ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବା ସହିତ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା (ପିଏମ୍ଏଏସ୍ବିୱାଇ)ର ଶୁଭାରମ୍ଭ କରିବେ
ସାରା ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପିଏମ୍ଏଏସ୍ବିୱାଇ ଏକ ବୃହତ ପାନ-ଇଣ୍ଡିଆ ଯୋଜନା
ପିଏମ୍ଏଏସ୍ବିୱାଇ ର ଉଦ୍ଦେଶ୍ୟ ହେଉଛି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବା
୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଜିଲ୍ଲାରେ ଗୁରୁତର ଚିକିତ୍ସା ସେବା ଉପଲବ୍ଧ ହେବ
ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ପ୍ରତିଷ୍ଠା ହେବ
ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଜାତୀୟ ପ୍ରତିଷ୍ଠାନ, ଭାଇରୋଲୋଜି ପାଇଁ ୪ ଟି ନୂତନ ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ହେବ
ଆଇଟି ସଂଯୁକ୍ତ ରୋଗ ନିରୀକ୍ଷଣ ପ୍ରଣାଳୀକୁ ବିକଶିତ କରାଯିବ
ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ନଅଟି ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିବେ
Posted On:
24 OCT 2021 2:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅକ୍ଟୋବର, ୨୦୨୧ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ସିଦ୍ଧାର୍ଥନଗରରେ ପ୍ରାୟ ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ନଅଟି ମେଡିକାଲ କଲେଜକୁ ଉଦ୍ଘାଟନ କରିବେ । ଏହା ପରେ, ବାରଣାସୀରେ ପ୍ରାୟ ଅପରାହ୍ନ ୧.୧୫ ରେ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନାର ଶୁଭାରମ୍ଭ କରିବେ । ସେ ବାରାଣାସୀ ପାଇଁ ୫୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।
ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା (ପିଏମ୍ଏଏସ୍ବିୱାଇ) ଏକ ବୃହତ ପାନ-ଇଣ୍ଡିଆ ଯୋଜନା ହେବ । ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ଯୋଡି ହେବ ।
ପିଏମ୍ଏଏସ୍ବିୱାଇ ର ଉଦ୍ଦେଶ୍ୟ ହେଉଛି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଗୁରୁତର ଚିକିତ୍ସା ସୁବିଧା ଏବଂ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବା । ଏହା ୧୦ ଟି ଅଧିକ ଫୋକସ୍ ରାଜ୍ୟରେ ୧୭,୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପାଇଁ ସହାୟତା ଯୋଗାଇବ । ଅଧିକନ୍ତୁ, ସମସ୍ତ ରାଜ୍ୟରେ ୧୧,୦୨୪ ସହରୀ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯିବ ।
୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ସମସ୍ତ ଜିଲ୍ଲାରେ ଏକ୍ସକ୍ଲୁସିଭ କ୍ରିଟିକାଲ୍ କେୟାର ହସ୍ପିଟାଲ୍ ବ୍ଲକ୍ ମାଧ୍ୟମରେ ଗୁରୁତର ଚିକିତ୍ସା ସେବା ଉପଲବ୍ଧ ଥିବାବେଳେ ଅବଶିଷ୍ଟ ଜିଲ୍ଲାଗୁଡିକ ରେଫରାଲ୍ ସେବା ମାଧ୍ୟମରେ ଅନ୍ତର୍ଭୁକ୍ତ ହେବ ।
ଲୋକମାନେ ସାରା ଦେଶରେ ନେଟୱାର୍କ ଅଫ୍ ଲାବୋରଟୋରୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ନିଦାନ ସେବା ପାଇପାରିବେ । ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ ।
