ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଆଗାମୀ ୫ ବର୍ଷ ମଧ୍ୟରେ ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ (ଏନଇଆଇଏ) ଯୋଜନାକୁ ଜାରି ରଖିବା ଏବଂ ୧,୬୫୦୦ କୋଟି ଟଙ୍କା ନିବେଶ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରଦାନ


ଏନଇଆଇଏ ଟ୍ରଷ୍ଟର ପୁଞ୍ଜି ନିବେଶ ଫୋକସ ବଜାର ରପ୍ତାନୀ ପ୍ରକଳ୍ପରେ ଥିବା ବିପୁଳ ସମ୍ଭାବନାକୁ ସାହାଯ୍ୟ କରିବ ।

ଏନଇଆଇଏ ପ୍ରାୟ ୩୩,୦୦୦ କୋଟି ଟଙ୍କା ମୂଲ୍ୟର ରପ୍ତାନୀ ପ୍ରକଳ୍ପକୁ ସହାୟତା କରିବ

ଏହା ପ୍ରାୟ ୨.୬ ଲକ୍ଷ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସେଥିରେ ଫର୍ମାଲ ସେକ୍ଟରର ପ୍ରାୟ ୧୨,୦୦୦ କର୍ମନିଯୁକ୍ତି ସାମିଲ

ଏହି ନିଷ୍ପତ୍ତି ସରକାର ଗତ କେତେ ବର୍ଷ ଭିତରେ ରପ୍ତାନୀ ବାଣିଜ୍ୟ ବୃଦ୍ଧି ସିରିଜର ଅନେକ ଗୁଡ଼ିଏ ଯୋଜନା ଏବଂ ପ୍ରୟାସର ଅଂଶ ବିଶେଷ

ବୈଦେଶିକ ବାଣିଜ୍ୟ ନୀତି (୨୦୧୫-୨୦)କୁ ମାର୍ଚ୍ଚ ୨୧ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି

ସମସ୍ତ ପ୍ରକାର ବକେୟାକୁ ସେପ୍ଟେମ୍ବର ୨୦୨୧ ସୁଦ୍ଧା ପରିଶୋଧ କରିବା ନିମନ୍ତେ ୫୬,୦୨୭ କୋଟି ଟଙ୍କା ମଞ୍ଜୁରୀ

ଟିକସ ଓ କର ହ୍ରାସ ଏବଂ ରପ୍ତାନୀକୃତ ଉତ୍ପାଦ (ଆରଓଡିଟିଇପି) ଛାଡ଼ ବ୍ୟବସ୍ଥା ଲାଗୁ ଯେଉଁଥିପାଇଁ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୨,୪୫୪ କୋଟି ଟଙ୍କା ମଞ୍ଜୁର

ସାର୍ଟିଫିକେଟ ଅଫ୍‍ ଅରିଜିନ ପାଇଁ କମନ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ ଯଦ୍ୱାରା ବାଣିଜ୍ୟ କାରବାର ପାଇଁ ସୁବିଧା ହେବ ଏବଂ ରପ୍ତାନୀକାରୀମାନଙ୍କ ଦ୍ୱାରା ଏଫଟିଏ ଉପଯୋଗ ବୃଦ୍ଧି ପାଇବ

ଜିଲ୍ଲାଗୁଡ଼ିକୁ ରପ୍ତାନୀ ହବ୍‍ ଭାବେ ଗଢ଼ିବାରେ ସହାୟକ ହେବ

ବିଦେଶରେ ଥିବା ଭାରତୀୟ ମିଶନମାନେ ଭାରତର ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ନିବେଶ ଲକ୍ଷ୍ୟ ବୃଦ୍ଧି କରିବା ଦିଗରେ ସକ୍

Posted On: 29 SEP 2021 3:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ରପ୍ତାନୀ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଧାରାକୁ ଜାରି ରଖି, ସରକାର ଆଜି ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ୍‍ (ଏନଇଆଇଏ)କୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସହାୟତା ବାବଦକୁ ୧,୬୫୦୦ କୋଟି ଟଙ୍କା ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ୍‍, ୨୦୨୧-୨୨ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ସହାୟତା ଯୋଗାଇ ଦିଆଯିବ ।

ଏନଇଆଇଏ ଟ୍ରଷ୍ଟ ୨୦୦୬ ମସିହାରେ ଗଠନ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ହେଲା ଭାରତରୁ ରଣନୀତିକ ଏବଂ ଜାତୀୟ ଗୁରୁତ୍ୱ ବହନ କରୁଥିବା ସାମଗ୍ରୀ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇବା । ଏନଇଆଇଏ ମଧ୍ୟମ ଏବଂ ଦୀର୍ଘକାଳୀନ ଭିତ୍ତି (ଏଲଏଲଟି)/ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇଥାଏ ଏବଂ ଏଥିପାଇଁ ଇସିଜିସି (ଇସିଜିସି ଲିମିଟେଡ଼ ଦ୍ୱାରା ଜାରି କରାଯାଇଥିବା ସହାୟତା (ଆଂଶିକ/ପୂର୍ଣ୍ଣ)କୁ ସମର୍ଥନ କରିଥାଏ । ଏହାକୁ ପୂର୍ବରୁ ଭାରତୀୟ ରପ୍ତାନୀ ଋଣ ଗ୍ୟାରେଣ୍ଟି କର୍ପୋରେସନ୍‍ ଲିମିଟେଡ଼ ବୋଲି କୁହାଯାଉଥିଲା ଏବଂ ତାହା ଏମଏଲଟି/ ରପ୍ତାନୀ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ବାୟର୍ସ କ୍ରେଡିଟ୍‍ (ବିସି- ଏନଇଆଇଏ) ପାଇଁ ଏକଜିମ୍‍ ବ୍ୟାଙ୍କ ଭାରତର ରପ୍ତାନୀ ପ୍ରକଳ୍ପମାନଙ୍କ ନିମନ୍ତେ ଅନୁବନ୍ଧିତ ଥିଲା । 

ଏନଇଆଇଏରେ ପୁଞ୍ଜି ପ୍ରବେଶ ଦ୍ୱାରା ଭାରତୀୟ ରପ୍ତାନୀକାରୀ ପ୍ରକଳ୍ପ (ଆଇପିଇ)କୁ ଆବଶ୍ୟକ ସହାୟତା ମିଳିପାରିବ ଏବଂ ସେମାନେ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରି ରପ୍ତାନୀ ପ୍ରକଳ୍ପରେ ଥିବା ବିପୁଳ ସାମର୍ଥ୍ୟକୁ ହାସଲ କରିପାରିବେ । ଏଭଳି ଭାରତୀୟ କଣ୍ଟେଣ୍ଟ୍‍ ଥିବା ରପ୍ତାନୀ ପ୍ରକଳ୍ପକୁ ସହାୟତା ଯୋଗାଣ ସାରା ଦେଶରୁ କରାଯିବ ଏବଂ ତାହା ଭାରତରେ ଉତ୍ପାଦନକୁ ବୃଦ୍ଧି କରିବ । ୧,୬୫୦ କୋଟି ଟଙ୍କା କର୍ପସ୍‍ ପାଣ୍ଠି ପ୍ରଦାନ ଟ୍ରଷ୍ଟର ସାମର୍ଥ୍ୟକୁ ବହୁଗୁଣିତ କରିବ ଏବଂ ଟ୍ରଷ୍ଟ ପ୍ରାୟ ୩୩,୦୦୦କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ରପ୍ତାନୀ ପ୍ରକଳ୍ପକୁ ସହାୟକ ହୋଇପାରିବ । ଏହା ବ୍ୟତୀତ ଏହି ଅର୍ଥରେ ଟ୍ରଷ୍ଟ ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରିପାରିବ ଯାହାକିଘରୋଇ ଭାବେ ଉତ୍ପାଦିତ ଦ୍ରବ୍ୟକୁ ଆନୁମାନିକ ୨୫,୦୦୦ କୋଟି ଟଙ୍କା ମୂଲ୍ୟର ପରିଣତ କରିପାରିବ ।

