ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ


ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଦେଶ ପାଇଁ ଉତ୍ସର୍ଗ । ପ୍ରଧାନମନ୍ତ୍ରୀଙ୍କ ଶ୍ରମ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀ ମାର୍ଗ ଓ ଶ୍ରୀସନ୍ଥ ତୁକାରାମ ମହାରାଜ ପାଲକୀ ମାର୍ଗ ଚାରିଲେନ ରାସ୍ତାର ଶିଳାନ୍ୟାସ

ପାନ୍ଧରପୁର ସହ ସଂଯୋଗୀକରଣ ଉନ୍ନତି ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବହୁମୁଖୀ ସଡକ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

“ଏହି ଯାତ୍ରା ବିଶ୍ୱର ପ୍ରାଚୀନତମ ଗଣଯାତ୍ରା ଓ ଜନସାଧାରଣଙ୍କ ଆନ୍ଦୋଳନ । ଏହା ଭାରତୀୟ ଚିରନ୍ତନ ଜ୍ଞାନର ପ୍ରତୀକ । ଏହା କେବଳ ବିଶ୍ୱାସରେ ବାନ୍ଧି ନ ରଖି ସମସ୍ତଙ୍କୁ ସ୍ୱାଧୀନ କରିଥାଏ”

“ଭଗବାନ ଭିତ୍ତଲଙ୍କ ଦରବାର ସମସ୍ତଙ୍କ ନିମନ୍ତେ ଉନ୍ମୁକ୍ତ । ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ବିଶ୍ୱାସରେ ମଧ୍ୟ ସେହି ଚିନ୍ତାଧାରା ନିହତ”

“କାଳକ୍ରମେ ବିଭିନ୍ନ ଅଞ୍ଚଳରେ ଏପରି ମହାନ୍ ବ୍ୟକ୍ତିତ୍ୱଙ୍କ ଆର୍ବିଭାବ ଘଟେ ଓ ସେମାନେ ଦେଶକୁ ଦିଗ୍‌ଦର୍ଶନ ଦେଇଥାନ୍ତି”

“ପାନ୍ଧାରୀ କୀ ୱାରୀ” ସମସ୍ତଙ୍କୁ ସମାନ ସୁଯୋଗର ପ୍ରତୀକ । ୱାରକରୀ ଆନ୍ଦୋଳନ ବାଛବିଚାରକୁ ଅଶୁଭ ବିବେଚନା କରେ ଓ ଏହାହିଁ ତାହାର ମହାନ ନୀତିବାକ୍ୟ”

ଭକ୍ତମାନଙ୍କୁ ତିନିଟି ପ୍ରତିଜ୍ଞା କରାଏ ଯଥା-ବୃକ୍ଷରୋପଣ, ପାନୀୟ ଜଳ ବ୍ୟବସ୍ଥା ଓ ପାନ୍ଧରପୁରକୁ ନିର୍ମଳତମ ତୀର୍ଥସ୍ଥଳୀର ମାନ୍ୟତା

“ ‘ଧରତୀ ପୁତ୍ରଗଣ’ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଜୀବିତ ର

Posted On: 08 NOV 2021 4:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଜାତୀୟ ରାଜପଥ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ସମ୍ପନ୍ନ କରିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ, ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀ ମାର୍ଗ ଓ ସନ୍ଥ ତୁକାରାମ ମହାରାଜ ପାଲକୀ ମାର୍ଗର ଆଜି (ତା୦୮.୧୧.୨୦୨୧) ଶିଳାନ୍ୟାସ ହୋଇଛି । ଶ୍ରୀ ସନ୍ଥ ଜ୍ୟାନେଶ୍ୱର ମହାରାଜା ପାଲ୍‌କୀ ମାର୍ଗର ନିର୍ମାଣ କାର୍ଯ୍ୟ ପାଞ୍ଚଟି ପର୍ଯ୍ୟାୟ ଓ ସନ୍ଥ ତୁକାରାମ ମହାରାଜ ପାଲ୍‌କୀ ମାର୍ଗ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳର ସଂଯୋଗୀକରଣକୁ ଉନ୍ନତ କରିବ ବୋଲି କହିବା ସହ ଭକ୍ତ, ସନ୍ଥ ଓ ଭଗବାନ ଭିଟେଲଙ୍କୁ ପ୍ରକଳ୍ପର ସୂଚାରୁ ସମ୍ପନ୍ନ ଲାଗି ଆଶୀର୍ବାଦ ଭିକ୍ଷା କରିଥିଲେ ।

