ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରଣାଳୟ ଦ୍ୱାରା “ଏଆଇ ପେ ଚର୍ଚ୍ଚା” ଏବଂ “ଏ ଆଇ ଫର ଡାଟା ଡ୍ରିଭିନ ଗଭର୍ଣ୍ଣେସ୍‌” ଉପରେ ଆଲୋଚନା

Posted On: 28 OCT 2021 10:42AM by PIB Bhubaneshwar

ଇଲୋକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରୀୟ ଇ- ଶାସନ ବିଭାଗ (ଏନ୍‌-ଇ-ଜି.ଡି) ୨୮ଅକ୍ଟୋବର ୨୦୨୧ରେ ଏଆଇ ପେ ଚର୍ଚ୍ଚା ଏବଂ ଏଆଇ ଫର ଡାଟା ଡ୍ରିଭିନ ଗର୍ଭନେସ୍‌ଡାଟା ଆଧାରିତ ପ୍ରଶାସନ ପାଇଁ କୃତ୍ରିମ ବୁଦ୍ଧିମତ୍ତା ବିଷୟ ଉପରେ ପୁଣି ଥରେ ଏଆଇ ପେ ଚର୍ଚ୍ଚା କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ଆଲୋଚନାର ଆୟୋଜନ କରୁଛି ।  ଏହି ଅଧିବେଶନରେ ଡାଟା ଆଧାରିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ଢାଞ୍ଚା ଉପରେ ଶାସନର ମହତ୍ୱ ତଥା ଏହି ସମ୍ପର୍କରେ ସମଗ୍ର ବିଶ୍ୱରେ ଗ୍ରହଣଯୋଗ୍ୟ ହେଲା ଭଳି ଉନ୍ନତ ପଦ୍ଧତି ଗୁଡିକୁ ବିଷୟବସ୍ତୁଭାବେ ନିଆଯାଇଛି ।

ଇଲୋକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରଣାଳୟ ଦ୍ୱାରା ଏ.ଆଇ ପେ ଚର୍ଚ୍ଚା, ଚର୍ଚ୍ଚାର ଶୃଙ୍ଖଳା ଯେଉଁଥିରେ ସରକାର ଏବଂ ଉଦ୍ୟୋଗ ଜଗତର ଦେଶୀୟ ଏବଂ ବିଦେଶୀ ବିଶିଷ୍ଟବ୍ୟକ୍ତି, ଅନୁସନ୍ଧାନ କର୍ତ୍ତା ଏବଂ ଏକାଡେମିକ ଜଗତର ଖ୍ୟାତାନାମା କୃତ୍ରିମ ବୁଦ୍ଧିମତ୍ତା ଉପରେ ନିଜସ୍ୱ ବିଚାର ତଥା ଅନୁଭବ ବାଣ୍ଟିଥାଆନ୍ତି । ଗୋଷ୍ଠୀଗତ ଚର୍ଚ୍ଚାରେ ସେ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧିତ ଅଧ୍ୟୟନ, ବିଶ୍ୱ ଆପଣାଇବାକୁ ଥିବା ଉନ୍ନତ ପଦ୍ଧତି, ମହତ୍ୱପୂର୍ଣ୍ଣ ନବୋନ୍ମଷ ତଥା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଥିବା ଆହ୍ୱାନଗୁଡିକ ଉପରେ ମଧ୍ୟ ଚର୍ଚ୍ଚା କରିଥାଆନ୍ତି ।

ଆଇ ଫର ଡାଟା ଡ୍ରିଭିନ ଗଭର୍ଣ୍ଣେସ୍‌ଅଧିବେଶନ ବିଶେଷଜ୍ଞ ସାର୍ବଜନୀକ କ୍ଷେତ୍ର, ପ୍ରତିରକ୍ଷା, ଡାକସେବା ଏବଂ ସହରଗୁଡିକରେ କୃତିମ ବୁଦ୍ଧିମତ୍ତାର ଉପଯୋଗ ନେଇ ଆଲୋଚନା କରିବେ । ସେହି ମହତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସମାଧାନ ଉପରେ ପ୍ରସ୍ତୁତିକରଣ ମଧ୍ୟ ଦିଆଯିବ । ଯେଉଁମାନେ କୋଭିଡ-୧୯ ମହାମାରୀର କଠିନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ପ୍ରଯୁକ୍ତିର ବିକାଶର ଶକ୍ତି ତଥା ସେଗୁଡିକ ସମ୍ପର୍କରେ ନୀତିଗୁଡିକର ପ୍ରଭାବକୁ ବୁଝିବା ଏବଂ ଏହାର ପ୍ରୟୋଗ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ https://bit.ly/3mGSmeh. ରେ ପଞ୍ଜୀକରଣ କରିବେ । ଏହା ବ୍ୟତୀତ କାର୍ଯ୍ୟକ୍ରମର ସିଧା ଷ୍ଟ୍ରିମିଂ ଦେଖିବା ପାଇଁ ଲିଙ୍କକୁ ଯାଆନ୍ତୁ :-

https://youtu.be/bNcd0quKAyU,

 https://fb.me/e/2yVdaSZHp

*****

NS / SLP



(Release ID: 1767378) Visitor Counter : 264