ନିର୍ବାଚନ ଆୟୋଗ

ଇଣ୍ଟରନାସନାଲ ଇନଷ୍ଟିଚ୍ୟୁଟ ଫର ଡେମୋକ୍ରେସି ଏବଂ ଇଲୋକ୍ଟୋରାଲ ଆସିଷ୍ଟସ୍ (ଆଇଡିଇଏ)ର ପରାମର୍ଶଦାତା ବୋର୍ଡରେ ସାମିଲ ହେଲେ ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ସୁନିଲ ଆରୋରା se

Posted On: 07 DEC 2021 2:37PM by PIB Bhubaneshwar

ଭାରତର ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ସୁନିଲ ଆରୋରାଙ୍କୁ ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଏବଂ ନିର୍ବାଚନ ସହାୟତା ସଂସ୍ଥାନ (ଆଇଡିଇଏ)ର ପରାମର୍ଶଦାତା ବୋର୍ଡରେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି । ଶ୍ରୀ ସୁନିଲ ଆରୋରାଙ୍କର ଅନ୍ତରାଷ୍ଟ୍ରୀୟ ସଂସ୍ଥାନ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ସମୃଦ୍ଧ ନେତୃତ୍ୱ ଅନୁଭବ, ଜ୍ଞାନ ଏବଂ କୌଶଳ ରହିଛି । ସଂସ୍ଥାନକୁ ୧୫ ସଦସ୍ୟ ବିଶିଷ୍ଟ ପରାମର୍ଶଦାତା ବୋର୍ଡ ଦ୍ୱାରା ସହାୟତା ପ୍ରଦାନ କରାଯାଇଥାଏ ଯେଉଁଥିରେ ବିଭିନ୍ନ ପ୍ରକାରର ପୃଷ୍ଠଭୂମିରୁ ଆସିଥିବା ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଶେଷଜ୍ଞ ସାମିଲ ରହିଥାନ୍ତି ।

ଇଣ୍ଟରନାସନାଲ ଇନଷ୍ଟିଚିଟୁ ଫର ଡେମୋକ୍ରେସି ଏବଂ ଇଲେକ୍ଟୋରାଲ ଆସିଷ୍ଟସ୍ (ଇଣ୍ଟରନାସନାଲ ଆଇଡିଇଏ) ୧୯୯୫ରେ ସ୍ୱିଡେନର ଷ୍ଟକହୋମ ଠାରେ ସ୍ଥାପିତ ଏକ ଅନ୍ତ ସରକାରୀ ସଂଗଠନ ଅଟେ, ଯାହାର ଲକ୍ଷ୍ୟ ସମଗ୍ର ଦେଶରେ ସ୍ଥାୟୀ ଲୋକତନ୍ତ୍ରର ସମର୍ଥନ କରିବା । ଇଣ୍ଟରନାସନାଲ ଆଇଡିଇଏରେ ବର୍ତ୍ତମାନ ୩୪ ସଦସ୍ୟ ଦେଶ ରହିଛନ୍ତି, ଯେଉଁଥିରେ ସମସ୍ତ ମହାଦ୍ୱୀପ ଗୁଡ଼ିକର ବଡ଼ ଏବଂ ଛୋଟ, ପୁରୁଣା ଏବଂ ନୂଆ ଲୋକତନ୍ତ୍ର ସାମିଲ ରହିଛି। ଭାରତ ଆଇଡିଇଏର ସଂସ୍ଥାପକ ସଦସ୍ୟମାନଙ୍କ ମଧ୍ୟରେ ଅନ୍ୟତ । ଶ୍ରୀ ସୁନିଲ ଅରୋଡା ୨ ଡିସେମ୍ବର ୨ଠ୧୮ରୁ ୧୨ ଅପ୍ରେଲ ୨ଠ୨୧ ପର୍ଯ୍ୟନ୍ତ ଭାରତର ୨୩ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ । ଶ୍ରୀ ଅରୋଡା ଭାରତର ନିର୍ବାଚନ ଆୟୁକ୍ତ ଭାବରେ ୧ ସେପ୍ଟେମ୍ବର ୨ଠ୧୭ରେ ଭାରତ ନିର୍ବାଚନ ଆୟୋଗରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆୟୋଗରେ ତାଙ୍କର ୪୨ ମାସରୁ ଉଦ୍ଧ୍ୱର୍ କାର୍ଯ୍ୟକାଳ ମଧ୍ୟରେ, ଆୟୋଗ ୨ଠ୧୯ରେ ୧୭ତମ ଲୋକସଭାର ସାଧାରଣ ନିର୍ବାଚନ ଏବଂ ୨୪ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ସହିତ ଉପ-ନିର୍ବାଚନ ଏବଂ ଦ୍ୱିବାର୍ଷିକ ନିର୍ବାଚନ ସଫଳତାପୂର୍ବକ କରାଇଥିଲେ । ୧୯୮ଠ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ଅରୋଡା ଏହା ପୂର୍ବରୁ ଭାରତ ସରକାର ଏବଂ ରାଜସ୍ଥାନ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ବିଭାଗଗୁଡ଼ିକରେ ନେତୃତ୍ୱ ନେଇଥିଲେ ।

ଶ୍ରୀ ସୁନିଲ ଅରୋଡାଙ୍କ ନେତୃତ୍ୱରେ, ଭାରତର ନିର୍ବାଚନ ଆୟୋଗ ୯୩ଠ ମିଲିଅନରୁ ଉଦ୍ଧ୍ୱର୍ ମତଦାତାମାନଙ୍କର ଏକୀକୃତ ଡାଟାବେସ ଏବଂ ଏକ ରାଷ୍ଟ୍ର ବ୍ୟାପୀ ହେଲ୍ପଲାଇନ ୧୯୫ଠ ତିଆରି କରି ଆମର ଡିଜିଟାଲ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ସିଟିଜେନ ଭିଜିନ ସହାୟତା ପାଇଁ ସେ ଏକ ନବନ୍ମେଷୀ ଉପକରଣ- ସିଭିଜିନ ଆପର ପ୍ରଚଳନ କରିଥିଲେ । ଏହା ଏପରି ଏକ ଉପକରଣ ଅଟେ ଯେ ନିର୍ବାଚନ ହେଉଥିବା ସ୍ଥାନରେ ନାଗରିକମାନଙ୍କୁ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ମାମଲାର ରିପୋର୍ଟ କରିବାରେ ସକ୍ଷମ ହୋଇଥାଏ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ନିଜ ଘରୁ ଭୋଟ ଦେବାରେ ସକ୍ଷମ କରିବାକୁ ଡାକ ମତ ପତ୍ର ସୁବିଧା ପ୍ରଦାନ କରିବାରେ ଶ୍ରୀ ଅରୋଡାଙ୍କର ବ୍ୟକ୍ତିଗତ ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଇଛି । ସେ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ ନିର୍ବାଚନକୁ ସୁଗମ ଏବଂ ସମାବେଶୀ କରିବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକୁ ସର୍ବନିମ୍ନ ସୁବିଧାଗୁଡ଼ିକ ସହିତ ମତଦାନ କେନ୍ଦ୍ରଗୁଡ଼ିକୁ ତଳ ମହଲାକୁ ସ୍ଥାନାନ୍ତରିତ କରାଯାଉ । ଇଲେଟ୍ରୋନିକ ମାଧ୍ୟମରେ ପ୍ରେସିତ ଡାକ ମତ ପତ୍ର ମଧ୍ୟ ସଶସ୍ତ୍ର ସୈନିକମାନଙ୍କ ପାଇଁ ନିଜର ପୋଷ୍ଟିଂ ସ୍ଥାନରୁ ଭୋଟ ଦେବା ପାଇଁ ଏକ ଉପଯୋଗୀ ସୁବିଧା ପ୍ରସ୍ତୁତ କରିଥିଲେ ।

ସମଗ୍ର ବିଶ୍ୱରେ ଥିବା ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକ ମଧ୍ୟରେ ପାରସ୍ପରିକ ଜ୍ଞାନ ବଣ୍ଟନ ଦ୍ୱାରା ଏକ ସଘନ ଏବଂ ସଶକ୍ତ ଗଣତନ୍ତ୍ର ପ୍ରତିଷ୍ଠା ବିଶ୍ୱାସ କରିବା ଉପରେ ଭାରତୀୟ ନିର୍ବାଚନ ଆୟୋଗ ବିଶ୍ୱାସ କରେ । ଶ୍ରୀ ଅରୋଡାଙ୍କର କାର୍ଯ୍ୟକାଳ ମଧ୍ୟରେ ଆସୋସିଏସନ ଅଫ ୱାର୍ଲ୍ଡ ଇଲେକ୍ସନ ବଡିଜ (ଏଡବ୍ଲୁ୍ୟଇବି) ଏବଂ ଫୋରମ ଅଫ ଦ ଇଲେକ୍ସନ ମ୍ୟାନେଜମେଣ୍ଟ ବଡିଜ ଅଫ ସାଉଥ ଏସିଆ (ଏଫଇଏମବିଓଏସଏ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳରେ ଭାରତୀୟ ନିର୍ବାଚନ ଆୟୋଗର ଦକ୍ଷତା ବୃଦ୍ଧି ସୁନିଶ୍ଚିତ କରିଥିଲେ । ଇଣ୍ଡିଆ ଇଣ୍ଟରନାସନାଲ ଇନଷ୍ଟିଚିଟୁ ଅଫ ଡେମେକ୍ରେସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ, ନୂଆଦିଲ୍ଲୀର ଇଏମଭିର ସଦସ୍ୟମାନଙ୍କ ମଧ୍ୟରେ ସର୍ବୋତ୍ତବ ବ୍ୟବସ୍ଥା ଓ କ୍ଷମତା ନିର୍ମାଣ ବାଣ୍ଟିବା ପାଇଁ ଏକ ଇ-ୱେବ ସ୍ଥାପନ କରାଯାଇଛି ।

 

NS / MB



(Release ID: 1779238) Visitor Counter : 205