ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର


ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଖୁବ୍‍ ଶୀଘ୍ର ଚଳଚ୍ଚିତ୍ର ତାଲିମ ପ୍ରତିଷ୍ଠାନ ସହ ସଂଯୋଗ କରାଯିବ: ଶ୍ରୀ ଅନୁରାଗ ଠାକୁର

ଭାରତକୁ ବିଶ୍ୱର କଣ୍ଟେଣ୍ଟ୍‍ କ୍ରିଏସରର ଉପମହାଦେଶରେ ପରିଣତ କରାଯାଇପାରିବ: ଶ୍ରୀ ଠାକୁର

‘ଶେରଶାହ’ର ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁ ବର୍ଦ୍ଧନ ଏବଂ ପ୍ରଖ୍ୟାତ ଅଭିନେତା ଶ୍ରୀ ସିଦ୍ଧାର୍ଥ ମଲହୋତ୍ରା ଉତ୍ସବରେ ହେଲେ ସାମିଲ

Posted On: 24 SEP 2021 6:33PM by PIB Bhubaneshwar

ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦ୍ଘାଟନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦ୍ଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ହସ୍ତୀ ଯୋଗଦାନ କରିଥିଲେ । ଏହା ପ୍ରଥମ ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବ ଯାହାକି କେନ୍ଦ୍ରଶାସିତ କ୍ଷେତ୍ର ଲଦାଖର ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ରଠାରେ ଆୟୋଜନ କରାଯାଇଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶବିଶେଷ ସ୍ୱରୂପ ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯାଇଛି । “ଜନ ଭାଗୀଦାରୀ”ର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନେ ସକ୍ରିୟ ଭାବେ ଭାଗ ନେଇପାରିବେ ଏବଂ । ସେଥିପାଇଁ ଏହି ଉତ୍ସବରେ ହିମାଳୟ ପର୍ବତମାଳା ସହିତ ସଂଶ୍ଳିଷ୍ଟ ହୋଇ ରହିଥିବା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ବିଭିନ୍ନ ପ୍ରତିଭାଧରମାନଙ୍କ ବିଭିନ୍ନ କଳା ଏହି ଉତ୍ସବରେ ପ୍ରଦର୍ଶିତ ହେବ । 

ଏହି ମହୋତ୍ସବରେ ଉପସ୍ଥିତ ଦର୍ଶକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ନରେନ୍ଦ୍ର ମୋଦୀ ସରକାର ପାର୍ବତ୍ୟ କ୍ଷେତ୍ରର ରାଜ୍ୟମାନଙ୍କୁ ଏକ ନୂଆ ପରିଚୟ ଦେବାକୁ ଯାଉଛି ଏବଂ ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବେ । 

ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ହିମାଳୟ କ୍ଷେତ୍ରର ଏହିସବୁ ରାଜ୍ୟମାନଙ୍କର ବିବିଧ ସଂସ୍କୃତି ରହିଛି ଏବଂ ସେଥିରୁ ଅନେକ କିଛି ଲୋକମାନଙ୍କ ପାଇଁ ପ୍ରଦର୍ଶିତ କରିବାର ମଧ୍ୟ ରହିଛି । ଏହିସବୁ ରାଜ୍ୟମାନଙ୍କ ଯୁବକଯୁବତୀମାନେ ସେମାନଙ୍କର ପ୍ରତିଭାକୁ ପ୍ରଦର୍ଶିତ କରିବା ନିମନ୍ତେ କେବଳ ସୁଯୋଗ ଆବଶ୍ୟକ କରନ୍ତି । ସିନେମା ସେମାନଙ୍କର ସାଂସ୍କୃତିକ ବିବିଧତାକୁ ଏକତ୍ର ଭାବେ ଗୋଟିଏ ପ୍ଲାଟଫର୍ମରେ ପ୍ରଦର୍ଶିତ କରିପାରିବ । ସିନେମା ଜଗତ ଦେଶର ସଂସ୍କୃତିକୁ ଏକ ପ୍ରମୁଖ ପ୍ଲାଟଫର୍ମ ପ୍ରଦାନ କରିଆସିଛି ।

ଲଦାଖର ଲୋକମାନଙ୍କ ବୀରତ୍ୱ ସଂପର୍କରେ ଅବତାରଣା କରି ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ଏହି କ୍ଷେତ୍ରର ଲୋକମାନେ ସଦାବେଳେ ଆମର ବୀର ଯବାନମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥାନ୍ତି ଏବଂ ଦେଶର ସୀମାର ସୁରକ୍ଷା କରିଥାନ୍ତି । ଶେରଶାହ ଭଳି ଚଳଚ୍ଚିତ୍ର ଆମ ସୈନିକମାନଙ୍କ ଅନେକ ପିଢ଼ିର ବୀର ଗାଥାକୁ ପ୍ରଦର୍ଶିତ କରିଥାଏ ଯେଉଁମାନେ ଶତ୍ରୁମାନଙ୍କ ସହ ବୀରତ୍ୱ ସହକାରେ ଲଢ଼ିଆସିଛନ୍ତି । ଏଭଳି ଚଳଚ୍ଚିତ୍ରମାନଙ୍କର ବିଶେଷ ଅବଦାନ ରହିଛି ଯାହାକି ଆମର ଭବିଷ୍ୟତ ପିଢ଼ିର ଯୁବକମାନଙ୍କୁ ପ୍ରେରଣା ଯୋଗାଇବ ।  

ଶ୍ରୀ ଅନୁରାଗ ଠାକୁର ଓଟିଟି ପ୍ଲାଟଫର୍ମର କ୍ରମବର୍ଦ୍ଧିଷ୍ଣୁ ଆନନ୍ଦ ସଂପର୍କରେ ଅବତାରଣା କରି କହିଲେ ଯେ ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠଶରେ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା କେବଳ ବଡ଼ ବଡ଼ ରାଜ୍ୟମାନଙ୍କୁ ସୁଯୋଗ ପ୍ରଦାନ କରେନାହିଁ ଅପରନ୍ତୁ ଦେଶର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କୁ ମଧ୍ୟ ସେହିଭଳି ସୁଯୋଗ ଯୋଗାଇଥାଏ ଏବଂ ଭବିଷ୍ୟତରେ ଖୁବ୍‍ ଶୀଘ୍ର ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ଲଦାଖ ତା’ର ସ୍ୱୀକୃତି ଲାଭ କରିବାକୁ ଯାଉଛି ।

ଓଟିଟି ପ୍ଲାଟଫର୍ମମାନଙ୍କରେ ଭଲ କଣ୍ଟେଣ୍ଟ୍‍ର ଲୋକକ୍ରିୟତା ସଂପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ଭାରତ ଏବେ ଓଟିଟି କଣ୍ଟେଣ୍ଟର ଦ୍ରୁତତମ ବର୍ଦ୍ଧିଷ୍ଣୁ ବଜାରରେ ପରିଣତ ହେବାକୁ ଯାଉଛି ଏବଂ ଏବଂ ସେହି କଣ୍ଟେଣ୍ଟ ହିଁ ଓଟିଟି ପ୍ଲାଟଫର୍ମ ପ୍ରତି ଲୋକମାନଙ୍କୁ ଆକର୍ଷିତ କରୁଛି । କଣ୍ଟେଣ୍ଟର ହିଁ ରହିଛି ଅପୂର୍ବ ଶକ୍ତି ଏବଂ ଭାରତକୁ କଣ୍ଟେଣ୍ଟ ସୃଷ୍ଟିରେ ବିଶ୍ୱର ଉପମହାଦେଶରେ ପରିଣତ କରାଯାଇପାରିବ । କିନ୍ତୁ ଆମ ଲୋକମାନଙ୍କୁ ସେହିଭଳି ଗୁଣାତ୍ମକ ମାନର କଣ୍ଟେଣ୍ଟ ସୃଷ୍ଟି କରିବା ନିମନ୍ତେ ତାଲିମ ଦେବାକୁ ପଡ଼ିବ । ଅନେକ ଆନ୍ତର୍ଜାତିକ ବ୍ଲକବଷ୍ଟର ଚଳଚ୍ଚିତ୍ରର ପୋଷ୍ଟ- ପ୍ରଡକ୍ସନ କାମ ଭାରତରେ ହୋଇଛି ଏବଂ ଏହି କ୍ଷେତ୍ର ଗେମିଂ ଓ ଭିଜୁଆଲ ଗ୍ରାଫିକ୍ସ କ୍ଷେତ୍ର ସହିତ ମିଶି ବିକାଶ ନିମନ୍ତେ ପର୍ଯ୍ୟାପ୍ତ କ୍ଷେତ୍ର ସୃଷ୍ଟି କରିପାରିବ ।

ଶ୍ରୀ ଠାକୁର କହିଲେ ଯେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଚଳଚ୍ଚିତ୍ର ତାଲିମ ପ୍ରତିଷ୍ଠାନ ସହିତ ସଂଯୋଗ କରିବା ସକାଶେ ନିରବଚ୍ଛିନ୍ନ ଭାବେ ଦାବି ହୋଇଆସୁଛି । ଏହା ପରେ ସେ ଘୋଷଣା କରିଥିଲେ ଯେ ଏହି ଦାବିକୁ ଖୁବ୍‍ ଶୀଘ୍ର କାର୍ଯ୍ୟକାରୀ କରାଯିବ ।

ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ୨୦୨୩ ମସିହା ପର୍ଯ୍ୟନ୍ତ ଗଣମାଧ୍ୟମ- ମନୋରଂଜନ କ୍ଷେତ୍ରର ବାର୍ଷିକ ପୁନଃପୌନିକ ବାର୍ଷିକ ଅଭିବୃଦ୍ଧି ୩୦ ବିଲିୟନ ଡଲାର ବୋଲି ଆଶା କରାଯାଉଥିଲା ଯାହାକି ଏକ ସୂଚନା ଯେ ଦେଶର ମିଡ଼ିଆ- ମନୋରଂଜନ କ୍ଷେତ୍ରରେ ପର୍ଯ୍ୟନ୍ତ କର୍ମନିଯୁକ୍ତିର ସୁଯୋଗ ରହିଛି ଓ ସେଥିରେ ଲଦାଖ ଓ ଅନ୍ୟାନ୍ୟ ହିମାଳୟାନ ଓ ଅନ୍ୟାନ୍ୟ ରାଜ୍ୟ ସାମିଲ । ସେ ଆହୁରି କହିଲେ ଯେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ପେ ଟିଭି ବଜାର ଏବଂ ଏହାର ସ୍ଥାନ ଚୀନ ପଛକୁ ରହିଛି । ଭାରତର ୧୯ କୋଟି ୭୦ ଲକ୍ଷ ପେ ଟିଭି ଦର୍ଶକ ଅଛନ୍ତି । ସେ କହିଲେଯେ ୩୦,୦୦୦ ଫ୍ରି ଡିସ୍‍ ଟିଭି ସେଟ୍‍ ହିମାଳୟ କ୍ଷେତ୍ର୍ରରେ ବସବାସ କରୁଥିବା ଲୋକମାନଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ଆଗାମୀ ଏକ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପୁଣି ଭାରତୀୟ ଚଳଚ୍ଚିତ୍ର ଯାହାକି ହିମାଳୟ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇଛି ସେହିଭଳି ଚଳଚ୍ଚିତ୍ରମାନଙ୍କର ଏକ ପ୍ରଦର୍ଶନୀ କ୍ଷେତ୍ରୀୟ ଆଉଟରିଚ୍‍ ବ୍ୟୁରୋ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ବ୍ୟୁରୋ ପକ୍ଷରୁ ଆୟୋଜନ କରାଯାଇଛି ।

‘ଶେରଶାହ’ ଏକ ଆତ୍ମଜୀବନୀ ସମ୍ବଳିତ ଯୁଦ୍ଧ ଚଳଚ୍ଚିତ ଯାହା ‘ପରମବୀର ଚକ୍ର’ ପୁରସ୍କାର ବିଜେତା କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ବୀରତ୍ୱ ଉପରେ ଆଧାରିତ । ଉଦ୍ଘାଟନୀ ଉତ୍ସବ ଅବସରରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାକୁ ଶ୍ରୀ ବିଷ୍ଣୁ ବର୍ଦ୍ଧନ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ଶ୍ରୀ ସିଦ୍ଧାର୍ଥ ମଲହୋତ୍ରା । 

ଲେହର ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ତାଙ୍କର ଅଭିଭାଷଣରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ଲଦାଖ ପ୍ରଶାସନର ଏଭଳି ଚଳଚ୍ଚିତ୍ର ଆୟୋଜନ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ‘ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବ’ର ଆୟୋଜନ ଲଦାଖରେ କରାଯିବା ଏକ ପ୍ରଶଂସନୀୟ ପଦକ୍ଷେପ । ସେ ଆହୁରି କହିଲେ ଯେ ଏହା ଲଦାଖ କ୍ଷେତ୍ରର ଯୁବକଯୁବତୀମାନଙ୍କ ମନରେ ନୂତନ ଜାଗରଣ ଆଣିବ । ସେମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିପାରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ପ୍ରଶଂସା କରି ସେ କହିଥିଲେ ଯେ କେନ୍ଦ୍ରଶାସିତ କ୍ଷେତ୍ର ଲଦାଖର ବିକାଶ ନିମନ୍ତେ ସେ ଏକ ନୂତନ ସୂର୍ଯ୍ୟୋଦୟ ଆଣିଛନ୍ତି । ଏହା ନୂତନ କେନ୍ଦ୍ରଶାସିତ କ୍ଷେତ୍ର ଗଠିତ ହେବା ପରେ ହିଁ ସମ୍ଭବପର ହୋଇପାରିଛି । ଶ୍ରୀ ନାମଗ୍ୟାଲ କହିଲେ ଯେ ଲଦାଖ ଶିକ୍ଷା, ଆର୍ଥିକ ବିକାଶ, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଲଦାଖ ଏବେ ଢ଼େର ପ୍ରଗତି କରିପାରିଛି ଏବଂ ସେହି ଦିନ ଆଉ ବିଶେଷ ଡେରି ନାହିଁ ଯେତେବେଳେ ଲଦାଖ ଦେଶର ବିକାଶ ସୂଚୀରେ ଲଦାଖ ଶୀର୍ଷ ସ୍ଥାନରେ ପହଞ୍ôଚବ ।

ଲଦାଖର ଉପ ରାଜ୍ୟପାଳ ଶ୍ରୀ ଆର କେ ମାଥୁର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଚଳଚ୍ଚିତ୍ର କହିଲେ କେବଳ ଆନ୍ତସଂଯୋଗତାକୁ ବୁଝାଏନାହିଁ ଏବଂ ଲଦାଖ କ୍ଷେତ୍ରରେ ଏକଳି ଏକ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବାର ଚିନ୍ତାଧାର ହେଉଛି ଲଦାଖର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଯଦ୍ୱାରା ସେମାନେ ଜାତୀୟ ଓ ଆନ୍ତର୍ଜତୀୟ ସ୍ତରରେ ନିଜର ପ୍ରତିଭା ଓ କୌଶଳକୁ ପ୍ରଦର୍ଶନ କରିପାରିବେ । ତାହା ଫଟୋଗ୍ରାଫି, ଫିଲ୍ମ, ଐତିହ୍ୟ ଏବଂ ସାଂସ୍କୃତିକ କ୍ଷେତ୍ରରେ ସମ୍ଭବପର ହୋଇପାରିବ । 

ଲୋକପ୍ରିୟ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହିତ ଲେହର ସିନ୍ଧୁ ସଂସ୍କୃତି ପ୍ରେକ୍ଷାଳୟ ଠାରେ ଅନେକ ଚଳଚ୍ଚିତ୍ରପ୍ରେମୀ ଓ ସ୍ଥାନୀୟ ଲୋକ ସମବେତ ହୋଇଥିଲେ । ଏହି ଚଳଚ୍ଚିତ୍ର ସମାରୋହ ଅବସରରେ ଅନେକ ପ୍ରକାର କର୍ମଶାଳ ଏବଂ ମାଷ୍ଟର କ୍ଲାସମାନ ଆୟୋଜିତ ହେବ ଯେଉଁଥିରେ ହିମାଳୟ କ୍ଷେତ୍ରର ଚଳଚ୍ଚିତ୍ର ନିର୍ମାତା, ସମାଲୋଚକ, ଟେକ୍ନିସିଆନ୍‍ ଅଂଶଗ୍ରହଣ କରିବେ । ଏହା ସେମାନଙ୍କୁ ସ୍ଥାନୀୟ ଭାବେ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଅଧିକ ପ୍ରୋତ୍ସାହିତ କରିବ । 

ଏହି ଅବସରରେ ଏକ ଖାଦ୍ୟ ଉତ୍ସବ ମଧ୍ୟ ଆୟୋଜିତ ହେଇଥିଲା ଏବଂ ସେଥିରେ ଲଦାଖ କ୍ଷେତ୍ରର ବିଶେଷ ଖାଦ୍ୟ ସାମଗ୍ରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶନ କରାଯାଇଥିଲା । 

ପାଞ୍ଚଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୮, ୨୦୨୧ ପର୍ଯ୍ୟନ୍ତ ଚାଲିବ ଏବଂ ଲଦାଖ ପ୍ରଶାସନ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ମହୋତ୍ସବର ଆୟୋଜନ କରାଯାଇଛି । 

ସୂଚନା ଯୋଗ୍ୟ ଯେ ହିମାଳୟ କ୍ଷେତ୍ର ସାରା ବିଶ୍ୱରୁ ଏହାର ବିଶେଷ ପ୍ରାକୃତିକ ଶୋଭା ଓ ସୌନ୍ଦର୍ଯ୍ୟ ନିମନ୍ତେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଏଠାରେ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଏକ ବିଶେଷ ସୁଯୋଗ ଭାବେ ଗ୍ରହଣ କରାଯାଇପାରେ । 

ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏହି କ୍ଷେତ୍ରର ସ୍ୱାଧୀନ ଫିଲ୍ମ ଶିଳ୍ପ ବେଶ୍‍ ପ୍ରଗତି କରିଛି ଏବଂ ସେମାନେ ସ୍ଥାନୀୟ ଭାଷାରେ ଚଳଚ୍ଚିତ୍ରମାନ ନିର୍ମାଣ କରିଛନ୍ତି ।  

‘ହିମାଳୟ ଚଳଚ୍ଚିତ୍ର ଉତ୍ସବ’ ହିମାଳୟ ଫିଲ୍ମ ସମ୍ପ୍ରଦାୟକୁ ଆନୁଷ୍ଠାନିକରଣ କରିବାରେ ମଧ୍ୟ ସହାୟକ ହେବ ।

 

*****

SS



(Release ID: 1757985) Visitor Counter : 165