ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ରାଜକୋଟ-କାନାଲୁସ ରେଳ ଲାଇନର ଦୋହରୀକରଣକୁ କ୍ୟାବିନେଟ୍ ଅନୁମୋଦନ କରିଛି


ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୧୦୮୦.୫୮ କୋଟି ଟଙ୍କା ହେବ ଏବଂ ଏହା ବୃଦ୍ଧି ପାଇଁ ଅତିବେଶିରେ ସମାପ୍ତି ବେଳକୁ ୧୧୬୮.୧୩ କୋଟି ଟଙ୍କା ହୋଇପାରେ ।

ଦୋହରୀକରଣ ଲାଇନର ସମୁଦାୟ ଦୈର୍ଘ୍ୟ ହେଉଛି ୧୧୧.୨୦ କିଲୋମିଟର

प्रविष्टि तिथि: 29 SEP 2021 3:54PM by PIB Bhubaneshwar

ଏହି ସେକ୍ସନର ଦୋହରୀକରଣ ଦ୍ୱାରା କ୍ଷମତା ବୃଦ୍ଧି ପାଇବ ଏବଂ ଏଠାରେ ଅଧିକ ରେଳଗାଡି ଚଳାଚଳ କରିପାରିବ   ରାଜକୋଟରୁ କାନାଲୁସ ପର୍ଯ୍ୟନ୍ତ ପ୍ରସ୍ତାବିତ ଦୋହରୀକରଣ ସୌରାଷ୍ଟ ଅଞ୍ଚଳର ସାମଗ୍ରିକ ବିକାଶ ଘଟାଇବ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ରାଜକୋଟ-କାନାଲୁସସ ରେଳ ଲାଇନର ଦୋହରୀକରଣକୁ ଅନୁମୋଦନ କରିଛି ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ,୦୮୦.୫୮ କୋଟି ଟଙ୍କା ହେବ ଏବଂ ଏହାର ବୃଦ୍ଧି ପାଇଁ ଅତିବେଶିରେ ସମାପ୍ତି ବେଳକୁ , ୬୮୬୮.୧୩ କୋଟି ଟଙ୍କା ହୋଇପାରେ ଦୋହରୀକରଣ ଲେଲାଇନ୍ ସମୁଦାୟ ଦୈର୍ଘ୍ୟ ହେଉଛି ୧୧୧.୨୦ କିଲୋମିଟର ଏହି ପ୍ରକଳ୍ପ ଚାରି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ

ବର୍ତ୍ତମାନ ଏହି ସେକ୍ସନରେ ମୁଖ୍ୟତଃ ପିଓଏଲ୍‍, କୋଇଲା, ସିମେଣ୍ଟ, ସାର ଏବଂ ଖାଦ୍ୟ ଶସ୍ୟ ପରିବହନ ହେଉଛି ଏହି ସବୁ ସାମଗ୍ରୀ ବେସରକାରୀ ସାଇଡିଂ ସହିତ ସଂଯୁକ୍ତ ଶିଳ୍ପଗୁଡିକରୁ ପରିବହନ ହୁଏ ଭବିଷ୍ୟତର ରିଲାଏନ୍ସ ପେଟ୍ରୋଲିୟମ, ଏସାର ଅଏଲ ଏବଂ ଟାଟା କେମିକାଲ୍ ପରି ବଡ ଶିଳ୍ପ ଦ୍ୱାରା ବିପୁଳ ମାଲ ପରିବହନର ଆକଳନ କରାଯାଇଛି   ରାଜକୋଟ - କାନଲୁସ୍ ମଧ୍ୟରେ ଏକକ ବ୍ରଡଗଜ୍ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲାଣି ଏବଂ ଏହି କାର୍ଯ୍ୟକୁ ଅଧିକ ସହଜ କରିବା ପାଇଁ ଅତିରିକ୍ତ ସମାନ୍ତରାଳ ବ୍ରଡଗଜ୍ଲାଇନର ଆବଶ୍ୟକତା ଅଛି ୩୦ ଯୋଡା ଯାତ୍ରୀ / ମେଲ୍ ଏକ୍ସପ୍ରେସ ଟ୍ରେନ୍ ଏହି ସେକ୍ସନରେ ଚଳାଚଳ କରିଆସୁଛି ଏବଂ ରକ୍ଷଣାବେକ୍ଷଣ ବ୍ଲକ ସହିତ ଥିବା ଲାଇନର ୧୫୭.  ପ୍ରତିଶତ କ୍ଷମତା  ବ୍ୟବହାର କରୁଛି   ଲାଇନର ଦୋହରୀକରଣ ହେବା ପରେ ଉଭୟ ମାଲ୍ଏବଂ ଯାତ୍ରୀ ଭିଡ ଯଥେଷ୍ଟ ହ୍ରାସ ପାଇବ   ଦୋହରୀକରଣ ପରେ କ୍ଷମତା ବୃଦ୍ଧି ପାଇବ ଏବଂ ଅଧିକ ଗାଡି ଚଳାଚଳ ହୋଇପାରିବ ରାଜକୋଟରୁ କାନାଲୁସ ପର୍ଯ୍ୟନ୍ତ ପ୍ରସ୍ତାବିତ ଦୋହରୀକରଣ ଦ୍ୱାରା ସୌରାଷ୍ଟ୍ର ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ

HS


(रिलीज़ आईडी: 1759344) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam