ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2021 10:36AM by PIB Bhubaneswar
ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ୨୦୦୩ରେ ତାଙ୍କ ଚିତାଭସ୍ମ ସ୍ୱିଜରଲ୍ୟାଣ୍ଡରୁ ଭାରତ ଅଣାଯିବା ଓ ୨୦୧୫ରେ ଇଂଲଣ୍ଡ ନିକଟରୁ ମରଣୋତ୍ତର ପୁନଃସ୍ଥାପନ ପ୍ରମାଣପତ୍ର ମିଳିବା କଥା ସେ ମନେ ପକାଇଥିଲେ ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;
“ମହାନ କ୍ରାନ୍ତିକାରୀ ଓ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଦେଶକୁ ଗୋଲାମୀରୁ ମୁକ୍ତ କରାଇବା ପାଇଁ ସେ ନିଜ ଜୀବନ ସମର୍ପିତ କରି ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନକୁ କୃତଜ୍ଞ ରାଷ୍ଟ୍ର କେବେ ବି ଭୁଲି ପାରିବ ନାହିଁ ।
ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି
୨୦୦୩ରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଚିତାଭସ୍ମ ସ୍ୱିଜରଲ୍ୟାଣ୍ଡରୁ ଫେରାଇ ଆଣିବା ଓ ୨୦୧୫ରେ ଇଂଲଣ୍ଡ ଗସ୍ତ ଅବସରରେ ମରଣୋତ୍ତର ପୁନଃସ୍ଥାପନ ପ୍ରମାଣପତ୍ର ଗ୍ରହଣ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଯୁବ ଭାରତ ତାଙ୍କ ସାହସ ଓ ମହାନତା ସମ୍ପର୍କରେ ଅଧିକ ଜାଣିବା ଜରୁରୀ ।”
SR
(ରିଲିଜ ଆଡି: 1760830)
ପରିଦର୍ଶକ କାଉଣ୍ଟର : 311
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam