ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଟିକାକରଣ ଅଭିଯାନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 06 DEC 2021 10:35AM by PIB Bhubaneshwar

ଭାରତର ଟିକାକରଣ ଅଭିଯାନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ଭାରତର ୫୦ ପ୍ରତିଶତରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇ ସାରିଲାଣି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମଣ୍ଡାଭିୟାଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଟିକାକରଣ ଅଭିଯାନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କୋଭିଡ-୧୯ ବିରୋଧରେ ଲଢେଇକୁ ମଜବୁତ କରିବା ପାଇଁ ଏହି ଗତିଶୀଳତା ବଜାୟ ରହିବା ଜରୁରୀ ।

ଆଉ ହଁ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି କୋଭିଡ-୧୯ ସହ ଜଡିତ ସମସ୍ତ ପ୍ରୋଟୋକଲ ସଦାସର୍ବଦା ପାଳନ କରନ୍ତୁ ।”

SR



(Release ID: 1778611) Visitor Counter : 182