ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟାଙ୍କ ଦ୍ୱାରା କୋଭିଡ ପରବର୍ତ୍ତୀ ଘଟଣା ପରିମାପକ ଉନ୍ମୋଚିତ


ଏହି ପରିମାପକ ଡାକ୍ତର ଓ ସ୍ୱାସ୍ଥ୍ୟ ଯତ୍ନରେ ନିୟୋଜିତ କର୍ମୀମାନଙ୍କୁ କୋଭିଡ ପରବର୍ତ୍ତୀ ଦୀର୍ଘମିଆଦୀ ସମସ୍ୟା ମୁକାବିଲା ଦିଗରେ ମାର୍ଗଦର୍ଶନ ଦେବ”: ଶ୍ରୀ ମାଣ୍ଡଭିୟା

“ସମ୍ମୁଖ ଯୋଦ୍ଧାମାନେ ଯଦି ଉପଯୁକ୍ତ ଜ୍ଞାନ ଓ ତାଲିମ ପାଇଥିବେ ସେମାନେ କୋଭିଡ ପରବର୍ତ୍ତୀ ଆହ୍ୱାନଗୁଡିକର ମୁକାବିଲା ଲାଗି ଶ୍ରେଷ୍ଠ ବିବେଚିତ ହେବେ”-ଡାକ୍ତର ଭାରତୀ ପ୍ରବୀଣ ପାୱାର

Posted On: 23 SEP 2021 12:42PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି ଏହି ପରିମାପକ ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କୁ ସାରା ଦେଶରେ କୋଭିଡର ଦୀର୍ଘମିଆଦି ସମସ୍ୟା ମୁକାବିଲା ଦିଗରେ ମାର୍ଗଦର୍ଶନ ଦେବ

ମାର୍ଗଦର୍ଶିକା ଉନ୍ମୋଚନ ଅବସରରେ ଖୁସି ପ୍ରକଟ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଯେ ପ୍ରସ୍ତୁତ ମାର୍ଗଦର୍ଶିକା ଡାକ୍ତର ସ୍ୱାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ କର୍ମଚାରୀଙ୍କୁ କୋଭିଡର ଦୀର୍ଘସ୍ଥାୟୀ  ପ୍ରତିକ୍ରୟାର ପରିଚାଳନା ଦିଗରେ ବେଶ୍ ସହାୟକ ହେବ କୋଭିଡରେ ବୃତ୍ତିଗତ  ସବିଶେଷ ଉପଚାର, ପାର୍ଶ୍ୱ ପ୍ରତିକ୍ରିୟା ସର୍ବନିମ୍ନ କରିବା ସହ ଉପଚାରରେ କୌଣସି କାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି

https://static.pib.gov.in/WriteReadData/userfiles/image/image002EELN.jpg

ସେ କହିଛନ୍ତି ଯେଆମେ ମ୍ୟୁାକୋମାୟୋସିସ୍ (କଳା କବକ) ଯୋଗୁଁ ଅତ୍ୟଧିକ ଷ୍ଟେରୟେଡ ପ୍ରୟୋଗ ପାଇଁ କୋଭିଡ ପରିବର୍ତ୍ତୀ ଅବସ୍ଥାରେ ରୋଗୀମାନଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ଲକ୍ଷ୍ୟ କରିଛୁ ଅବଶ୍ୟ କମ୍ ବା ନାମ ମାତ୍ର ପାର୍ଶ୍ୱ ପ୍ରତିକ୍ରିୟା ଥିବା ଔଷଧ ସେବନ କରିବା ଗୁରୁତ୍ୱପୂର୍ଣ୍ଣ ଆମେ ଯଦି ଆଗରୁ ସତର୍କ ରହିବା, ତେବେ ଭବିଷ୍ୟତରେ କୋଭିଡ ମୁକାବିଲା ଦିଗରେ ଏହା ଖୁବ୍ ଫଳପ୍ରଦ ହେବ

କୋଭିଡ ପରବର୍ତ୍ତୀ ସମୟରେ ସମାଜରେ ଏକ ଅମୂଳକ ଭୟ ମାନସିକ ଅବସାଦ ଖେଳିଯାଉଛି ଯାହାର ମୁକାବିଲ।। କରାଯିବା ଅତ୍ୟନ୍ତ ଜରୁରୀ ସେ ଦୃଷ୍ଟିରୁ ପରବର୍ତ୍ତୀ କୋଭିଡ ସମସ୍ୟାଗୁଡିକୁ ଭଲ ଭାବେ ହୃଦୟଙ୍ଗମ କରି ତାର ମୁକାବିଲା କରାଯିବ ଦରକାର ଦେଶର ଅନେକ ବିଶେଷଜ୍ଞ ବ୍ୟାପକ ବିଚାର ବିମର୍ଶ ପରେ କୋଭିଡ ପରବର୍ତ୍ତୀ ଉପଚାର ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି   ବିଭିନ୍ନ  ପେଶାଦାର ସ୍ୱାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ ବିଶେଷଜ୍ଞ ଦ୍ୱାରା ସବୁ ଦୃଷ୍ଟିରୁ ବିଚାରକୁ ନେଇ ଏହି ପରିମାପକ ପ୍ରସ୍ତୁତ କରାଯାଇଛି

https://static.pib.gov.in/WriteReadData/userfiles/image/image003586B.jpg

ଏହି ଅବସରରେ ଡକ୍ଟର ଭାରତୀ ପ୍ରବୀଣ ପାୱାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ସର୍ବଶେଷ କ୍ଷତିଗ୍ରସ୍ତ ବ୍ୟକ୍ତି ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ ସେ କହିଥିଲେ ଯେଏହି ବୈଶ୍ୱିକ ମହାମାରୀ ଆମର  ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି ମାନସିକ ସ୍ୱାସ୍ଥ୍ୟ ଯତ୍ନ ଏକ ଜନସଂଖ୍ୟା ବହୁଳ ବିଶାଳ ଦେଶ ନିମନ୍ତେ ଏକ ମସ୍ତବଡ ଆହ୍ୱାନ ମାନସିକ ସ୍ୱାସ୍ଥ୍ୟର ଏହି ଆହ୍ୱାନ ପାଇଁ ଆମକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ ଆମ ସମ୍ମୁଖ ଯୋଦ୍ଧାଗଣ ଜ୍ଞାନ ତାଲିମ ଆହରଣ କରିପାରିଲେ ସେମାନେ କୋଭିଡ ପରବର୍ତ୍ତୀ ସମସ୍ୟାକୁ ଭଲଭାବେ ସମ୍ଭାଳି ପାରିବେ ଆମେ ଯେତେବେଳେ ନିଜକୁ କୋଭିଡ ପରବର୍ତ୍ତୀ ଅବସ୍ଥା ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛୁ, ସେତେବେଳେ କେହି ଯେପରି ବାଦ ପଡନ୍ତି ତାହା ଦେଖିବା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତକୁ ଆଧାର କରି ଏହି ମାନସିକ ସ୍ୱାସ୍ଥ୍ୟ ପରିମାପକ ପ୍ରସ୍ତୁତ ହୋଇଛି ଯେପରି କୋଭିଡ-୧୯ ବିଶ୍ୱର ଶେଷ ମହାମାରୀ ହୁଏ ସେଥିପାଇଁ ଆମେ ମାନେ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି

ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ

 

****

SM / SLP



(Release ID: 1757311) Visitor Counter : 238