ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୧ ତାରିଖରେ ଭାରତୀୟ ମହାକାଶ ସଂଘର ଶୁଭାରମ୍ଭ କରିବେ

Posted On: 09 OCT 2021 3:41PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ସଂଘ (ଆଇଏସ୍ପିଏ) ଶୁଭାରମ୍ଭ କରିବେ ଏହି ଅବସରରେ ସେ ମହକାଶ ଶିଳ୍ପ ପ୍ରତିନିଧୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ

ଭାରତୀୟ ମହାକାଶ ସଂଘ (ଆଇଏସ୍ପିଏ) ବିଷୟରେ

ଆଇଏସ୍ପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀମାନର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସ୍ୱର ହେବାକୁ ଇଚ୍ଛା କରେ ଏହା ନୀତି ପ୍ରଚାର ଏବଂ ସରକାର ଏହାର ସହଯୋଗୀଙ୍କ ସମେତ ଭାରତୀୟ ମହାକାଶ ଡୋମେନ୍ ସମସ୍ତ ହିତାଧିକାରୀଙ୍କ ସହ ଜଡିତ ହେବ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍ପିଏ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଖେଳାଳି ଭାବେ ଭାରତକୁ ଆତ୍ମର୍ନିଭର  କରିବାରେ ସାହାଯ୍ୟ କରିବ

ମହାକାଶ ଏବଂ ଉପଗ୍ରହ ଜ୍ଞାନକୌଶଳ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ସ୍ୱଦେଶୀ ବିଶ୍ୱସ୍ତରୀୟ ନିଗମ ଗୁଡିକୁ ଆଇଏସ୍ପିଏ ପ୍ରତିନିଧିôତ୍ୱ କରେ ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍‌), ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁଇଣ୍ଡିଅ , ୱାଲଚନ୍ଦନଗର ଶିଳ୍ପଗୋଷ୍ଠି ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ମୂଳ ସଦସ୍ୟମାନଙ୍କ ମଧ୍ୟରେ ଗୋଡ୍ରେଜ୍‌, ହ୍ୟୁଗେସ ଇଣ୍ଡିଆ, ଆଜିସ୍ତା-ବିଏସଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍‌, ବିଇଏଲ୍‌, ସେଣ୍ଟମ୍ ଇଲେକ୍ଟ୍ରୋନିକ୍ସ, ମ୍ୟାକ୍ସାର୍ ଇଣ୍ଡିଆ ଅନ୍ତର୍ଭୁକ୍ତ

HS



(Release ID: 1762505) Visitor Counter : 226