ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏନସିସି ଦିବସ ଅବସରରେ ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ଏନସିସି ଆଲୁମନାଇ ସଙ୍ଘକୁ ସମୃଦ୍ଧ କରିବା ପାଇଁ ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଅନୁରୋଧ

Posted On: 28 NOV 2021 5:12PM by PIB Bhubaneshwar

ଏନସିସି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସାରା ଦେଶର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ଦେବା ସହ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନେଇ ସଙ୍ଘକୁ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

ଏନସିସି ଦିବସର ଶୁଭେଚ୍ଛା । ଏକତା ଓ ଅନୁଶାସନ ଆଦର୍ଶ ଦ୍ୱାରା ପ୍ରେରିତ ଏନସିସି ଭାରତୀୟ ଯୁବ ପୀଢିଙ୍କୁ ସେମାନଙ୍କ ପ୍ରକୃତ ଦକ୍ଷତାକୁ ବୁଝାଇବା ତଥା ଦେଶ ନିର୍ମାଣରେ ଯୋଗଦାନ କରିବାକୁ ସୁଯୋଗ ପ୍ରଦାନ କରିଥାଏ । ଚଳିତ ବର୍ଷ ଜାନୁୟାରୀରେ ଏନସିସି ରାଲି ଅବସରରେ ଦେଇଥିବା ବକ୍ତବ୍ୟ ଉପସ୍ଥାପିତ କରୁଛି ।

କିଛି ଦିନ ପୂର୍ବେ ଝାନସି ଠାରେ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଅବସରରେ ଏନସିସି ଆଲୁମନାଇ ସଙ୍ଘର ପ୍ରଥମ ସଦସ୍ୟ ଭାବେ ପଞ୍ଜିକୃତ ହେବାର ଗୌରବ ମିଳିଥିଲା । ଏନସିସି ସହ ଜଡିତ ସମସ୍ତଙ୍କୁ ଏକାଠି କରିବାକୁ ଆଲୁମନାଇ ସଙ୍ଘ ଗଠନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ।

ସାରା ଭାରତର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି ସେମାନେ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ପ୍ରଦାନ କରି ସମୃଦ୍ଧ କରନ୍ତୁ ଓ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ଏନସିସି ଅଭିଜ୍ଞତାକୁ ଅଧିକ ପ୍ରାଣବନ୍ତ ଓ ସାର୍ଥକ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । https://t.co/CPMGLryRXX

SR



(Release ID: 1775925) Visitor Counter : 157