ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ଫୁମିଓ କିଶିଦାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2021 6:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ଫୁମିଓ କିଶିଦାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମାନ୍ୟବର କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତି ଏବଂ ଆର୍ନ୍ତଜାତୀୟ ସହଯୋଗର ଦ୍ରୁତ ଅଗ୍ରଗତିରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ଏବଂ ଭବିଷ୍ୟତକ୍ଷେତ୍ର ମଧ୍ୟରେ ବିଭିନ୍ନ ସହଯୋଗକୁ ଆହୁରି ବଢାଇବାର ସମ୍ଭାବନା ଉପରେ ସହମତ ହୋଇଥିଲେ । ଅଧିକ ପୁଞ୍ଜି ବିନିଯୋଗ ମାଧ୍ୟମରେ ଭାରତର ଅର୍ଥନୈତିକ ସଂସ୍କାରରୁ ଲାଭ ପାଇବାକୁ ପ୍ରଧାନମନ୍ତ୍ରୀ ଜାପାନ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିଥିଲେ ।

ନେତାମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଏବଂ ଜାପାନ ମଧ୍ୟରେ ଦୃଷ୍ଟିକୋଣର ବୃଦ୍ଧି ଏବଂ ଦୃଢ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ କ୍ୱାଡ୍ ଢାଞ୍ଚା ଅନ୍ତର୍ଗତ ସହଯୋଗର ଅଗ୍ରଗତିର ସମୀକ୍ଷା କରିଥିଲେ ।

ଦ୍ୱିପାକ୍ଷିକ ଶିଖର ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମାନ୍ୟବର କିଶିଦାଙ୍କୁ ଯଥାଶୀଘ୍ର ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।

HS


(ରିଲିଜ ଆଡି: 1763482) ପରିଦର୍ଶକ କାଉଣ୍ଟର : 244