ସେ କହିଥିଲେ ଯେ ଭଗବାନ ଭିତ୍ତଲଙ୍କ ପ୍ରତି ବିଶ୍ୱାସ ଇତିହାସର ଅନେକ ଘନଘଟା ସତ୍ତ୍ୱେ ଅତୁଟ ରହିଛି ଓ ଆଜି ମଧ୍ୟ ସେଠାକୁ ଯାତ୍ରା ବିଶ୍ୱର ପ୍ରାଚୀନତମ ଗଣଯାତ୍ରା ଭାବେ ବିଦିତ ଓ ଏହାକୁ ଏକ ଜନ ଆନ୍ଦୋଳନ ଭାବେ ଦେଖାଯାଇଥାଏ । ଏହା ଆମକୁ ବିଭିନ୍ନ ପଥ, ବିଭିନ୍ନ ପଦ୍ଧତି ଓ ଧାରଣା ସତ୍ତ୍ୱେ ଲକ୍ଷ୍ୟ ଆମର ଏକ ବୋଲି ଶିକ୍ଷା ଦେଇଥାଏ । ପରିଶେଷରେ ସବୁ ସମ୍ପ୍ରଦାୟ ହେଉଛନ୍ତି ଭଗବତ ପନ୍ଥୀ । ଏହା ଭାରତର ଚିରନ୍ତନ ଜ୍ଞାନର ପ୍ରତୀକ ଓ କେବଳ ଏକ ବିଶ୍ୱାସରେ ବାନ୍ଧି ନ ରଖି ମୁକ୍ତି ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ଭିତ୍ତଲଙ୍କ ଦରବାର ସମସ୍ତଙ୍କ  ନିମନ୍ତେ ସବୁବେଳେ ଉନ୍ମୁକ୍ତ । ମୁଁ ଯେତେବେଳେ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ କଥା କହେ ଏହି ଚିନ୍ତାଧାରା ମଧ୍ୟ ସେଥିରେ ନିହିତ ରହିଛି । ଏହି ଉତ୍ସାହ ଦେଶର ବିକାଶ ପାଇଁ ଆମକୁ ଅନୁପ୍ରାଣୀତ କରେ ଓ ସମସ୍ତଙ୍କୁ ସାଥୀରେ ନେଇ ସମସ୍ତଙ୍କ ବିକାଶ ପାଇଁ ଆମକୁ ଉତ୍ସାହିତ କରିଥାଏ ।

ଭାରତର ସମୃଦ୍ଧ ଆଧ୍ୟାତ୍ମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ପାଇଁ ପାନ୍ଧରପୁରର ସେବା ଶ୍ରୀ ନାରାୟଣ ହରିଙ୍କ ସେବା ସଦୃଶ । ସେ କହିଛନ୍ତି ଯେ ଇଏ ହେଉଛି ସେହି ମାଟି ଯେଉଁଠି ପ୍ରଭୁ ଆଜି ଭକ୍ତମାନଙ୍କ ପାଇଁ ବାସ କରୁଛନ୍ତି । ସନ୍ଥ ନାମ ଦେବଜୀ ମହାରାଜ ପୃଥିବୀ ସୃଷ୍ଟି  ନ ହେବା ଆଗରୁ ପାନ୍ଧରପୁର ଥିଲା ବୋଲି କହିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତରେ ମହାନ୍ ବ୍ୟକ୍ତିଗଣ ଜନ୍ମଗ୍ରହଣ କରି ଦେଶକୁ ଦିଗ୍‌‌ଦର୍ଶନ ଦେଉଛନ୍ତି । ଦକ୍ଷିଣରେ ମାଧବାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ, ବଲ୍ଲଭଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଥିବାବେଳେ, ପଶ୍ଚିମରେ ନାର୍ସୀ ମେହେଟ୍ଟା, ମୀରା ବାଈ, ଧୀରୋ ଭଗତ, ଭୋଜ ଭଗତ, ପ୍ରୀତମ ଜନ୍ମଗ୍ରହଣ କରିଥିଲେ । ଉତରରେ ରାମାନନ୍ଦ, କବୀର ଦାସ, ଗୌସ୍ୱାମୀ ତୁଳସୀ ଦାସ, ସୁର ଦାସ, ଗୁରୁନାନକ ଦେବ ସନ୍ଥ ରବି ଦାସ ଜନ୍ମଗ୍ରହଣ କରିଥିଲେ । ପୂର୍ବରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଓ ଶଙ୍କର ଦେବଙ୍କ ଭଳି ସନ୍ଥଗଣ ଦେଶକୁ ସମୃଦ୍ଧ କରିଛନ୍ତି ।

ୱାରକରୀ ଆନ୍ଦୋଳନର ସାମାଜିକ ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରୁଷ ଭଳି ଅଦମ୍ୟ ଉତ୍ସାହ ସହ ଯାତ୍ରାରେ ମହିଳାମାନଙ୍କ ଅଂଶଗ୍ରହଣ ପରମ୍ପରାରେ ଏକ ବୈଶିଷ୍ଟ୍ୟ । ଏହା ହେଉଛି ଦେଶରେ ନାରୀ ଶକ୍ତିର ଏକ ପ୍ରତିଫଳନ । ପାନ୍ଧାରୀ କୀ ୱାରୀ ହେଉଛି ସମାନ ସୁଯୋଗର ଏକ ପ୍ରତୀକ । ୱାରକରୀ ଆନ୍ଦୋଳନରେ ବାଛବିଚାରର  କୌଣସି ସ୍ଥାନ ନାହିଁ ଓ ତାହାହିଁ  ଏହାର ଆଦର୍ଶ ।