ପିଏମ୍ଏବିଏସ୍ୱାଇ ଅଧୀନରେ ଏକ ସ୍ୱାସ୍ଥ୍ୟ ପାଇଁ ଏକ ଜାତୀୟ ପ୍ରତିଷ୍ଠାନ, ଭାଇରୋଲୋଜି ପାଇଁ ୪ ଟି ନୂତନ ଜାତୀୟ ପ୍ରତିଷ୍ଠାନ, ଡବ୍ଲ୍ୟୁଏଚ୍ଓ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳ ପାଇଁ ଏକ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ, ୯ ଟି ବାୟୋସେଫ୍ଟି ଲେଭଲ୍-୩ ବର୍ଗର ପରୀକ୍ଷାଗାର, ୫ ଟି ନୂତନ ଆଞ୍ଚଳିକ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ପିଏମ୍ଏବିଏସ୍ୱାଇ ମହାନଗର, ବ୍ଲକ, ଜିଲ୍ଲା, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ଆଇଟି ସୁବିଧା ଥିବା ପରୀକ୍ଷାଗାରଗୁଡିକର ଏକ ନେଟୱାର୍କ ବିକାଶ କରି ରୋଗ ନୀରିକ୍ଷଣ ବ୍ୟବସ୍ଥା ର୍ନିମାଣ କରିବାକୁ ଲକ୍ଷ୍ୟ ରଖିଛି । ସମସ୍ତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ସଂଯୋଗ କରିବା ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତାର କରାଯିବ ।
ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଏବଂ ରୋଗ ବିସ୍ତାରର ପ୍ରଭାବଶାଳୀ ଚିହ୍ନଟ, ଅନୁସନ୍ଧାନ, ପ୍ରତିରୋଧ ଏବଂ ମୁକାବିଲା ପାଇଁ ପିଏମଏବିଏସ୍ୱାଇ ୧୭ ଟି ନୂତନ ଜନସ୍ୱାସ୍ଥ୍ୟ ୟୁନିଟ୍ ର କାର୍ଯ୍ୟକ୍ଷମ ଏବଂ କାର୍ଯ୍ୟକ୍ଷମ ଥିବା ୩୩ ଟି ଜନସ୍ୱାସ୍ଥ୍ୟ ୟୁନିଟକୁ ମଜବୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ଏହା ମଧ୍ୟ ଯେକୌଣସି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତାଲିମପ୍ରାପ୍ତ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ଦିଗରେ କାର୍ଯ୍ୟ କରିବ ।
ଉଦଘାଟିତ ହେବାକୁ ଥିବା ନଅଟି ମେଡିକାଲ କଲେଜ ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜାଉନପୁର ଜିଲ୍ଲାରେ ଅବସ୍ଥିତ । ୮ଟି ମେଡିକାଲ କଲେଜ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଜିଲ୍ଲା / ରେଫରାଲ୍ ହସ୍ପିଟାଲ୍ ସହିତ ସଂଯୁକ୍ତ ନୂତନ ମେଡିକାଲ୍ କଲେଜ୍କୁ ମଞ୍ଜୁର କରାଯାଇଛି ଏବଂ ଜାଉନପୁର ଠାରେ ୧ ଟି ମେଡିକାଲ୍ କଲେଜକୁ ନିଜସ୍ୱ ସମ୍ବଳ ମାଧ୍ୟମରେ ରାଜ୍ୟ ସରକାର କାର୍ଯ୍ୟକ୍ଷମ କରିଛନ୍ତି ।
କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଅଣସଂରକ୍ଷିତ, ପଛୁଆ ଏବଂ ଅକାଂକ୍ଷୀ ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଉଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ବୃତ୍ତିଧାରୀଙ୍କ ଉପଲବ୍ଧତା ବୃଦ୍ଧି, ମେଡିକାଲ କଲେଜ ବଣ୍ଟନରେ ବିଦ୍ୟମାନ ଭୌଗୋଳିକ ଅସନ୍ତୁଳନକୁ ସଂଶୋଧନ କରିବା ଏବଂ ଜିଲ୍ଲା ଡାକ୍ତରଖାନାରେ ବର୍ତ୍ତମାନ ଥିବା ଭିତ୍ତିଭୂମିକୁ ଫଳପ୍ରଦ ଭାବରେ ଉପଯୋଗ କରିବା ଲକ୍ଷ୍ୟ ରହିଛି । ଏହି ଯୋଜନାର ତିନୋଟି ପର୍ଯ୍ୟାୟରେ ସାରା ଦେଶରେ ୧୫୭ ଟି ନୂତନ ମେଡିକାଲ କଲେଜ ଅନୁମୋଦିତ ହୋଇଛି, ସେଥିମଧ୍ୟରୁ ୬୩ ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି ।
ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
HS
(Release ID: 1766198)
Visitor Counter : 261
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam