ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି (୨୦-୧୦-୨୦୨୧) ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ କରିବେ ମତ ବିନିମୟ

Posted On: 19 OCT 2021 12:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୦-୧୦-୨୦୨୧) ସନ୍ଧ୍ୟା ୬ଟାବେଳେ ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ବିଶେଷଜ୍ଞଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ମତ ବିନିମୟ କରିବେ । ତୈଳ ଓ ବାଷ୍ପ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସହ ୨୦୧୬ ମସିହାରୁ ଏପରି ମତ ବିନିମୟ ହୋଇ ଆସୁଥିବାବେଳେ, ଏହା ହେଉଛି ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଅ।।ଲୋଚନା କରିବା ସହ ଭାରତରେ ଏ ସଂକ୍ରାନ୍ତ ପୁଞ୍ଜିନିବେଶ ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥାନ୍ତି ।

ମତ ବିନିମୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା । ମତ ବିନିମୟ କାଳରେ ବିଶେଷଭାବେ ଭାରତରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଉତ୍ତୋଳନ ଓ ଉତ୍ପାଦନକୁ ପ୍ରୋତ୍ସାହିତ ୍‌କରିବା, ଶକ୍ତି କ୍ଷେତ୍ରରେ ସ୍ୱାଧୀନତା, ଗ୍ୟାସ ଭିତ୍ତିକ ଅର୍ଥନୀତି, ସ୍ୱଚ୍ଛ ଇନ୍ଧନ, ସବୁଜ ଉଦ୍‌ଯାନ ଅର୍ଥନୀତି, ଜୈବ ଇନ୍ଧନ ଉତ୍ପାଦନ ବୃଦ୍ଧି ଇତ୍ୟାଦି ଜରିଆରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସମ୍ପର୍କରେ ମତବିନିମୟ ହେବ । ବହୁ ରାଷ୍ଟ୍ରୀୟ ନିଗମ ଓ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଶେଷଜ୍ଞ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

*****

 

SM / SLP



(Release ID: 1764979) Visitor Counter : 197