ପୋଷ୍ଟ କରାଯିବା ଦିନାଙ୍କ:
22 OCT 2021 12:22PM by PIB Bhubaneswar
ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶବିଶେଷ ଭାବରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା-ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ(ଡିଏୱାଇ-ଏନ୍ଆର୍ଏଲ୍ଏମ୍) ଅନ୍ତର୍ଗତ ୧୩ଟି ରାଜ୍ୟର ୭୭ଜିଲ୍ଲାରେ ୪-୮ଅକ୍ଟୋବର,୨୦୨୧ ମଧ୍ୟରେ ମୋଟ ୧୫୨ବିତ୍ତୀୟ ସାକ୍ଷରତା ଏବଂ ସେବା ବିତରଣ କେନ୍ଦ୍ର (ସକ୍ଷମ କେନ୍ଦ୍ର) ଆରମ୍ଭ କରାଯାଇଛି ।
ଦ୍ୱିତୀୟ ସାକ୍ଷରତା ଏବଂ ସେବା ବିତରଣ କେନ୍ଦ୍ର (ସିଏଫଏଲ ଏବଂ ଏସ୍ଡି) ଗ୍ରାମୀଣ କ୍ଷେତ୍ରରେ ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ପରିବାରଙ୍କ ମୌଳିକ ଆର୍ଥିକ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ ସମସ୍ତ ବିତ୍ତୀୟ ସମାଧାନ ସେବା/ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଭାବରେ କାର୍ଯ୍ୟ କରିବ । ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ବିତ୍ତୀୟ ସାକ୍ଷରତା ପ୍ରଦାନ କରିବା ଏବଂ ଏସଏଚଜି ସଦସ୍ୟ ଏବଂ ଗ୍ରାମୀଣ ଗରିବମାନଙ୍କୁ ବିତ୍ତୀୟ ସେବାଗୁଡିକୁ (ସଞ୍ଚୟ, ଋଣ, ବୀମା, ପେନ୍ସନ୍ ଇତ୍ୟାଦି) ପହଞ୍ଚାଇବାକୁ ସୁବିଧା ପ୍ରଦାନ କରିବା । ଏହି କେନ୍ଦ୍ରର ପ୍ରବନ୍ଧନ ମୁଖ୍ୟତଃ କ୍ଲଷ୍ଟର ସ୍ତରରେ ଏସ୍ଏଚଜି ନେଟୱାର୍କ ଦ୍ୱାରା ପ୍ରଶିକ୍ଷିତ ସାମୁଦାୟିକ ସଂସାଧନ ବ୍ୟକ୍ତିମାନଙ୍କର (ସିଆରପି)ର ସହାୟତା କରାଯିବ ।

ଓଡିଶାର ନୟାଗଡ ଜିଲ୍ଳା ରଣପୁର ବ୍ଲକ ବ୍ରଜସୁନ୍ଦରପୁର ଗ୍ରାମ
ଏହି ପ୍ରଶିକ୍ଷିତ ସିଆରପିଙ୍କୁ ଜିଲ୍ଳାର ଅଗ୍ରଣୀ ବ୍ୟାଙ୍କ ଦ୍ୱାରା ସ୍ଥାପିତ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା (ଆରଏସ୍ଇଟିଆଇ)ଠାରେ ଛଅ ଦିବସୀୟ ଆବାସୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ସମସ୍ତ ବ୍ୟକ୍ତିମାନଙ୍କୁ ଯେଉଁମାନେ ଲୋକପ୍ରିୟଭାବେ ବିତ୍ତୀୟ ସାକ୍ଷରତା ସମୁଦାୟ ସଂଶାଧନ ବ୍ୟକ୍ତି (ଏଫଏଲ୍ସିଆରଟି) ଭାବେ ପରିଚିତ । ସେମାନଙ୍କୁ ସ୍ଥାନୀୟ ଭାଷାରେ ଏକ ପ୍ରଶିକ୍ଷଣ ଟୁଲ, କିଟ୍ ମଧ୍ୟ ପ୍ରଦାନ କରାଯାଇଥାଏ ।

