ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆସନ୍ତୁ, ଭାରତର ‘ସିନେମାଟିକ୍ କାଲେଡୋସ୍କୋପ୍’ ର ‘ସହଯୋଗୀ ବିବିଧତା’ ର ଏକ ଅଂଶ ହୁଅନ୍ତୁ : ଆଇଏଫଏଫଆଇ 52 ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ


ସରକାର ଭାରତକୁ ବିଶ୍ବ ସିନେମାର ଏକ ପ୍ରମୁଖ ସ୍ଥାନ କରିବାର ଲକ୍ଷ୍ୟ ରଖିଛନ୍ତି, ଯାହାକୁ ଫିଲ୍ମ ନିର୍ମାତା ଓ ଫିଲ୍‌ମ ପ୍ରେମୀମାନେ ପସନ୍ଦ କରିବେ : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର

ଯୋଗାଯୋଗ, ସଂସ୍କୃତି ଓ ବାଣିଜ୍ୟର ସ୍ବତନ୍ତ୍ର ସମନ୍ବୟ ସହିତ ଭାରତ ସିନେମାଟିକ୍ ଇକୋସିଷ୍ଟମର ପ୍ରମୁଖ କେନ୍ଦ୍ର ହୋଇପାରିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ବ ବଳରେ, ଭାରତ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସାରା ବିଶ୍ବରେ ସର୍ବୋତ୍ତମ ସ୍ଥାନ ହେବାର ଲକ୍ଷ୍ୟ ରଖିଛି : ରାଷ୍ଟ୍ର ମନ୍ତ୍ରୀ ଡା ଏଲ୍ ମୁରୁଗନ

ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ କ୍ରମେ, ଗୋଆ ଫିଲ୍ମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରର ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ରଖିଛି : ଗୋଆ ମୁଖ୍ୟ ମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ

କୋଭିଡ୍-19 ଟିକାକରଣରେ ଉଲ୍ଲେଖନୀୟ ସଫଳତା ପରେ ଫିଲ୍ମ ପ୍ରେମୀମାନେ ଆନନ୍ଦର ସହିତ ଆଇଏଫଏଫଆଇ ର ପାଳନ କରୁଛନ୍ତି : କେନ୍ଦ୍ର ସୂଚନା ଓ ପ୍ରସାରଣ ସେକ୍ରେଟାରୀ

Posted On: 20 NOV 2021 6:23PM by PIB Bhubaneshwar

ଇଣ୍ଟରନାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫଏଫଆଇ) ର 52ତମ ସଂସ୍କରଣକୁ ଡା. ଶ୍ୟାମା ପ୍ରସାଦ ମୁଖର୍ଜି ଇନ୍‌ଡୋର ଷ୍ଟାଡିୟମ, ପାନାଜି, ଗୋଆ ଠାରେ ଆଜି ନଭେମ୍ବର 20,2021 ରେ ଭବ୍ୟ ଉଦଘାଟନୀ ସମାରୋହ ଆୟୋଜିତ ହୋଇଛି।

ଗୋଆକୁ ଚଳଚ୍ଚିତ୍ର ପ୍ରେମୀଙ୍କୁ ସ୍ୱାଗତ କରିବା ଯାହା ସ୍ବାଧୀନତାର 60ତମ ବର୍ଷ ପାଳନ କରୁଥିବାବେଳେ ଦେଶ ସ୍ବାଧୀନତାର 75 ତମ ବର୍ଷ ପାଳନ କରୁଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବ ହେଉଛି ଏକ ସୁଯୋଗ ଯାହା ମାଧ୍ୟମରେ ଆମେ ଆମର ସ୍ୱାଧୀନତାର 100 ବର୍ଷ ପାଳନ କରିବା ସମୟରେ ଦେଶକୁ ସଫଳତାର ଏକ ନୂତନ ଶିଖରରେ ପହଞ୍ଚାଇବୁ।  ଭାରତୀୟ ସିନେମା ପାଇଁ ଏହା ଏକ ଅନନ୍ୟ ସୁଯୋଗ ଏବଂ ସମସ୍ତ ପ୍ଲାଟଫର୍ମରେ, ସମସ୍ତ ଆଞ୍ଚଳିକ ଭାଷାରେ, ଘରୋଇ ତଥା ବିଶ୍ବ ସ୍ତରରେ ଅବିଶ୍ୱସନୀୟ ସମ୍ଭାବନା ଉପସ୍ଥାପନ କରେ।

ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ଆଭିମୁଖ୍ୟକୁ ଧ୍ୟାନରେ ରଖି, ଆଇଏଫଏଫଆଇ 52 ଅନେକ ଗୁଡ଼ିଏ ଫିଲ୍ମ ଓ ଫିଲ୍ମ ନିର୍ମାତାଙ୍କୁ ସାରା ବିଶ୍ବରୁ ଏକତ୍ର କରାଯାଇ ପାରିଛି। ପ୍ରଥମ ଥର କରି ଆଇଏଫଏଫଆଇ ଓଟିଟି ପ୍ଲାଟଫର୍ମର ଅନୁମତି ପ୍ରଦାନ କରିଛି। ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ଯେ ଆଇଏଫଏଫଆଇ ନୂତନ ବୈଷୟକିର ଗ୍ରହଣ କରୁଛି ଓ କଳାକାରମାନଙ୍କୁ ପରସ୍ପର ସହିତ ସାମିଲ ହେବା ପାଇଁ ଏକ ନୂତନ ସୁଯୋଗ ପ୍ରଦାନ କରୁଛି।

ପ୍ରଥମ ଥର କରି, ପାଞ୍ଚଟି ବ୍ରିକ୍‌ସ ଦେଶ ଯଥା ବ୍ରାଜିଲ୍, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ଓ ଭାରତରୁ ଫିଲ୍ମକୁ ଆଇଏଫଏଫଆଇ ସହିତ ବ୍ରିକ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ। ପ୍ରାୟ 300 ରୁ ଅଧିକ ଫିଲ୍ମକୁ ଆଇଏଫଏଫଆଇ ରେ ପ୍ରଦର୍ଶିତ କରାଯାଉଛି। 75 ଟି ଦେଶରୁ 148 ଟି ଆନ୍ତର୍ଜାତିକ ଫିଲ୍ମକୁ ଏହି ଉତ୍ସବରେ ପ୍ରଦର୍ଶିତ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଆଇଏଫଏଫଆଇ 75 ଜଣ ନୂତନ  ‘‘ଭବିଷ୍ୟତର ସୃଜନଶୀଳ ଯୁବ ପ୍ରତିଭାଙ୍କୁ’’ ସମ୍ବୋଧିତ କରିଛନ୍ତି।

ଦେଶ ସ୍ବାଧୀନତାର 75 ବର୍ଷ ପାଳନ କରିବା ଅବସରରେ, 75 ଜଣ ଯୁବ ଫିଲ୍ମ ନିର୍ମାତାଙ୍କୁ ସାରା ଦେଶରୁ ବଛା ଯାଇଛି ଓ ଆଇଏଫଏଫଆଇକୁ ସ୍ବତନ୍ତ୍ର ଅତିଥି ଭାବରେ ଆମନ୍ତ୍ରିତ କରାଯାଇଛି। ବିଜେତାମାନଙ୍କର  ନାମକୁ ଆଜିର ଉଦ୍ଘାଟନୀ ସମାରୋହରେ ଘୋଷଣା କରାଯାଇଛି।

ଏହି ମହତ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରି, ମନ୍ତ୍ରୀ କହିଛନ୍ତି ଯେ, ‘‘ପ୍ରଥମ ଥର କରି, ଆମେ 75 ଜଣ ଯୁବ ପ୍ରତିଭାଙ୍କୁ ସ୍ବୀକୃତି ପ୍ରଦାନ କରିଛି। ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି ଯେ ଏହି ନବ ପ୍ରତିଭାଙ୍କ ମଧ୍ୟରେ ସବୁଠାରୁ କମ୍ ବୟସର ପ୍ରତିଭାଙ୍କର ବୟସ ହେଉଛି ମାତ୍ର ଷୋହଳ ବର୍ଷ। ଏହି ପ୍ରତିଭାମାନଙ୍କୁ ସାରା ଭାରତର ବିଭିନ୍ନ ଛୋଟ ଛୋଟ ସହରରୁ ବଛା ଯାଇଛି।

ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆମର ସରକାରଙ୍କ ଲକ୍ଷ୍ୟ କେବଳ ଆଇଏଫଏଫଆଇ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟରେ ସୀମିତ ନୁହେଁ । ଭାରତକୁ ସାରା ବିଶ୍ବରେ ଏକ କଣ୍ଟେଣ୍ଟ କ୍ରିଏସନ ପାୱାର ହାଉସ୍‌ ଓ ପୋଷ୍ଟ ପ୍ରଡକ୍‌ସନ ହବ୍ କରିବାରେ ସରକାର ପ୍ରତିଶ୍ରୁତିବଦ୍ଧ।

‘‘ଆଜି ସାରା ବିଶ୍ବ ଭାରତର କାହାଣୀ ଶୁଣିବାକୁ ଚାହୁଁଛି’’

କେନ୍ଦ୍ର ମନ୍ତ୍ରୀ ଏହି କ୍ଷେତ୍ରରେ ରହିଥିବା ପର୍ଯ୍ୟାପ୍ତ ନିଯୁକ୍ତି ସମ୍ଭାବନା ବିଷୟରେ ସୂଚନା ଦେଇଥିଲେ। ଫିଲ୍ମ ଓ ଏଣ୍ଟରଟେନମେଣ୍ଟ ଉଦ୍ୟୋଗ ଏକ ବିଶାଳ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ। ଅଧିକାଂଶ ଫିଲ୍ମ ନିର୍ମାତା ଯୁବକ ହୋଇଥିବାରୁ ଯୁବକ ମାନେ ହିଁ ନୂତନ କଣ୍ଟେଣ୍ଟର ପାୱାର ହାଉସ ଅଟନ୍ତି।  ମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ ଯୋଗାଯୋଗ, ସଂସ୍କୃତି ଓ ବାଣିଜ୍ୟର ସ୍ବତନ୍ତ୍ର ସମନ୍ବୟ ସହିତ ଭାରତ ସିନେମାଟିକ୍ ଇକୋସିଷ୍ଟମର ପ୍ରମୁଖ କେନ୍ଦ୍ର ହୋଇପାରିଛି।

ଫିଲ୍ମ ପ୍ରେମୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଭାରତର ସମସ୍ତ ଫିଲ୍ମ ନିର୍ମାତାମାନଙ୍କୁ ଆମନ୍ତ୍ରିତ କରିଛନ୍ତି। ଭାରତର ଏହି କାହାଣୀକୁ ଭାରତୀୟମାନଙ୍କ ଦ୍ବାରା ଲେଖାଯାଉଛି। ମନ୍ତ୍ରୀ ହଲିଉଡ୍ ଫିଲ୍ମ ନିର୍ମାତା ମାର୍ଟିନ ସ୍କୋରସେସେ ଓ ହଙ୍ଗେରିଆନ୍ ଫିଲ୍ମ ନିର୍ମାତା ଇଷ୍ଟେଭାନ ସାବୋଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ତାଙ୍କୁ ସତ୍ୟଜିତ ରାଏ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ଆଜି ଉଦ୍‌ଘାଟନୀ ସମାରୋହରେ ପ୍ରଦାନ କରାଯାଇଛି।

ଶ୍ରୀ ଠାକୁର ‘‘ଡ୍ରିମ ଗାର୍ଲ’’ ହେମା ମାଲିନିଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ ଏହି ଅବସରରେ ଇଣ୍ଡିଆନ ଫିଲ୍ମ ପର୍ସୋନାଲିଟି ଅଫ୍ ଦି ଇୟର ପୁରସ୍କାର 2021 ଆଜି ପ୍ରଦାନ କରାଯାଇଛି। ସେ ମଧ୍ୟ ପ୍ରଖ୍ୟାତ ଲିରିସିଷ୍ଟ ଓ ଚେୟାରପର୍ସନ, ସିଏଫବିସି, ପ୍ରସୁନ ଜୋସିଙ୍କୁ ପ୍ରଶଂସା କରିଥିଲେ ଯାହାଙ୍କୁ ମଧ୍ୟ  ଇଣ୍ଡିଆନ ଫିଲ୍ମ ପର୍ସୋନାଲିଟି ଅଫ୍ ଦି ଇୟର ପୁରସ୍କାର 2021 ପ୍ରଦାନ କରାଯାଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର  ମନ୍ତ୍ରୀ ଡା. ଏଲ୍ ମୁରୁଗାନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ବ ବଳରେ ଭାରତ ଫିଲ୍ମ ନିର୍ମାଣ କ୍ଷେତ୍ରରେ ଏକ ଆକର୍ଷଣୀୟ ସ୍ଥାନ ହେବାର ଲକ୍ଷ୍ୟ ରଖିଛି।

52ତମ ଆଇଏଫଏଫଆଇରେ ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରି ଗୋଆର ମୁଖ୍ୟ ମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ଡା. ମନୋହର ପାରିକରଙ୍କୁ ମନେ ପକାଇଥିଲେ। ସେ ପ୍ରଥମେ ଗୋଆରେ ଆଇଏଫଏଫଆଇର ଆୟୋଜନ କରିଥିଲେ।

‘‘ଏହି ପର୍ଯ୍ୟଟନ ରାଜ୍ୟରେ ଫିଲ୍ମ ସୁଟିଂକୁ ପ୍ରୋତ୍ସାହିତ କରିବା ପାଇଁ, ଆମେ ସିଙ୍ଗିଲ ୱିଣ୍ଡୋ ମଞ୍ଜୁରି ସୁବିଧା ପ୍ରଦାନ କରୁଛୁ। ଦ୍ରୁତ ଗତିରେ ଶହେ କୋଟି ଲୋକଙ୍କୁ ଟିକାକରଣ କରିଥିବାରୁ ମୁଖ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ କ୍ରମେ କେନ୍ଦ୍ର ସରକାରଙ୍କ ସହଯୋଗରେ ଗୋଆ ଫିଲ୍ମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି।

ସେକ୍ରେଟାରି ଏହି ଅବସରରେ କହିଥିଲେ ଯେ କୋଭିଡ-19 ର ଆହ୍ବାନ ସତ୍ତ୍ବେ ଏହି ଉତ୍ସବକୁ ସଫଳତାର ସହିତ ଆୟୋଜନ କରାଯାଇ ପାରିଛି। କୋଭିଡ୍-19 ସତ୍ତ୍ବେ ଆମେ 96 ଟି ଦେଶରୁ 624 ଟି ଏଣ୍ଟ୍ରି ଗ୍ରହଣ କରିଥିଲୁ ଯେତେବେଳେ କି ଗତ ବର୍ଷ 69 ଟି ଦେଶରୁ ଗ୍ରହଣ କରାଯାଇଥିଲା। ଇଣ୍ଡିଆନ ପାନୋରାମା ସେକ୍ସନରେ ଭାରତର 18 ଟି ବିଭିନ୍ନ ଭାଷାରେ 44 ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦିମାସା ଭାଷାର ଏକ ଫିଲ୍ମକୁ ମଧ୍ୟ ସାମିଲ୍ କରାଯାଇଛି। ଏଥିରେ 12 ଟି ୱାର୍ଲଡ଼ ପ୍ରିମିୟର, 7 ଟି ଆନ୍ତର୍ଜାତିକ ପ୍ରିମିୟର ଓ 64 ଟି ନ୍ୟାସନାଲ୍ ପ୍ରିମିୟର କରାଯାଇଛି ଯାହା ଆଇଏଫଏଫଆଇର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି।

ବ୍ରିକ୍‌ସ ଫିଲ୍ମ ଫେଷ୍ଟିଭାଲ ଓ ଫୋକସ କଣ୍ଟ୍ରି ସେକ୍‌ସନ ର ଅଂଶସ୍ବରୂପ ବ୍ରିକ୍‌ସ ଦେଶର ସିନେମାଟିକ୍ ଜେମ୍‌ସକୁ ପ୍ରଦର୍ଶିତ କରାଯିବ

ସେକ୍ରେଟାରି ଏହି ଅବସରରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ପ୍ରଥମ ଥର କରି, ପାଞ୍ଚଟି ବ୍ରିକ୍‌ସ ଦେଶ ଯଥା ବ୍ରାଜିଲ୍, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ଓ ଭାରତରୁ ଫିଲ୍ମକୁ ଆଇଏଫଏଫଆଇ ସହିତ ବ୍ରିକ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ। ଏହା ସହିତ ସେ ସୂଚନା ଦେଇଥିଲେ ଯେ ଆଇଏଫଏଫଆଇ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ମେଜର ଓଟିଟି ପ୍ଲାଟଫର୍ମ ଯଥା ନେଟଫ୍ଲିକ୍‌ସ, ଆମାଜନ, ସୋନି ଓ ଆହୁରି ଅନେକ ସ୍ବତନ୍ତ୍ର ମାଷ୍ଟର କ୍ଲାସେସ ମାଧ୍ୟମରେ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରୁଛନ୍ତି। ଭବିଷ୍ୟତରେ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣ ଏକ ନିୟମିତ ବୈଶିଷ୍ଟ୍ୟ ଭାବରେ ବିବେଚନା କରାଯିବ।

BS



(Release ID: 1773612) Visitor Counter : 203