କୋଇଲା ମନ୍ତ୍ରଣାଳୟ

କୋଲ ଇଣ୍ଡିଆର ନିର୍ଗମନକୁ କମ୍ କରିବାର ପ୍ରୟାସ-ଡିଜେଲ ଡମ୍ଫରକୁ ଏଲଏନଜିରେ ପରିବର୍ତ୍ତନ କରିବାର ପାଇଲଟ୍ ପରିଯୋଜନା


ଡିଜେଲର ଉପଯୋଗକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବାର ସମ୍ଭାବନା; ଇନ୍ଧନ ଉପରେ ବାର୍ଷିକ ୫ଶହ କୋଟି ଟଙ୍କା ସଞ୍ଚୟର ଅନୁମାନ

Posted On: 02 NOV 2021 1:27PM by PIB Bhubaneshwar

କାର୍ବନ ଫୁଟ୍ ପ୍ରିଣ୍ଟକୁ ଆହୁରି କମ୍ କରିବା ପାଇଁ, କୋଲଇଣ୍ଡିଆ ଲିମିଟେଡ(ସିଆଇଏଲ) କୋଇଲା ମନ୍ତ୍ରଣାଳୟ ନିକଟରେ ନିଜସ୍ୱ ଖଣିରେ କୋଇଲା ପରିବହନରେ ଲାଗିଥିବା ବଡ ଟ୍ରକ ଅର୍ଥାତ୍ ଡମ୍ଫରରେ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲଏନଜି) କିଟ୍‌କୁ ପୁଣି ଥରେ ଲଗାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଶ୍ୱର ସବୁଠାରୁ ବଡ କୋଇଲା ଖନନ କମ୍ପାନୀ ସିଆଇଏଲ୍  ୩ହଜାର ୫ଶହ କୋଟି ଟଙ୍କାରୁ ଅଧିକ ଲାଗୁଥିବା ସହିତ ପ୍ରତିବର୍ଷ ୪ଲକ୍ଷ କିଲୋଲିଟର ଡିଜେଲର ଉପଯୋଗ କରିଥାଏ ।

            କମ୍ପାନୀ ଗେଲ(ଇଣ୍ଡିଆ) ଲିମିଟେଡ ଏବଂ ବିଇଏମଏଲ ଲିମିଟେଡର ସହଯୋଗରେ ଗେଲ ଏବଂ ବିଇଏମ୍‌ଏଲ ସହିତ ଏକ ବୁଝାମଣାପତ୍ରରେ ନିଜର ସହାୟକ ମହାନଦୀ କୋଲ୍ଡ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ରେ ସଂଚାଳିତ ନିଜର ୧୦୦ଟନ୍ ଡମ୍ପରରେ ଏନଏନଜି କିଟ୍ ପୁଣି ଥରେ ଲଗାଇବା ପାଇଁ ଏକ ପାଇଲଟ ପରିଯୋଜନା ଆରମ୍ଭ କରିଛନ୍ତି । ଥରେ ଏଲ୍‌ଏନଜି କିଟ୍ ସଫଳତା ପୂର୍ବକ ପୁନଃ: କିଟ୍ ଏବଂ ପରୀକ୍ଷଣ ପରେ, ଏହି ଡମ୍ଫର ଦ୍ୱୈତ ଇନ୍ଧନ ପ୍ରଣାଳୀରେ ଚାଲିବାର ସକ୍ଷମ ହେବ ଏବଂ ଏଲ୍‌ଏନଜିର ଉପଯୋଗ ସହିତ ତାହାର ସଂଚାଳନ ବହୁତ ଶସ୍ତା ଏବଂ ସ୍ୱଚ୍ଛ ହେବ । ସିଆଇଏଲ୍ ନିକଟରେ ମୁକ୍ତ କୋଇଲା ଖଣିରେ ସଂଚାରିତ ୨ହଜାର ୫ଶହରୁ ଡମ୍ଫର ଅଛି ଏବଂ ଏଥିରେ ସିଆଇଏଲ ଦ୍ୱାରା ଉପଯୋଗ କରାଯାଉଥିବା ମୋଟ ଡିଜେଲ ପ୍ରାୟ ପାଖାପାଖି ୬୫ରୁ ୭୫ ପ୍ରତିଶତ ଡିଜେଲ ଖର୍ଚ୍ଚ ହୋଇଥାଏ । ଡିଜେଲର ଉପଯୋଗ ସ୍ଥାନରେ ଏଲଏନ୍‌ଜିର ଉପଯୋଗକୁ ୩୦ରୁ ୪୦ପ୍ରତିଶତ ପର୍ଯ୍ୟନ୍ତ ବଦଳିବା ଦ୍ୱାରା ଇନ୍ଧନ କିଣିବାରେ ପାଖପାଖି ୧୫ପ୍ରତିଶତ କମ୍ ହେବାର ସମ୍ଭାବନା ରହିଛି , ଯଦି ଡମ୍ଫର ସହିତ ସମସ୍ତ ଓଜନିଆ ଆର୍ଥ ମୁଭିଂ ମେସିନକୁ ଏଲ୍‌ଏନଜି କିଟ୍ ସହିତ ରେଟ୍ରୋଫିଟ୍ କରାଯାଏ, ତେବେ ବାର୍ଷିକ ୫୦୦ଶହ କୋଟି ଟଙ୍କାର ସଂଚୟର ମାର୍ଗ ପ୍ରଶସ୍ତ ହେବ ।

ପରିଯୋଜନାର ଆର୍ଥିକ ଦିଗର ମୂଲ୍ୟାଙ୍କନ ପାଇଲଟ୍ ପରିଯୋଜନାର ସମ୍ପୂର୍ଣ୍ଣ ହେବା ପରେ ଏବଂ ଡମ୍ପରଗୁଡିକର ପ୍ରଦର୍ଶନ ଉପରେ ବୈଷୟିକ ଅଧ୍ୟୟନ ପରେ କରାଯିବ । ଏହିପାଇଲଟ୍ ପ୍ରକଳ୍ପ ବର୍ଷ ଶେଷ ସୁନ୍ଧା ଶେଷହେବାର ସମ୍ଭାବନା ରହିଛି । ପରିଣାମ ସ୍ୱରୂପ, ସିଆଇଏଲ ନିଜସ୍ୱ  ଏଚଇଏମ୍‌ଏମ୍ ବିଶେଷଭାବେ ଡମ୍ଫରରେ ଏଲଏନଜିର ବୃହତ ଭାବେ ଉପଯୋଗ କ୍ଷେତ୍ରରେ ନିର୍ଣ୍ଣୟ କରିବ । ଯଦି ପରିଯୋଜନା ସଫଳ ହେବ ତେବେ ସିଆଇଏଲ କେବଳ ଏଲଏନ୍ ଜି ଇଞ୍ଜିନ ସହିତ ଏଚଇଏମ୍‌ଏମ୍ କିଣିବାକୁ ଯୋଜନା କରିବ । ଏବଂ ଏଥିରେ ତାହାକୁ କାର୍ବନ ପଦଚିହ୍ନ ହ୍ରାସ କରିବ ଏବଂ ସ୍ଥାୟୀ ଲକ୍ଷ୍ୟ ପ୍ରାପ୍ୟ କରିବାରେ ସହଯୋଗ ମିଳିବ ।

ବିଶ୍ୱସ୍ତରରେ ଉଚ୍ଚ କ୍ଷମତା ଥିବା ଖଣି ଡମ୍ଫର, ଏଲଏନଜି ହାଇବ୍ରିଟ ଅପରେସନ ଆମେରିକା, କାନାଡା, ମାସ୍କିକୋ, ରୁଷ ଏବଂ ଘାନା ଦ୍ୱାର। ଲାଗୁ କରାଯାଇଛି ।

 

*****

 NS /SLP



(Release ID: 1769044) Visitor Counter : 171