ଏହା ବ୍ୟତୀତ ଏହି ପ୍ରକଳ୍ପରେ ଆନୁମାନିକ ୭୫% ଭାରତୀୟ କଣ୍ଟେଣ୍ଟ ଯାହାକି ବିଶ୍ୱ ବ୍ୟାଙ୍କ  ଏବଂ ଆନ୍ତର୍ଜାତି ଶ୍ରମ ସଂଗଠନ (ଆଇଏଲଓ) ଦ୍ୱାରା ଜାରି ଏକ୍ସପୋର୍ଟ ଟୁ ଜବ୍ସରିପୋର୍ଟରେ ଉଲ୍ଲେଖ ରହିଛି, ସେହି ହାର ଅନୁସାରେ ଏହା ଦ୍ୱାର ପ୍ରାୟ ୧୨,୦୦୦ କର୍ମଚାରୀ ସଂଗଠିତ କ୍ଷେତ୍ରକୁ ଯାଇପାରିବେ ବୋଲି ଆକଳନ କରାଯାଇଛି । ଅଧିକନ୍ତୁ, ସଂପୃକ୍ତ କ୍ଷେତ୍ରରେ ପ୍ରାୟ ୨.୬ ଲକ୍ଷ କର୍ମଚାରୀ କର୍ମନିଯୁକ୍ତିର ସୁଯୋଗ ପାଇପାରିବେ ଯାହାକି ଏହି ରିପୋର୍ଟ ଆଧାରରେ ହିଁ ହିସାବ କରି ଦେଖାଯାଇଛି ।

ଏନଇଆଇଏ- କାର୍ଯ୍ୟାବଳୀ ମୁଖ୍ୟାଂଶ

୧.ଏନଇଆଇଏ ଟ୍ରଷ୍ଟ ୨୦୦୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ମଧ୍ୟମ/ ଏବଂ ଦୀର୍ଘକାଳୀନ (ଏମଏଲଟି)/ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ଏବଂ ସେମାନଙ୍କୁ ଋଣ ଓ ରାଜନୈନିକ ବୀମା ପ୍ରଦାନ ଥିଲା ଏହାର ଉଦ୍ଦେଶ୍ୟ ।

୨. ଏନଇଆଇଏ ଯେଉଁସବୁ ପ୍ରକଳ୍ପ ବ୍ୟବସାୟିକ ଦୃଷ୍ଟିରୁ ଲାଭପ୍ରଦ ଏବଂ ଯାହାର ରଣନୀତିକ ଗୁରୁତ୍ୱ ରହିଛି ସେସବୁ ପ୍ରକଳ୍ପଗୁଡ଼ିକୁ ଏନଇଆଇଏ ସହଯୋଗ ଯୋଗାଇ ଦେଇଥାଏ ।

୩. ଭାରତ ସରକାରଙ୍କ ଦ୍ୱାରା କର୍ପସ ପ୍ରତିବଦ୍ଧତା ସ୍ୱରୂପ ୪୦୦୦ କୋଟି ଟଙ୍କା ଏବଂ ବାସ୍ତବ କର୍ପସର ସର୍ବାଧିକ ଅନୁମତିଯୋଗ୍ୟ ଲିଆବିଲିଟି ୨୦ ଗୁଣ ରଖାଯାଇଛି ।

୪. ବିଗତ ବର୍ଷମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଠାରୁ ମିଳିଥିବା ସହାୟତା ପରିମାଣ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ୩,୦୯୧ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।

୫. ସ୍ଥାପିତ ହେବା ଦିନଠାରୁ ଏନଇଆଇଏ ୨୧୩ଟି ସଂସ୍ଥାକୁ ସହାୟତା ଯୋଗାଇଛି ଏବଂ ସେସବୁର ମୋଟ ମୂଲ୍ୟ ୫୩,୦୦୦ କୋଟି ଟଙ୍କା ଏବଂ ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ଏହା ୫୨ଟି ରାଷ୍ଟ୍ରକୁ ଯୋଗାଯାଇଛି ।

୬. ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ଏହାର ରପ୍ତାନୀଜନିତ ପ୍ରକଳ୍ପ ଉପରେ ସର୍ବାଧିକ ପ୍ରଭାବ ପଡ଼ିଛି ।

ବିଗତ କିଛି ବର୍ଷ ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ରପ୍ତାନୀ ସଂପର୍କୀତ ବିଭିନ୍ନ ଯୋଜନା ଓ ଉପକ୍ରମ

୧.କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ପରିସ୍ଥିତି ଯୋଗୁ ବୈଦେଶିକ ବାଣିଜ୍ୟ ନୀତି (୨୦୧୫-୨୦କୁ ୩୦.୦୯.୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

୨.ସେପ୍ଟେମ୍ବର ୨୦୨୧ରେ ୫୬,୦୨୭ କୋଟି ଟଙ୍କା ମଂଜୁର କରାଯାଇଛି ଯାହାଫଳରେ ସମସ୍ତ ସ୍କ୍ରିପ୍ଟ ଆଧାରିତ ଯୋଜନାରେ ବକେୟା ଥିବା ସମସ୍ତ ଅର୍ଥ ପରିଶୋଧ କରାଯିବ ଯାହାକି କୋଭିଡ଼ ୧୯ ସମୟରେ ଲିକୁଡ଼ିଟି ଯୋଗାଇବ ।

୩. କର ଓ ଟିକସ ଛାଡ଼ ଏବଂ ରପ୍ତାନୀ ଉତ୍ପାଦ (ଆରଓଡିଟିଇପି) ନୂତନ ଯୋଜନାର ଶୁଭାରମ୍ଭ ।  ଏହି ଯୋଜନା ସକାଶେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨,୪୫୪ କୋଟି ଟଙ୍କା ମଂଜୁର କରାଯାଇଛି । ଏହା ଏକ ଡବ୍ଲୁଟିଓ ଅନୁକୂଳ ବ୍ୟବସ୍ଥା ଯାହା ଫଳରେ ଟିକସ/ କର/ ଲେଭୀ ପ୍ରତିପୂରଣ କରାଯାଇପାରିବ ଯାହାକି ଏବେ କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଅନ୍ୟ କୌଣସି ବ୍ୟବସ୍ଥା ମାଧ୍ୟମରେ ଫେରସ୍ତ ଦିଆଯାଉନାହିଁ ।

୪.ଏହା ବୟନ ଶିଳ୍ପ କ୍ଷେତ୍ରକୁ ସହାୟତା  ପରିମାଣ ବୃଦ୍ଧି । କେନ୍ଦ୍ରୀୟ/ ରାଜ୍ୟ ଟିକସ କୁ ଆରଓଏସସିଟିଏଲ ଯୋଜନା ମାଧ୍ୟମରେ ଛାଡ଼ କରାଯାଇଛି ଏବଂ ଏହାକୁ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

 

୫. ସାର୍ଟିଫିକେଟ ଅଫ୍‍ ଅରିଜିନ୍‍ ପାଇଁ କମନ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି ଯଦ୍ୱାରା ତାହା ବାଣିଜ୍ୟ କାରବାରକୁ ସହାୟକ ହେବ ଏବଂ ରପ୍ତାନୀକାରୀମାନଙ୍କ ଦ୍ୱାରା ଏଫଟିଏ ଉପଯୋଗକୁ ବଢ଼ାଇବ ।

୬. ଏକ ବ୍ୟାପକ କୃଷି ରପ୍ତାନି ନୀତିପ୍ରସ୍ତୁତ କରାଯାଇଛି ଯାହାକି କୃଷି, ଉଦ୍ୟାନକୃଷି, ପ୍ରାଣୀଧନ, ମତ୍ସ୍ୟଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସଂପର୍କୀତ କୃଷି ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବ ତାହା ଏବେ ପ୍ରବର୍ତ୍ତନ କରାଯାଉଛି ।

୭. ୧୨ଟି ଚାମ୍ପିଅନ୍‍ ସେବା କ୍ଷେତ୍ରର ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ମାଧ୍ୟମରେ ସେବା ରପ୍ତାନିକୁ ପ୍ରୋତ୍ସାହନ ଯୋଗାଣ ଏବଂ ବିବିଧିକରଣ ।

୮.ଜିଲ୍ଲାକୁ ଏକ ରପ୍ତାନୀ ହବ୍‍ ଭାବେ ବିବେଚନା କରିବା ସକାଶେ ଏହାର ଉତ୍ପାଦକୁ ଚିହ୍ନଟ କରାଯିବ ଏବଂ ପ୍ରତ୍ୟେକ ଜିଲ୍ଲାର ରପ୍ତାନୀ ସାମର୍ଥ୍ୟକୁ ଆକଳନ କରାଯିବ । ସେହିସବୁ ଉତ୍ପାଦ ଗୁଡ଼ିକର ରପ୍ତାନୀ ଦିଗରେ ଥିବା ସମସ୍ୟାଗୁଡ଼ିକୁ ସମାଧାନ କରାଯିବ ଏବଂ ସ୍ଥାନୀୟ ରପ୍ତାନୀକାରୀ/ ଉତ୍ପାଦକମାନଙ୍କୁ ସବୁପ୍ରକାର ସହାୟତା ଯୋଗାଯିବ ଏବଂ ଏହା ଫଳରେ ଜିଲ୍ଲାସ୍ତରରେ କର୍ମନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବ ।

୯. ବିଦେଶରେ ଥିବା ଭାରତୀୟ ମିଶନମାନେ ଭାରତର ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ନିବେଶ ଲକ୍ଷ୍ୟ ହାସଲ ଏବଂ ଏହାର ବୃଦ୍ଧି ନିମନ୍ତେ ସକ୍ରିୟ ଭୂମିକା ନିର୍ବାହ କରିବେ ।

୧୦.କୋଭିଡ଼ ମହାମାରୀ ପରିପ୍ରେକ୍ଷୀରେ ଘରୋଇ ଶିଳ୍ପମାନଙ୍କୁ ସହାୟତା ଯୋଗାଣ ନିମନ୍ତେ ବିଭିନ୍ନ ବ୍ୟାଙ୍କିଙ୍ଗ୍‍ ଏବଂ ଆର୍ଥିକ କ୍ଷେତ୍ରର ରିହାତି ବ୍ୟବସ୍ଥା ବିଶେଷ କରି ଏମଏସଏମଇ ନିମନ୍ତେ ଘୋଷଣା କରାଯାଇଥିବା ପ୍ୟାକେଜ୍‍ ରପ୍ତାନୀ କ୍ଷେତ୍ରର ଏକ ପ୍ରମୁଖ ଅଂଶ ।

୧୧. ରପ୍ତାନୀ ଯୋଜନା ପାଇଁ ବାଣିଜ୍ୟ ସଂସାଧନ (ଟିଆଇଇଏସ), ବଜାର ଉପଲବ୍ଧତା ପ୍ରୟାସ (ଏମଏଆଇ) ଯୋଜନା ଏବଂ ପରିବହନ ଓ ବିପଣନ ସହାୟତା (ଟିଏମଏ) ଯୋଜନା ବାଣିଜ୍ୟ ସଂସାଧନ ଓ ବିପଣନକୁ ପ୍ରୋତ୍ସାହନ ଯୋଗାଇବ ।

 

*****

 

SS


(Release ID: 1759555) Visitor Counter : 235