କ୍ୟାବିନେଟ
ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ
ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାର ମୋବାଇଲ ସେବା ପହଞ୍ଚି ନଥିବା ଆକାଂକ୍ଷି ଜିଲ୍ଲାଗୁଡିକରେ ୟୁଏସଓଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ
ପ୍ରାୟ ୬,୪୬୬ କୋଟି ଟଙ୍କା ବ୍ୟୟରେ ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ୭୨୮୭ ସେବା ବଞ୍ଚିତ ଗ୍ରାମ ୪ଜି ମୋବାଇଲ ସେବା ପାଇବେ
ପୋଷ୍ଟ କରାଯିବା ଦିନାଙ୍କ:
17 NOV 2021 3:38PM by PIB Bhubaneswar
ପାଞ୍ଚଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା ।
ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ସେବା ବଞ୍ଚିତ ୭୨୮୭ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ । ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ । ରାଜିନାମା ସ୍ୱାକ୍ଷରିତ ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପିତ ହେବ । ତେବେ ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।
ଚିହ୍ନଟ ହୋଇଥିବା ସେବା ବଞ୍ଚିତ ଗ୍ରାମଗୁଡିକୁ ଏହି ୪ଜି ସେବା ସୁବିଧା ୟୁଏସଓଏଫର ମାର୍ଗଦର୍ଶିକା ଅନୁସାରେ ମୁକ୍ତ ପ୍ରତିଯୋଗିତାମୂଳକ ନିଲାମ ଜରିଆରେ ପ୍ରଦାନ କରାଯିବ ।
ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ଦୁର୍ଗମ ସେବା ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ଦ୍ୱାରା ଆତ୍ମନିର୍ଭରଶୀଳତା, ଶିଖିବା ସୁବିଧା, ତଥ୍ୟ ଓ ଜ୍ଞାନର ପ୍ରଚାର, କୌଶଳ ବିକାଶ ଓ ଏହାର ଉନ୍ନୀତକରଣ, ଇ-ସରକାରୀ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା, ଇ-କମର୍ସ ଓ କର୍ମସଂସ୍ଥାନ କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ।
*******************
SM/DD
(ରିଲିଜ ଆଡି: 1772657)
ପରିଦର୍ଶକ କାଉଣ୍ଟର : 367
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam