ରେଳ ମନ୍ତ୍ରଣାଳୟ
ରାଜକୋଟ-କାନାଲୁସ ରେଳ ଲାଇନର ଦୋହରୀକରଣକୁ କ୍ୟାବିନେଟ୍ ଅନୁମୋଦନ କରିଛି
ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୧୦୮୦.୫୮ କୋଟି ଟଙ୍କା ହେବ ଏବଂ ଏହା ବୃଦ୍ଧି ପାଇଁ ଅତିବେଶିରେ ସମାପ୍ତି ବେଳକୁ ୧୧୬୮.୧୩ କୋଟି ଟଙ୍କା ହୋଇପାରେ ।
ଦୋହରୀକରଣ ଲାଇନର ସମୁଦାୟ ଦୈର୍ଘ୍ୟ ହେଉଛି ୧୧୧.୨୦ କିଲୋମିଟର
Posted On:
29 SEP 2021 3:56PM by PIB Bhubaneshwar
ଏହି ସେକ୍ସନର ଦୋହରୀକରଣ ଦ୍ୱାରା କ୍ଷମତା ବୃଦ୍ଧି ପାଇବ ଏବଂ ଏଠାରେ ଅଧିକ ରେଳଗାଡି ଚଳାଚଳ କରିପାରିବ । ରାଜକୋଟରୁ କାନାଲୁସ ପର୍ଯ୍ୟନ୍ତ ପ୍ରସ୍ତାବିତ ଦୋହରୀକରଣ ସୌରାଷ୍ଟ ଅଞ୍ଚଳର ସାମଗ୍ରିକ ବିକାଶ ଘଟାଇବ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ରାଜକୋଟ-କାନାଲୁସସ ରେଳ ଲାଇନର ଦୋହରୀକରଣକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧,୦୮୦.୫୮ କୋଟି ଟଙ୍କା ହେବ ଏବଂ ଏହାର ବୃଦ୍ଧି ପାଇଁ ଅତିବେଶିରେ ସମାପ୍ତି ବେଳକୁ ୧, ୬୮୬୮.୧୩ କୋଟି ଟଙ୍କା ହୋଇପାରେ । ଦୋହରୀକରଣ ଲେଲାଇନ୍ର ସମୁଦାୟ ଦୈର୍ଘ୍ୟ ହେଉଛି ୧୧୧.୨୦ କିଲୋମିଟର । ଏହି ପ୍ରକଳ୍ପ ଚାରି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
ବର୍ତ୍ତମାନ ଏହି ସେକ୍ସନରେ ମୁଖ୍ୟତଃ ପିଓଏଲ୍, କୋଇଲା, ସିମେଣ୍ଟ, ସାର ଏବଂ ଖାଦ୍ୟ ଶସ୍ୟ ପରିବହନ ହେଉଛି । ଏହି ସବୁ ସାମଗ୍ରୀ ବେସରକାରୀ ସାଇଡିଂ ସହିତ ସଂଯୁକ୍ତ ଶିଳ୍ପଗୁଡିକରୁ ପରିବହନ ହୁଏ । ଭବିଷ୍ୟତର ରିଲାଏନ୍ସ ପେଟ୍ରୋଲିୟମ, ଏସାର ଅଏଲ ଏବଂ ଟାଟା କେମିକାଲ୍ ପରି ବଡ ଶିଳ୍ପ ଦ୍ୱାରା ବିପୁଳ ମାଲ ପରିବହନର ଆକଳନ କରାଯାଇଛି । ରାଜକୋଟ - କାନଲୁସ୍ ମଧ୍ୟରେ ଏକକ ବ୍ରଡଗଜ୍ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲାଣି ଏବଂ ଏହି କାର୍ଯ୍ୟକୁ ଅଧିକ ସହଜ କରିବା ପାଇଁ ଅତିରିକ୍ତ ସମାନ୍ତରାଳ ବ୍ରଡଗଜ୍ ଲାଇନର ଆବଶ୍ୟକତା ଅଛି । ୩୦ ଯୋଡା ଯାତ୍ରୀ / ମେଲ୍ ଏକ୍ସପ୍ରେସ ଟ୍ରେନ୍ ଏହି ସେକ୍ସନରେ ଚଳାଚଳ କରିଆସୁଛି ଏବଂ ରକ୍ଷଣାବେକ୍ଷଣ ବ୍ଲକ ସହିତ ଥିବା ଲାଇନର ୧୫୭.୫ ପ୍ରତିଶତ କ୍ଷମତା ବ୍ୟବହାର କରୁଛି । ଲାଇନର ଦୋହରୀକରଣ ହେବା ପରେ ଉଭୟ ମାଲ୍ ଏବଂ ଯାତ୍ରୀ ଭିଡ ଯଥେଷ୍ଟ ହ୍ରାସ ପାଇବ । ଦୋହରୀକରଣ ପରେ କ୍ଷମତା ବୃଦ୍ଧି ପାଇବ ଏବଂ ଅଧିକ ଗାଡି ଚଳାଚଳ ହୋଇପାରିବ । ରାଜକୋଟରୁ କାନାଲୁସ ପର୍ଯ୍ୟନ୍ତ ପ୍ରସ୍ତାବିତ ଦୋହରୀକରଣ ଦ୍ୱାରା ସୌରାଷ୍ଟ୍ର ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ ।
HS
(Release ID: 1759347)
Visitor Counter : 235