କ୍ୟାବିନେଟ

ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ଅପରାଧିକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା ସମ୍ବନ୍ଧିତ ସନ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

Posted On: 15 DEC 2021 4:05PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଭାରତ ଏବଂ ପୋଲାଣ୍ଡ ଗଣରାଜ୍ୟର ସରକାର ମଧ୍ୟରେ ଅପରାଧିକ ମାମଲାରେ ପରସ୍ପର ଆଇନଗତ ସହାୟତା ସମ୍ବନ୍ଧିତ ସନ୍ଧିକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ପରସ୍ପର ଆଇନଗତ ସହାୟତା ମାଧ୍ୟମରେ ଆତଙ୍କବାଦ ସମ୍ବନ୍ଧିତ ଅପରାଧ ସମେତ ଅନ୍ୟ ଅପରାଧଗୁଡ଼ିକର ଅନୁସନ୍ଧାନ ଏବଂ ଅଭିଯୋଜନରେ ଉଭୟ ଦେଶର କ୍ଷମତା ଏବଂ ପ୍ରଭାବଶୀଳତାରେ ବୃଦ୍ଧି କରିବା ଅଟେ।

ଲାଭ :

ଏହି ସନ୍ଧିର ଉଦ୍ଦେଶ୍ୟ ଆପରାଧିକ ମାମଲାରେ ସହଯୋଗ ଏବଂ ପାରସ୍ପରିକ ଆଇନଗତ ସହାୟତା ମାଧ୍ୟମରେ ଅପରାଧର ଯାଞ୍ଚ ଏବଂ ଅଭିଯୋଜନରେ ଉଭୟ ଦେଶର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା। ଆନ୍ତର୍ଜାତିକ ଅପରାଧ ଏବଂ ଆତଙ୍କବାଦ ସହିତ ଏହାର ସମ୍ପର୍କ ସନ୍ଦର୍ଭରେ, ପ୍ରସ୍ତାବିତ ସନ୍ଧି, ଅପରାଧର ଯାଞ୍ଚ ଏବଂ ଅଭିଯୋଜନ ସହିତ ଅପରାଧର ବୃଦ୍ଧି, ଏହାର ସହାୟକ ଉପକରଣ ତଥା ଆତଙ୍କବାଦୀ କାର୍ଯ୍ୟର ଆର୍ଥିକ ସହାୟତା ସମ୍ପର୍କିତ ଅର୍ଥର ଚିହ୍ନଟ କରିବା, ରୋକିବା ଏବଂ ଜବତ କରିବାରେ ପୋଲାଣ୍ଡ ସହିତ ଦ୍ବିପାକ୍ଷୀୟ ସହଯୋଗ ପାଇଁ ଏକ ବ୍ୟାପକ ଆଇନଗତ ଢାଞ୍ଚା ପ୍ରଦାନ କରିବ।

ଏହି ସନ୍ଧିରେ ସ୍ବାକ୍ଷର ଓ ଅନୁମୋଦନ ପରେ, ସିଆରପିସି 1973 ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁସାରେ ଉପଯୁକ୍ତ ରାଜପତ୍ର ଅଧିସୂଚନା ଜାରି କରାଯିବ ଯଦ୍ବାରା ଭାରତରେ ସନ୍ଧିର ବ୍ୟବସ୍ଥାକୁ ଫଳପ୍ରଦ ଭାବରେ ଲାଗୁ କରାଯାଇପାରିବ। ରାଜପତ୍ର ଅଧିସୂଚନା ସରକାରୀ କାର୍ଯ୍ୟକ୍ଷେତ୍ର ବାହାରେ, ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ରହିଛି ଏବଂ ଏହି ସନ୍ଧି ଆପରାଧିକ ମାମଲାରେ ପରସ୍ପର ଆଇନଗତ ସହାୟତା ସନ୍ଦର୍ଭରେ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଅଧିକ ସଚେତନତା ଏବଂ ପାରଦର୍ଶିତା ପ୍ରଦାନ କରିବ।

ଏହା ପୋଲାଣ୍ଡ ସମ୍ପର୍କିତ ଆପରାଧିକ କାର୍ଯ୍ୟର ନିୟନ୍ତ୍ରଣରେ ଭାରତର ପ୍ରଭାବଶୀଳତାକୁ ବୃଦ୍ଧି କରିବ। ଗୋଟିଏ ଥର ଏହା କାର୍ଯ୍ୟକ୍ଷମ ହେବା ପରେ, ସନ୍ଧି ମାଧ୍ୟମରେ ସଙ୍ଗଠିତ ଅପରାଧ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ଇନପୁଟ୍ ଏବଂ ଉନ୍ନତ ସୂଚନା ପ୍ରାପ୍ତ କରିବାରେ ସହାୟତା ମିଳିବ। ଏହା ସହିତ ଏହାର ବ୍ୟବହାର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିତୀଗତ ନିଷ୍ପତ୍ତିକୁ ଉନ୍ନତ କରିବା ପାଇଁ ମଧ୍ୟ କରାଯାଇପାରିବ।

BS



(Release ID: 1781920) Visitor Counter : 180