ରେଳ ମନ୍ତ୍ରଣାଳୟ
ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ‘ଭାରତ ଗୌରବ ଟ୍ରେନ’ର ଶୁଭାରମ୍ଭର ଘୋଷଣା କରିଛନ୍ତି
ଭାରତ ଗୌରବ ଟ୍ରେନ ମାଧ୍ୟମରେ ଭାରତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍କୃଷ୍ଟ ଐତିହାସିକ ସ୍ଥାନକୁ ଭାରତର ତଥା ବିଶ୍ବର ଲୋକମାନଙ୍କୁ ପ୍ରଦର୍ଶିତ କରାଯିବ
ଭାରତର ବିଶାଳ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ସହାୟକ ହେବ
ସେବା ପ୍ରଦାନକାରୀ ପର୍ଯ୍ୟଟକମାନଙ୍କୁ ସମନ୍ବିତ ପ୍ୟାକେଜ୍ ପ୍ରଦାନ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
23 NOV 2021 3:57PM by PIB Bhubaneshwar
ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ବିଷୟବସ୍ତୁଭିତ୍ତିକ ପର୍ଯ୍ୟଟକ ସର୍କିଟ୍ ଟ୍ରେନ୍ ଭାରତ ଗୌରବ ଟ୍ରେନର ଶୁଭାରମ୍ଭର ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ ଏହି ଟ୍ରେନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦୀଙ୍କ ସ୍ବପ୍ନ ପୂରଣ ହେବ ଓ ଭାରତ ତଥା ବିଶ୍ବର ପର୍ଯ୍ୟଟକମାନେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍କୃଷ୍ଟ ଐତିହାସିକ ସ୍ଥାନକୁ ଦେଖିପାରିବେ। ସେ ପୁନଶ୍ଚ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରର ପେଶାଦାରଙ୍କ ଦ୍ବାରା ପର୍ଯ୍ୟଟନ ସର୍କିଟର ବିକାଶ ହୋଇପାରିବ ଓ ଭାରତରେ ଥିବା ବୃହତ ପର୍ଯ୍ୟଟନ ସମ୍ଭାବନାକୁ ଏହି ଥିମ-ଭିତ୍ତିକ ଟ୍ରେନ ଦ୍ବାରା ବିକାଶ କରାଯାଇ ପାରିବ।

ସମ୍ଭାବନା :
- ସେବା ପ୍ରଦାନକାରୀ ଟ୍ରେନର ବିଷୟବସ୍ତୁ ଚୟନ କରିବା ପାଇଁ ମୁକ୍ତ ଅଟନ୍ତି ଯଥା ଗୁରୁ କ୍ରିପା ଟ୍ରେନ୍ ଯାହାକି ଶିଖ ସଂସ୍କୃତିକୁ ଅନ୍ତର୍ଭୁକ୍ତ କରିବ, ରାମାୟଣ ଟ୍ରେନ ଯାହାକି ପ୍ରଭୁ ଶ୍ରୀରାମଙ୍କ ସହିତ ସଂପୃକ୍ତ ଥିବା ସ୍ଥାନ ଗୁଡ଼ିକୁ ସଂଯୁକ୍ତ କରିବ।
- ସେବା ପ୍ରଦାନକାରୀ ଏକ ସମନ୍ବିତ ପ୍ୟାକେଜ ପ୍ରଦାନ କରିବେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିବ ରେଳ ଯାତ୍ରା, ହୋଟେଲ ରହଣୀ, ସାଇଟସିଂ ବ୍ୟବସ୍ଥା, ଐତିହାସିକ ସ୍ଥାନକୁ ପରିଦର୍ଶନ, ଟୁର ଗାଇଡ୍ ଇତ୍ୟାଦି।
- ସେବା ପ୍ରଦାନର ସ୍ତର ଉପରେ ନିର୍ଭର କରି ପ୍ୟାକେଜ୍ ମୂଲ୍ୟ ନିର୍ଦ୍ଧାରଣ କରିବାର ସମ୍ପୂର୍ଣ୍ଣ ନମନୀୟତା ରହିବ
- ଗ୍ରାହକଙ୍କ ପ୍ରକାର, ବିଭିନ୍ନ ବିଭାଗ ଯଥା ଲକଜୁରୀ, ବଜେଟ୍ ଇତ୍ୟାଦି ଉପରେ ନିର୍ଭର କରି କୋଚ ନିର୍ଦ୍ଧାରଣ କରିବା ବ୍ୟବସ୍ଥା
- ବିଷୟବସ୍ତୁ ଉପରେ ନିର୍ଭର କରି କୋଚର ଆଭ୍ୟନ୍ତରୀଣ ଭାଗକୁ ଡିଜାଇନ୍/ ଫର୍ଣ୍ଣିସ କରିବାର ସ୍ବାଧୀନତା
- ଟ୍ରେନର ଭିତରେ ଓ ବାହାରେ ବ୍ରାଣ୍ଡିଂ ଓ ବିଜ୍ଞାପନ ପାଇଁ ଅନୁମତି
- ଟ୍ରେନରେ 14 ରୁ 20 ଟି କୋଚ୍ ରହିବ ଯେଉଁଥିରେ 2 ଟି ଏସଏଲ୍ଆର (ଗାର୍ଡ଼ ଭ୍ୟାନ) ଅନ୍ତର୍ଭୁକ୍ତ
ପ୍ରକ୍ରିୟା :
- ସହଜିଆ ଗୋଟିଏ ସୋପାନରେ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା। ପଞ୍ଜୀକରଣ ଫି ଟ.1 (ଏକ) ଲକ୍ଷ ମାତ୍ର।
- ଯୋଗ୍ୟ ଆବେଦକମାନଙ୍କୁ କୋଚର ପ୍ରଦାନ ଯାହା ଉପଲବ୍ଧତା ଉପରେ ନିର୍ଭର କରେ। ରେକ୍ ସିକ୍ୟୁରିଟି ଜମା ସମୟ ଓ ତାରିଖ ଆଧାରରେ ଗୁରୁତ୍ବକୁ ନିର୍ଦ୍ଧାରିତ କରାଯିବ। ପ୍ରତି ରେକ୍ ପାଇଁ ରେକ୍ ସିକ୍ୟୁରିଟି ଜମା ହେଉଛି ଟ.1 (ଏକ) କୋଟି।
- ବ୍ୟକ୍ତିବିଶେଷ, ପାର୍ଟନରସିପ୍ ଫାର୍ମ, କମ୍ପାନୀ, ସୋସାଇଟି, ଟ୍ରଷ୍ଟ, ଜେଭି/ କନ୍ସୋରଟିୟମ (ଅବିଭକ୍ତ/ ଅନ୍ତର୍ଭୁକ୍ତ) ମାନେ ଯୋଗ୍ୟ ଅଟନ୍ତି।
- ତାଙ୍କର ବିଜନେସ୍ ମଡେଲରେ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାର କରିବାର ଅଧିକାର ଦେୟ ଓ ହଲେଜ୍ ଚାର୍ଜ ପଲିସି ବିଷୟରେ ସେବା ପ୍ରଦାନକାରୀଙ୍କୁ ପାଇଁ ସୂଚୀତ କରାଯାଇଛି
- ବ୍ୟବହାର କରିବାର ଅଧିକାର : 2-10 ବର୍ଷ
ଗ୍ରାହକ ସହାୟତା :
ସେବା ପ୍ରଦାନକାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଓ ଯୋଜନାର ଉପଯୁକ୍ତ କାର୍ଯ୍ୟାନ୍ବୟନ ପାଇଁ ଗ୍ରାହକ ସହାୟତା ୟୁନିଟକୁ କାର୍ଯ୍ୟକ୍ଷମ କରାଯିବ।
BS
(ରିଲିଜ ଆଡି: 1774431)
ପରିଦର୍ଶକ କାଉଣ୍ଟର : 270