ୱାରକାରୀ ଭାଇ-ଉଭଣୀମାନଙ୍କଠାରୁ ପ୍ରଧାନମନ୍ତ୍ରୀ ତିନିଟି ଆଶୀର୍ବାଦ କାମନା କରିଥିଲେ । ସେମାନଙ୍କର ତାଙ୍କ ପ୍ରତି ଅସାମାନ୍ୟ ସ୍ନେହର  ନଜିର ଦେଇ ସେ ଭକ୍ତମାନଙ୍କୁ ପାଲକୀ ରାସ୍ତାରେ ଗଛ ଲଗାଇବାକୁ ଅନୁରୋ କରିଥିଲେ । ଏହି ରାସ୍ତାକଡରେ ପାନୀୟ ଜଳ ବ୍ୟବସ୍ଥା ସ୍ୱରୂପ ସ୍ଥାନେ ସ୍ଥାନେ ଅଧିକ ପାଣି ଭର୍ତ୍ତି ପାଟିପାତ୍ର ରଖିବାକୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ସେ ପାନ୍ଧରପୁରକୁ ଏକ ନିର୍ମଳତମ ତୀର୍ଥସ୍ଥଳୀ ଭାବେ ଦେଖିବାର କାମନା କରିଥିଲେ । ଲୋକମାନେ ଯେତେବେଳେ ସ୍ୱଚ୍ଛତା ଆନ୍ଦୋଳନର ନେତୃତ୍ୱ ନେବେ, ସେତେବେଳେ ଏହି କାର୍ଯ୍ୟ ଜନସାଧାରଣଙ୍କ ସହଯୋଗରେ ସମ୍ପାଦିତ ହେବା ସହ ଆମର ସ୍ୱପ୍ନ ମଧ୍ୟ ସାର୍ଥକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ୱାରକରୀ ଚାଷୀ ପରିବାରରୁ ଆସିଛନ୍ତି ଓ ଏହି ଭୂମିପୁତ୍ର ମାନେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଜଣେ ପ୍ରକୃତ ଅନ୍ନଦାତା ସମସ୍ତଙ୍କୁ ଏକାଠି କରେ ଓ ସମାଜରେ ବଞ୍ଚେ ଓ ସମାଜ ପାଇଁ ବଞ୍ଚେଆପଣମାନେ ସମାଜର ପ୍ରଗତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦିବେଘାଟରୁ ମାହୋଲ ପର୍ଯ୍ୟନ୍ତ ପ୍ରାୟ ୨୨୧କିଲୋମିଟର  ସନ୍ଥ ଦ୍ୟାନେଶ୍ୱର ମହାରାଜ ପାଲକୀମାର୍ଗ ଓ ପଟାସରୁ ତୋଣ୍ଡାଲେ ପ୍ରାୟ ୧୩୦ କିଲୋମିଟର ଦୀର୍ଘ ସନ୍ଥ ତୁକାରାମ ମହାରାଜ ପାଲକୀମାର୍ଗ ଚାରିଲେନ ବିଶିଷ୍ଟ ହେବା ସହ ପାଲକୀର ଉଭୟ ପାଶ୍ୱର୍ରେ ଚଲାପଥ ମଧ୍ୟ ରହିବ ଓ ଯଥାକ୍ରମେ ୬୬୯୦ ଓ ୪୪୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବ ।

ପାନ୍ଧରପୁରକୁ ଉତ୍ତମ ସଂଯୋଗୀକରଣ ନିମନ୍ତେ ପ୍ରାୟ ୧୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୩ କିଲୋମିଟର ଦୀର୍ଘ ଅନ୍ୟାନ୍ୟ ସଡକ ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମସ୍‌ୱତ-ପିଲଭି-ପାନ୍ଧରପୁର(ଏନଏଚ୍‌-୫୪୮ଇ) କୁର୍ଦ୍ଦୱାଡି-ପାନ୍ଧରପୁର(ଏନଏଚ୍‌-୯୬୫ସି) ପାନ୍ଧରପୁର-ସାଙ୍ଗୋଲା (ଏନଏଚ୍‌-୯୬୫ସି) ତେମ୍ଭୁରଣୀ-ପାନ୍ଧରପୁର ସେକ୍ସନ (ଏନଏଚ୫୬୧ଏ) ଏବଂ ପାନ୍ଧରପୁର-ମଙ୍ଗଳୱେଡା-ଉମାଡି ସେକ୍ସନ, (ଏନଏଚ୫୬୧) ଏ ଅନ୍ତର୍ଭୁକ୍ତ ।

 

****

SM



(Release ID: 1770179) Visitor Counter : 205