ଆସାମର ତିନି ସୁକିୟ ଜିଲ୍ଳା, ଗୁଇଜାନ ବ୍ଲକ, ଗୋବିନ୍ଦପୁର ଗ୍ରାମ
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ (ଏମଓଆରଡି) ‘ସକ୍ଷମ’ ନାମକ ଏ ମୋବାଇଲ ଏବଂ ୱେବ ଆଧାରିତ ଆପ୍ଲିକେଶନ ମଧ୍ୟ ବିକଶିତ କରିଛନ୍ତି । ଯାହାର ଉପଯୋଗ ଏହି କେନ୍ଦ୍ରର ସାମୁଦାୟିକ ସଂସାଧନ ବ୍ୟକ୍ତି ଦ୍ୱାରା ପ୍ରତ୍ୟେକ ଏସଏଚଜି ଏବଂ ଗାଁରେ ବିଭିନ୍ନ ବିତୀୟ ସେବାଗୁଡିକ ଜାଣିବା ପାଇଁ କରାଯିବ । ଏହା ସହିତ ମୁଖ୍ୟ ଅଭାବଗୁଡିକୁ ଚିହ୍ନଟ କରି ସେହି ଅନୁସାରେ ପ୍ରଶିକ୍ଷଣ ଏବଂ ଆବଶ୍ୟକ ବିତ୍ତୀୟ ସେବା ପ୍ରଦାନ କରାଯିବ । ଏହି ଆପ୍ଲିକେସନ ବିଭିନ୍ନ ସମୟରେ ଚାଲୁଥିବା କାର୍ଯ୍ୟକ୍ରମର ପ୍ରଭାବର ଆକଳନ ଏବଂ ଆବଶ୍ୟକସ୍ଥଳେ ମଝିରେ ସଂସ୍କାର ରଣନୀତି ଉପରେ ମଧ୍ୟ କାମ କରିବ ।

ଏମ.ପି.ର ଶିବପୁରୀ ଜିଲ୍ଳା, କରେରା ପ୍ରଖଣ୍ଡ ସିର୍ସୋଦ ଗ୍ରାମ
ଦେଶର ୧୩ଟି ରାଜ୍ୟଗୁଡିକ ଗ୍ରାମୀଣ ଆଜୀବିକା ମିଶନଗୁଡିକୁ (ଏସ୍ଆର୍ଏଲ୍ଏମ୍)କୁ ନେଇ ଲକ୍ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ଯେଉଁଥିରେ ମହିଳା ଏସଏଚଜି ସଦସ୍ୟ, ବିତ୍ତୀୟ ସ୍ୱାକ୍ଷରତା ସଂସାଧନ ବ୍ୟକ୍ତିବିଶେଷ, ବ୍ୟାଙ୍କ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ, ଜନପ୍ରତିନିଧି, ଏବଂ ଅନ୍ୟ ମହତ୍ୱପୂର୍ଣ୍ଣ ପ୍ରଦାଧିକାରୀମାନେ ଉଦ୍ଘାଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାଜ୍ୟଗୁଡିକ ମଧ୍ୟରେ ଆସାମ, ଛତିଶଗଡ, ଗୁଜରାଟ, ହିମାଚଳପ୍ରଦେଶ , ଛାଡଖଣ୍ଡ, ମଧ୍ୟପ୍ରଦେଶ, ମେଘାଳୟ ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ସିକ୍କିମ୍, ତ୍ରିପୁରା ଏବଂ ଉତ୍ତରପ୍ରଦେଶ ସାମିଲ ରହିଛି । ଉପରୋକ୍ତ ରାଜ୍ୟଗୁଡିକର କେନ୍ଦ୍ରର ଅନୁଭବକୁ ଆଧାର କରି ଅନ୍ୟ ଏସଆରଏଲଏମ୍ ଏବଂ ଅବଶିଷ୍ଟ ଆବଶ୍ୟକ ବ୍ଲକଗୁଡିକରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ ।

ଗାନ୍ଧାରିଆଗ୍ରାମ, ଛପରାସଦର ପ୍ରଖଣ୍ଡ, ଚତରା ଜିଲ୍ଲା, ଝାଡଖଣ୍ଡ
****
NS / SLP