ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଦୀପାବଳୀ ମିଳନ ଅବସରରେ ପିଏମ୍‍ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 12 NOV 2021 8:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତଦୀପାବଳୀ ମିଳନଅବସରରେ ପିଏମଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏହି ଅବସରରେ ସେ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ମହାମାରୀ ବିରୋଧରେ ଦେଶର ଲଢେଇ ବିଷୟରେ ଆଲୋଚନା କରିଥିଲେ ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢିବାରେ ଦେଶ କିପରି ଏକଜୁଟ ଏବଂ ଭାଇଚାରା ପ୍ରଦର୍ଶନ କରିଛି ତାହା ସେ ଦର୍ଶାଇଛନ୍ତି ମହାମାରୀର ଫଳ ସ୍ୱରୂପ ସମାଜ ତଥା ଶାସନରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ବିଷୟରେ ସେ ମଧ୍ୟ ଆଲୋଚନା କରି କହିଛନ୍ତି ଯେ ଏହି ପରିବର୍ତ୍ତନଗୁଡିକ ସମାଜକୁ ଅଧିକ ସୁଦୃଢ କରିପାରିଛି

ଲୋକ, ପ୍ରକ୍ରିୟା ଏବଂ ଅନୁଷ୍ଠାନ ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ କେତେ କଷ୍ଟଦାୟକ ସମୟ ପ୍ରଧାନମନ୍ତ୍ରୀ ତାହା ଦର୍ଶାଇଛନ୍ତି ସେ ଏହି ଆବେଗରୁ ପ୍ରେରଣା ପାଇବାକୁ ପିଏମ୍ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ

୨୦୪୭ ଏବଂ ତା'ଠାରୁ ଅଧିକ ସମୟ ପାଇଁ ଦେଶ ସକାଶେ ଏକ ଦୃଢ ଭିତ୍ତିପ୍ରସ୍ତର ପକାଇବା ଦିଗରେ ଏହି ଦଶନ୍ଧିର ମହତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ୍ ରେ ଆମ ସମସ୍ତେ ମିଳିତ ଭାବରେ ଆମର ପୂର୍ଣ୍ଣ ସାମର୍ଥ୍ୟ ସହିତ କାର୍ଯ୍ୟ କରିବା ଏବଂ ଦେଶକୁ ଅଧିକ ସଫଳତା ହାସଲ କରିବାରେ ସାହାଯ୍ୟ କରିବା ଆବଶ୍ୟକ

HS


(ରିଲିଜ ଆଡି: 1771347) ପରିଦର୍ଶକ କାଉଣ୍ଟର : 142