ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ୧ କୋଟି ୧୪ ଲକ୍ଷ ୬ ହଜାର ଆବାସ ମଞ୍ଜୁର


୮୯.୩୬ ଲକ୍ଷ ଆବାସ ନିର୍ମାଣ ଆରମ୍ଭ ଏବଂ ୫୨.୫୫ ଲକ୍ଷ ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହସ୍ତାନ୍ତର ହୋଇସାରିଛି

ଓଡ଼ିଶା ପାଇଁ ୧ ଲକ୍ଷ ୭୭ ହଜାର ୫୨୮ଟି ଆବାସ ପ୍ରକଳ୍ପ ମଞ୍ଜୁର; ୧ ଲକ୍ଷ ୩୬ ହଜାର ୨୦୫ଟି ଆବାସ କାମ ଆରମ୍ଭ ଏବଂ ୯୮ ହଜାର ୨୦୩ଟି ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହସ୍ତାନ୍ତର ହୋଇସାରିଛି

Posted On: 29 NOV 2021 2:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଚାହିଦା ସର୍ବେକ୍ଷଣ କରାଯାଇଥିଲା ଏବଂ ସହରାଞ୍ଚଳରେ ୧ କୋଟି ୧୨ ଲକ୍ଷ ୨୪ ହଜାର ଆବାସ ନିର୍ମାଣର ଚାହିଦା ରହିଥିବା ଆକଳନ କରାଯାଇଥିଲା। ଏହା ତୁଳନାରେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୧୪ ଲକ୍ଷ ୬ ହଜାର ଆବାସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମଞ୍ଜୁରି ହାସଲ କରିଥିବା ଆବାସ ମଧ୍ୟରୁ ୮୯ ଲକ୍ଷ ୩୬ ହଜାର ଆବାସ ନିର୍ମାଣ କାମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୫୨ ଲକ୍ଷ ୫୫ ହଜାରଟି ଆବାସ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଅନୁରୂପ ଭାବେ ଓଡ଼ିଶା ପାଇଁ ୧ ଲକ୍ଷ ୭୭ ହଜାର ୫୨୮ଟି ଆବାସ ପ୍ରକଳ୍ପ ମଞ୍ଜୁର କରାଯାଇଛି। ୧ ଲକ୍ଷ ୩୬ ହଜାର ୨୦୫ଟି ଆବାସ କାମ ଆରମ୍ଭ ହୋଇଛି ଏବଂ ୯୮ ହଜାର ୨୦୩ଟି ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ମଞ୍ଜୁରି ପାଇଥିବା ସମସ୍ତ ପ୍ରକଳ୍ପ/ଆବାସ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦିଆଯାଇଛି।  ନିମ୍ନ ସଂଲଗ୍ନ କ-୧ରେ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ମଞ୍ଜୁର ହୋଇଥିବା, ନିର୍ମାଣ କାମ ଆରମ୍ଭ ହୋଇଥିବା ଏବଂ କାମ ସମ୍ପୂର୍ଣ୍ଣ କିମ୍ବା ହସ୍ତାନ୍ତର କରାଯାଇଥିବା ଆବାସ ପ୍ରକଳ୍ପର ବିବରଣୀ ପ୍ରଦାନ କରାଯାଇଛି।

ସମସ୍ତଙ୍କ ପାଇଁ ଆବାସ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ) ଅଧୀନରେ ଘର ଚାହିଦାକୁ ପୂରଣ କରିବା ଲାଗି ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ଉପଲବ୍ଧି ଏଠାରେ ଉଲ୍ଲେଖ କରାଯାଇଛି।

(୨୨ ନଭେମ୍ବର, ୨୦୨୧ ସୁଦ୍ଧା ପ୍ରାପ୍ତ ତଥ୍ୟ)

 

 

 

କ୍ରଂସଂ

 

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନାମ

ଆବାସ ନିର୍ମାଣରେ ଭୌତିକ ପ୍ରଗତି (ସଂଖ୍ୟା)

ମଞ୍ଜୁର

କାମ ଆରମ୍ଭ*

ସମ୍ପୂର୍ଣ୍ଣ/ହସ୍ତାନ୍ତର*

1

 

ରାଜ୍ୟ

ଆନ୍ଧ୍ର ପ୍ରଦେଶ

20,40,390

16,47,867

4,77,966

2

ବିହାର

3,64,416

2,21,222

94,254

3

ଛତିଶଗଡ଼

2,99,376

2,30,050

1,45,475

4

ଗୋଆ

4,154

4,096

4,096

5

ଗୁଜରାଟ

8,59,321

7,85,737

6,22,734

6

ହରିୟାଣା

2,86,315

79,651

46,122

7

ହିମାଚଳ ପ୍ରଦେଶ

12,681

12,967

6,185

8

ଝାଡ଼ଖଣ୍ଡ

2,34,774

1,91,467

1,06,060

9

କର୍ଣ୍ଣାଟକ

6,93,504

4,68,896

2,52,082

10

କେରଳ

1,40,439

1,24,653

1,01,721

11

ମଧ୍ୟ ପ୍ରଦେଶ

8,64,747

7,76,630

4,65,520

12

ମହାରାଷ୍ଟ୍ର

13,52,080

7,94,941

5,26,603

13

ଓଡ଼ିଶା

1,77,528

1,36,205

98,203

14

ପଞ୍ଜାବ

1,10,880

94,798

46,543

15

ରାଜସ୍ଥାନ

2,21,268

1,64,761

1,38,880

16

ତାମିଲନାଡ଼ୁ

7,19,813

6,23,523

4,48,937

17

ତେଲଙ୍ଗାନା

2,27,364

2,38,755

2,08,340

18

ଉତ୍ତର ପ୍ରଦେଶ

17,33,672

14,23,139

9,71,143

19

ଉତ୍ତରାଖଣ୍ଡ

46,821

31,094

21,638

20

ପଶ୍ଚିମବଙ୍ଗ

5,32,225

4,52,377

2,78,650

ସର୍ବମୋଟ(ରାଜ୍ୟ):-

109,21,768

85,02,829

50,61,152

21

 

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ

ଅରୁଣାଚଳ ପ୍ରଦେଶ

7,430

8,026

3,685

22

ଆସାମ

1,37,847

1,09,041

33,168

23

ମଣିପୁର

53,537

38,336

5,640

24

ମେଘାଳୟ

5,333

3,863

1,730

25

ମିଜୋରାମ

39,872

25,388

4,704

26

ନାଗାଲାଣ୍ଡ

34,228

31,826

6,789

27

ସିକ୍କିମ

637

640

344

28

ତ୍ରିପୁରା

92,128

69,830

53,142

ସର୍ବମୋଟ (ଉତ୍ତର ପୂର୍ବାଞ୍ଚଳ ରାଜ୍ୟ):-

3,71,012

2,86,950

1,09,202

29

 

କେନ୍ଦ୍ର ଶାସିତ ପ୍ରଦେଶ

ଆଣ୍ଡାମାନ ଓ ନିକୋବାର ଦ୍ଵିପସମୂହ

602

602

43

30

ଚଣ୍ଡିଗଡ଼

1,580

6,540

6,540

31

ଦାଦ୍ରା ଓ ନଗର ହାଭେଳୀ ଓ ଡାମନ ଡିଉ

8,172

7,740

5,515

32

ଦିଲ୍ଲୀ (ଏନସିଆର)

25,930

66,510

49,910

33

ଜମ୍ମୁ ଓ କଶ୍ମୀର 

56,218

44,178

11,160

34

ଲଦାଖ

1,373

1,062

502

35

ଲାକ୍ଷାଦ୍ବୀ

-

-

-

36

ପୁଡୁଚେରୀ

14,942

15,546

6,601

ସର୍ବମୋଟ(କେନ୍ଦ୍ର ଶାସିତ ପ୍ରଦେଶ):-

1,08,817

1,42,178

80,271

ସର୍ବମୋଟ^:-

114.06ଲକ୍ଷ

89.36 ଲକ୍ଷ

52.55 ଲକ୍ଷ

 

ସିଏଲଏସଏସ ଅଧୀନରେ ହିତାଧିକାରୀମାନଙ୍କ ପାଇଁ 4115ଟି ଆବାସକୁ ନିକଟରେ ଜାରି ହୋଇଥିବା ସବସିଡି ସାମିଲ ରହିଛି।

*ପୂର୍ବରୁ ଏନୟୁଆରଏମରେ ସମ୍ପୂର୍ଣ୍ଣ ହୋଇଥିବା ଆବାସ ସାମିଲ ରହିଛି।

ରାଜ୍ୟସଭାରେ ଆଜି ଏକ ଲିଖିତ ଉତ୍ତର ଜରିଆରେ ଏହି ସୂଚନା ଦେଇଛନ୍ତି ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୌଶଳ କିଶୋର।

 

******

P.S

 



(Release ID: 1776189) Visitor Counter : 231