ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 
                    
                    
                        
                    
                
                
                    Posted On:
                04 OCT 2021 10:36AM by PIB Bhubaneshwar
                
                
                
                
                
                
                ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ୨୦୦୩ରେ ତାଙ୍କ ଚିତାଭସ୍ମ ସ୍ୱିଜରଲ୍ୟାଣ୍ଡରୁ ଭାରତ ଅଣାଯିବା ଓ ୨୦୧୫ରେ ଇଂଲଣ୍ଡ ନିକଟରୁ ମରଣୋତ୍ତର ପୁନଃସ୍ଥାପନ ପ୍ରମାଣପତ୍ର ମିଳିବା କଥା ସେ ମନେ ପକାଇଥିଲେ । 
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;
 “ମହାନ କ୍ରାନ୍ତିକାରୀ ଓ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଦେଶକୁ ଗୋଲାମୀରୁ ମୁକ୍ତ କରାଇବା ପାଇଁ ସେ ନିଜ ଜୀବନ ସମର୍ପିତ କରି ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନକୁ କୃତଜ୍ଞ ରାଷ୍ଟ୍ର କେବେ ବି ଭୁଲି ପାରିବ ନାହିଁ । 
ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି
୨୦୦୩ରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଚିତାଭସ୍ମ ସ୍ୱିଜରଲ୍ୟାଣ୍ଡରୁ ଫେରାଇ ଆଣିବା ଓ ୨୦୧୫ରେ ଇଂଲଣ୍ଡ ଗସ୍ତ ଅବସରରେ ମରଣୋତ୍ତର ପୁନଃସ୍ଥାପନ ପ୍ରମାଣପତ୍ର ଗ୍ରହଣ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଯୁବ ଭାରତ ତାଙ୍କ ସାହସ ଓ ମହାନତା ସମ୍ପର୍କରେ ଅଧିକ ଜାଣିବା ଜରୁରୀ ।”    
 
  
SR
                
                
                
                
                
                (Release ID: 1760830)
                Visitor Counter : 291
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam