କରିବା ସହ ମହାନ୍ ବ୍ୟକ୍ତିମାନଙ୍କ ଉପରେ ତର୍କ ପ୍ରତିଯୋଗିତା କରିବାକୁ ମେୟରମାନଙ୍କୁ କହିଥିଲେ । ମେୟରମାନେ ସହରରେ ସ୍ଥାନ ଚିହ୍ନଟ କରି କୀର୍ତ୍ତିରାଜି ସ୍ଥାପନ ପିପିପି ମୋଡରେ କରିବାକୁ ପରାମର୍ଶ ଦେଇଥିଲେ । ସହରୀ ଜୀବନର ବିଭିନ୍ନ ସମସ୍ୟାକୁ ନେଇ ଜନସାଧାରଣଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିବାକୁ କହିଥିଲେ । ସାଧାରଣ ପରିବହନ ବ୍ୟବସ୍ଥାର ସଦୁପଯୋଗ ନେଇ ସେ ପରାମର୍ଶ ଦେଇ ଦେବାସହ ମେୟରମାନେ ସୁଗମ୍ୟ ଭାରତ ଅଭିଯାନ ଅନୁସାରେ ସହରଗୁଡିକୁ ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ ଉପଯୋଗ କରିବାକୁ  ମଧ୍ୟ କହିଥିଲେ ।

ସେ କହିଥିଲେ ଆମର ସହରଗୁଡିକ ଆମ ଅର୍ଥନୀତିର ମୂଳପିଣ୍ଡ । ଆମ ସହରଗୁଡିକୁ ଅର୍ଥନୀତିକ ବ୍ୟବସ୍ଥାର ପେଣ୍ଠସ୍ଥଳ କରିବାକୁ ହେବ ।ସେ ସେମାନଙ୍କୁ ସାମଗ୍ରୀକ ବ୍ୟବସ୍ଥା ଦ୍ୱାରା ସମସ୍ତ ସୁବିଧା ଏପରି ବିକଶିତ ହେବ ଯାହା ଆର୍ଥିକ କାର୍ଯ୍ୟକଳାପଗୁଡିକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ ।

ଏମଏସ୍‌ଏମଇକୁ ବିକାଶର ମଡେଲ ଭାବେ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଦୃଢ ଯୁକ୍ତି ବାଢିଥିଲେ । ରାସ୍ତାକଡ ବିକ୍ରେତାମାନେ ଆମ ଯାତ୍ରାର ସହଯାତ୍ରୀ । ସବୁବେଳେ ଆମେ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କ ପାଇଁ ଆମେ ପିଏମ୍ ସ୍ୱନିଧି ଯୋଜନା ପ୍ରବର୍ତ୍ତନ କରିଛୁ । ଏହି ଯୋଜନା ଖୁବ ଭଲ । ଆପଣମାନଙ୍କ ସହରରେ ଏହାର ତାଲିକା ବନାଇ ସେମାନଙ୍କୁ ମୋବାଇଲ ଫୋନ ଦେଣନେଣ ପାଇଁ ଶିକ୍ଷା ଦିଅନ୍ତୁ । ଏଗୁଡିକ ବ୍ୟାଙ୍କ ଅର୍ଥ ପ୍ରଦାନ ଦିଗରେ ବେଶ୍ ସହାୟକ ହେବବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୈଶ୍ୱିକ ମହାମାରୀ କାଳରେ ସେମାନଙ୍କ ଗୁରୁତ୍ୱ ବେଶ୍ ଉପଲବ୍ଧ ହୋଇଥିଲା ।

କାଶୀର ବିକାଶ ଲାଗି ମେୟରମାନଙ୍କୁ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ମୁଁ ଆପଣମାନଙ୍କ ପ୍ରସ୍ତାବ ପାଇଁ କୃତଜ୍ଞ ରହିବି ଓ ମୁଁ ଆପଣମାନଙ୍କ ପ୍ରଥମ ବିଦ୍ୟାର୍ଥୀ ହେବି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଅହମ୍ମଦାବାଦର ପ୍ରଥମ ମେୟର ଥିଲେ ଓ ଦେଶବାସୀ ତାଙ୍କୁ ଏବେ ବି ମନେ ରଖିଛନ୍ତି । ମେୟର ପଦବୀ ଏକ ଅର୍ଥପୂର୍ଣ୍ଣ ରାଜନୀତିକ ପେଶା ପାଇଁ ଉତ୍ତମ ସୋପାନ ଯାହାଦ୍ୱାରା ଆପଣ ଦେଶବାସୀଙ୍କ ସେବା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

****

SM / SLP



(Release ID: 1783173) Visitor Counter : 163