ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- “ସମ୍ଭବ”-୨୦୨୧ ର ଶୁଭାରମ୍ଭ କରିଛନ୍ତି

Posted On: 27 OCT 2021 2:08PM by PIB Bhubaneshwar

କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- ସମ୍ଭବ”-୨୦୨୧ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଉଦ୍ୟମିତାକୁ ବଢାଇବାରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ନୂତନ ଉଦ୍ୟମୀମାନଙ୍କ ଦ୍ୱାରା କରାଯାଇଥିବା ନୂଆ ଉତ୍ପାଦ ଏବଂ ସେବା ସମ୍ବନ୍ଧିତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ । ଏହି ଅବସରରେ ମନ୍ତ୍ରୀଙ୍କ ସହ ରାଜ୍ୟମନ୍ତ୍ରୀ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଏବଂ ଏମ୍‌ଏସ୍‌ଏମ୍‌ଇର ସଚିବ ଶ୍ରୀ ବି.ବି. ସେନ୍ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଜିଡିପିରେ ଏମ୍‌ଏସ୍‌ଏମ୍‌ଇ ଯୋଗଦାନ ବର୍ତ୍ତମାନର ୩୦ ପ୍ରତିଶତରୁ ବୃଦ୍ଧି ଘଟି ୫୦ ପ୍ରତିଶତ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୧କୋଟି ନିଯୁକ୍ତି ସୁଯୋଗ ବଢାଇ ୧୫କୋଟି କରିବା ଉପରେ ଜୋର ଦେଇଛନ୍ତି । ସେ ବିଶ୍ୱାସର ସହ କହିଛନ୍ତି ଯେ ଭବିଷ୍ୟତରେ ଭାରତ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥା ଥିବା ଦେଶ ମଧ୍ୟରେ ରହିବ।

ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅନ୍ତର୍ଗତ ବହୁ ସଂଖ୍ୟାରେ ଲୋକମାନଙ୍କ ନିକଟକୁ ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ମାସ ବ୍ୟାପି ଚାଲିବ ।  ଏଥିରେ ମନ୍ତ୍ରଣାଳୟର ୧୩୦ କ୍ଷେତ୍ରୀୟ କାର୍ଯ୍ୟାଳୟ ଦେଶର ସମସ୍ତ ସ୍ଥାନର ବିଭିନ୍ନ ମହାବିଦ୍ୟାଳୟ / ଆଇଟିଆଇର ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟମିତା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ । ଏହି ଅଭିଯାନ ଅନ୍ତର୍ଗତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅଡିଓ/ଭିଡିଓ ଫିଲ୍ମ ଦେଖାଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯିବ ।

ଏହା ବ୍ୟତୀତ ସମଗ୍ର ଦେଶରେ ୧,୩୦୦ରୁ ଅଧିକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ୧,୫୦,୦୦୦ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆଶା କରାଯାଉଛି ।    

 

****

NS / SLP


(Release ID: 1767058) Visitor Counter : 242