ଜଳ ଶକ୍ତି ମନ୍ତ୍ରଣାଳୟ

ଜଳଜୀବନ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ପାଞ୍ଚକୋଟିରୁ ଅଧିକ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯାଇଛି


ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ପାଣି ସମିତିର କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିବେ

ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା କରାଯାଇ ରାଷ୍ଟ୍ରବ୍ୟାପୀ ଜଳ ନିରାପତ୍ତା ବିଷୟରେ ଆଲୋଚନା କରାଯିବ

Posted On: 01 OCT 2021 2:44PM by PIB Bhubaneshwar

୨୦୧୯ ଅଗଷ୍ଟରେ ଜାତୀୟ ଜଳଜୀବନ ମିଶନ ଘୋଷଣା ହେବା ପରେ ଇତିମଧ୍ୟରେ ମାତ୍ର ୨୫ମାସ ମଧ୍ୟରେ ଦେଶବ୍ୟାପୀ ୨୫କୋଟିରୁ ଅଧିକ ପରିବାରକୁ ପାଣି ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି । କୋଭିଡ ମହାମାରୀର ପ୍ରଭାବ ଓ ତତ୍‌ଜନୀତ ଲକ୍‌ଡାଉନ ଓ ଅନ୍ୟାନ୍ୟ ଅସୁବିଧା ସତ୍ତ୍ୱେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ନିରନ୍ତରଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ।

ଲୋକଙ୍କ ଘରେ ପାନୀୟଜଳ ପାଇପ ଯୋଗେ ପହଞ୍ଚିପାରୁଥିବାରୁ ମହିଳା ଓ ଝିଅମାନଙ୍କର ପାଣି ସଂଗ୍ରହ ଜନିତ ଚିନ୍ତା ଦୂର ହେଉଛି । ସେମାନେ ଏହା ଦ୍ୱାରା ଯେଉଁ ସମୟ ବଞ୍ଚାଉଛନ୍ତି ତାହାକୁ ଅନ୍ୟାନ୍ୟ ରୋଜଗାର ମାର୍ଗରେ ବିନିଯୋଗ କରୁଛନ୍ତି । ଝିଅମାନେ ମଧ୍ୟ ପାଠପଢା ଓ ଦକ୍ଷତା ବିକାଶ ପାଇଁ ଅଧିକ ସମୟ ଦେଇପାରୁଛନ୍ତି ।

ଏହି ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ୱାଟର ସଂଯୋଗ ଯୋଜନାର ଲକ୍ଷ୍ୟ । ଯୋଜନାର ଆରମ୍ଭ ପୂର୍ବରୁ  ଗ୍ରାମଂଚଳରେ ୧୮.୯୩କୋଟି ପରିବାର ମଧ୍ୟରୁ ମାତ୍ର ୧୭ଶତାଂଶ ବା ୩.୨୩ କୋଟି ଘରକୁ ପାଇପ୍ ଜଳ ସଂଯୋଗ ବ୍ୟବସ୍ଥା ଥିଲା । ତେଣୁ ୨୦୨୪ ସୁଦ୍ଧା ମୋଟ ୧୫.୭୦କୋଟି ପରିବାରକୁ  ପାଇପ ଜଳ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ଗ୍ରାମ ଓ ସହରାଞ୍ଚଳରେ ୧୯କୋଟିରୁ ଅଧିକ ପରିବାର ଉପକୃତ ହେବେ ।

ଆଜି ସୁଦ୍ଧା ଗ୍ରାମାଞ୍ଚଳରେ ୪୩% ବା ମୋଟ ୮.୨୬ କୋଟି ପରିବାରକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାର ମୂଳଲକ୍ଷ୍ୟ ହେଲା ସମସ୍ତଙ୍କୁ ଜଳ ନିରାପତ୍ତା ଯୋଗାଇ ଦେବା ଓ ଏଥିରୁ କେହି ଯେପରି ବାଦ ନ ପଡନ୍ତି ତାହାକୁ ନିଶ୍ଚିତ କରିବ । ଦେଶର ୭୮ଟି ଜିଲ୍ଲାରେ ୧. ୧୬ ଲକ୍ଷ ଗାଁକୁ ଏବେ ଟ୍ୟାପ ପାଣି ମିଳୁଛି । ଏହାଛଡା ସବୁ ସ୍କୁଲ, ଅଙ୍ଗନବାଡି, ହଷ୍ଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ପାଇବ ଜଳ ଯୋଗାଇ ଦିଆଯିବାର ଲକ୍ଷ୍ୟରଖାଯାଇଛି ।

ସମ୍ବିଧାନର ୭୩ତମ ସଂଶୋଧନ ମାଧ୍ୟମରେ ପାନୀୟଜଳ ନିରାପତାକୁ ସୁନିଶ୍ଚିତ କରିବା ପାଇଁ ପାଣି ସମିତିମାନ ଗଠନର ବ୍ୟବସ୍ଥା ହୋଇଛି । ଏହି ସମିତିରେ ୧୦ରୁ ୧୫ସଦସ୍ୟ ରହିବା ସହିତ ଏହାର ୫୦ଭାଗ ମହିଳା ସଦସ୍ୟ ହେବାର ନୀତି ଚୂଡାନ୍ତ ହୋଇଛି । ସ୍ଥାନୀୟ ଆବଶ୍ୟକତା ଅନୁସାରେ ବିକେନ୍ଦ୍ରିତ ବ୍ୟବସ୍ଥାରେ ଏହା କାର୍ଯ୍ୟକାରୀ ହେଉଛି ।

ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜବିଚାରକୁ ସମ୍ମାନ ଦେଇ ଚଳିତବର୍ଷ  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଦେଶର ସବୁ ଗ୍ରାମସଭାର ସ୍ୱତନ୍ତ୍ର ବୈଠକ ଆୟୋଜିତ ହେଉଛି । ଏଥିରେ  ଜଳ ନିରାପତ୍ତା ବିଷୟରେ ଆଲୋଚନା ହେବ । ୱାସ ପ୍ରବୃଦ୍ଧ ଗାଁବା ଜଳ ଆତ୍ମନିର୍ଭର ଗ୍ରାମ ଗଠନ ଲକ୍ଷ୍ୟପୂରଣ ପାଇଁ ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ପାଣି ସମିତିର କର୍ମର୍ତ୍ତାମାନଙ୍କ ସହ ଆଭାଷୀ ବ୍ୟବସ୍ଥାରେ ମତବିନିମୟ କରିବେ  । ଦିନ ୧୦ଟାରୁ ୧୨ ଯାଏ ସେ ଏହି କାର୍ଯ୍ୟକ୍ରମରେ ୩.୩ ଲକ୍ଷ ଗ୍ରାମ ପାଣି କମିଟିର ପ୍ରତିନିଧିକୁ ଉଦ୍‌ବୋଧନ ଦେଇ ସେମାନଙ୍କ କଥା ଶୁଣିବେ ।

*****

TKM



(Release ID: 1760204) Visitor Counter : 193