ପ୍ରତିରକ୍ଷା ମନ୍ତ୍ରଣାଳୟ

11 ତମ ଭାରତ-ଆମେରିକା ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ ବୈଠକ

Posted On: 10 NOV 2021 11:03AM by PIB Bhubaneshwar

ପ୍ରମୁଖ ବିଷୟ:

  • ପ୍ରତିରକ୍ଷା କ୍ଷେତ୍ରରେ ସହଭାଗୀତା ବୃଦ୍ଧି ଲାଗି ଆଲୋଚନା ଜାରି ରଖିବା ପାଇଁ ଉଭୟ ପକ୍ଷ ମଧ୍ୟରେ  ସହମତି
  • ଗତ ମିଟିଂ ପରେ ଏୟାର ଲଂଚଡ୍ ଅନମ୍ୟାନଡ୍ ଏରିଏଲ୍ ଭେଇକିଲ୍ ପାଇଁ ପ୍ରଥମ ପ୍ରକଳ୍ପ ରାଜିନାମା ସ୍ଵାକ୍ଷରିତ
  • ଉତ୍କୃଷ୍ଟ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ଉଦ୍ୟୋଗ ସହଭାଗୀତା ଫୋରମ୍ ଭର୍ଚୁଆଲ୍ ଏକ୍ସପୋ ଆୟୋଜିତ
  • ପ୍ରତିରକ୍ଷା ଉପକରଣର ସହ-ଉତ୍ପାଦନ ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଲକ୍ଷ୍ୟ ରଖିଛି ଡିଟିଟିଆଇ ଗ୍ରୁପ

ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ 11 ତମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ (ଡିଟିଟିଆଇ) ଗ୍ରୁପ୍ ମିଟିଂ ଭର୍ଚୁଆଲ୍ ମାଧ୍ୟମରେ ନଭେମ୍ବର 09, 2021 ରେ ଅନୁଷ୍ଠିତ ହୋଇଛି ଏହି ମିଟିଂରେ ଶ୍ରୀ ରାଜ କୁମାର, ସଚିବ (ପ୍ରତିରକ୍ଷା ଉତ୍ପାଦନ), ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଶ୍ରୀଯୁକ୍ତ ଗ୍ରେଗୋରି କୌସନେର, ୟୁଏସ ପ୍ରତିରକ୍ଷା ବିଭାଗର ଉପ-ସଚିବ ଅଧ୍ୟକ୍ଷତା କରିଥିଲେ

ଡିଟିଟିଆଇ ଗ୍ରୁପ୍ ମିଟିଂ ସାଧାରଣତଃ ବର୍ଷକୁ ଦୁଇ ଥର ହୋଇଥାଏ ବିକଳ୍ପ ଭାବରେ ଭାରତ ଏବଂ ଆମେରିକାରେ ଏହା ଅନୁଷ୍ଠିତ ହୋଇଥାଏ ଅନ୍ୟପକ୍ଷରେ ଚଳିତ ଡିଟିଟିଆଇ ମିଟିଂକୁ କୋଭିଡ୍‌-19 ମହାମାରୀ ହେତୁ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ଭିଡିଓ ଟେଲିକନ୍ଫରେନ୍ସିଂ ମାଧ୍ୟମରେ କରାଯାଇଛି

ଡିଟିଟିଆଇ ଗ୍ରୁପର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟ ସମ୍ପର୍କରେ ସ୍ଥାୟୀ ନେତୃତ୍ୱ ଉପରେ ଧ୍ୟାନ ଦେବା ପ୍ରତିରକ୍ଷା ଉପକରଣର ସହ-ଉତ୍ପାଦନ ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ସ୍ଥଳ, ଜଳ, ଆକାଶ ଓ ଏୟାରକ୍ରାଫ୍ କ୍ୟାରିୟର ପ୍ରଯୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରି ଚାରିଟି ଯୁଗ୍ମ କାର୍ଯ୍ୟକାରୀ ଗ୍ରୁପକୁ ଡିଟିଟିଆଇ ଅଧୀନରେ ପ୍ରତିଷ୍ଠା କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମଧ୍ୟରେ ସହମତି ହୋଇଥିବା ପ୍ରକଳ୍ପଗୁଡ଼ିକର ପ୍ରସାର କରିବା ଚାଲୁ ରହିଥିବା କାର୍ଯ୍ୟକ୍ରମ ସହଯୋଗମୂଳକ ସୁଯୋଗ ସମ୍ବନ୍ଧରେ ଗ୍ରୁପ୍ କୋ-ଚେୟାରଙ୍କୁ ସୂଚିତ କରିଛନ୍ତି ଯେଉଁଥିରେ ଅନେକ ସ୍ୱଳ୍ପ-ଅବଧି ସମ୍ପନ୍ନ ପ୍ରକଳ୍ପ ରହିଛି ଏହାର ସମାପ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି

ଡିଟିଟିଆଇର ସଫଳତା ସହିତ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ସ୍ୱରୂପ ଉଭୟ ପକ୍ଷ ସବିଶେଷ ଯୋଜନା ପ୍ରଗତିର ଅନୁଧ୍ୟାନ କରିବା ସହିତ ପ୍ରତିରକ୍ଷା ସହଭାଗୀତା ସମ୍ପର୍କିତ ଆଲୋଚନାକୁ ମଜବୁତ କରିବାର ସେମାନଙ୍କର ଆଗ୍ରହକୁ ପ୍ରକାଶ କରିଛନ୍ତି

କୋ-ଚେୟାର ଏହା ମଧ୍ୟ ଜଣାଇଥିଲେ ଯେ ଗତ ଡିଟିଟିଆଇ ଗ୍ରୁପ୍ ମିଟିଂ ଠାରୁ ସେପ୍ଟେମ୍ବର ୨୦୨୦ ରେ ଜଏଂଟ ୱାର୍କିଂ ଗ୍ରୁପ୍ ଏୟାର ସିଷ୍ଟମ ଅନ୍ତର୍ଗତ ଏୟାର-ଲଂଚଡ ଅନମ୍ୟାନ୍ ଏରିଏଲ୍ ଭେଇକିଲ୍ ପାଇଁ ପ୍ରଥମ ପ୍ରକଳ୍ପ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଡିଟିଟିଆଇ ପାଇଁ ଏକ ବଡ଼ ସଫଳତା

ଡିଟିଟିଆଇ ଗ୍ରୁପ୍ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଯୁକ୍ତିର ବିକାଶ କରିବା ନିମନ୍ତେ ଆମେରିକା ଭାରତର ଉଦ୍ୟୋଗ ଗୁଡ଼ିକୁ ପୁନଶ୍ଚ ପ୍ରୋତ୍ସାହିତ କରିବା ପାଇଁ, ଡିଫେନ୍ସ ଇଣ୍ଡଷ୍ଟ୍ରି କୋଲାବୋରେସନ ଫୋରମ୍ (ଡିଆଇସିଏଫ୍‌) ଭର୍ଚୁଆଲ୍ ଏକ୍ସପୋ ନଭେମ୍ବର 08, 2021 ରେ ଅନୁଷ୍ଠିତ ହୋଇଥିଲା ଏହି ଡିଆଇସିଏଫ୍ କୁ ଆମନ୍ତ୍ରିତ କରଥିଲେ ଶ୍ରୀ ଅନୁରାଗ ବାଜପାଇ, ଯୁଗ୍ମ ସଚିବ (ପ୍ରତିରକ୍ଷା ଉଦ୍ୟୋଗ ପ୍ରସାର) ଉଦ୍ୟୋଗ ନୀତି ପାଇଁ ପ୍ରତିରକ୍ଷାର ଡେପୁଟି ଆସିଷ୍ଟାଂଟ ସେକ୍ରେଟାରି ଏବଂ ଶ୍ରୀଯୁକ୍ତ ଜେସି ସାଲାଜର ଏହି ଫୋରମ୍ ଭାରତ ଆମେରିକାର ଉଦ୍ୟୋଗମାନଙ୍କୁ ଡିଟିଟିଆଇ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହେବା ପାଇଁ ସୁଯୋଗ ପ୍ରଦାନ କରୁଛି ଔଦ୍ୟୋଗିକ ସହବନ୍ଧନ ନିମନ୍ତେ ଉଭୟ ସରକାର ଉଦ୍ୟୋଗ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରୁଛି ଏହି ଆଲୋଚନାର ଫଳାଫଳକୁ ଡିଟିଟିଆଇ ଗ୍ରୁପ କୋ-ଚେୟାରଙ୍କୁ ଅବଗତ କରାଯାଇଛି

 

BS

 

 



(Release ID: 1770638) Visitor Counter : 222