ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୟନ୍ତୀ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
15 NOV 2021 10:18AM by PIB Bhubaneshwar
ଜୟନ୍ତୀ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱାଧୀନତା ସଂଗ୍ରାମକୁ ଶାଣିତ କରିବାରେ ତାଙ୍କ ଅବଦାନ ତଥା ଆଦିବାସୀ ସମାଜର ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ ଲଢେଇକୁ ଶ୍ରୀ ମୋଦୀ ମନେ ପକାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମକୁ ଶାଣିତ କରିବା ସହ ଆଦିବାସୀ ସମାଜର ସ୍ୱାର୍ଥ ରକ୍ଷା ପାଇଁ ସେ ସଦା ସଂଘର୍ଷରତ ଥିଲେ । ଦେଶ ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ।”
SR
(ରିଲିଜ ଆଡି: 1772002)
ପରିଦର୍ଶକ କାଉଣ୍ଟର : 200
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Urdu
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam