ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ଵ କୋଭିଡ-୧୯ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ : ମହାମାରୀର ସମାପ୍ତି ଏବଂ ପରବର୍ତ୍ତୀ ବିପଦ ପାଇଁ ପ୍ରସ୍ତୁତି ନିମନ୍ତେ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା ନିର୍ମାଣ

प्रविष्टि तिथि: 22 SEP 2021 10:49PM by PIB Bhubaneshwar

ମହାମହି ଗଣ,

 

କୋଭିଡ-୧୯ ମହାମାରୀ ଅଭୂତପୂର୍ବ ବ୍ୟାଘାତ ସୃଷ୍ଟି କରିଛି ଏହା ଏବେ ବି ଦୂର ହୋଇନାହିଁ ବିଶ୍ୱର ଅଧିକାଂଶ ଭାଗ ଏବେ ସୁଦ୍ଧା ଟିକାରୁ ବଞ୍ଚିତ ଅଛନ୍ତି ଏହି କାରଣରୁ ରାଷ୍ଟ୍ରପତି ବାଇଡେନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପ୍ରୟାସ ସମୟୋପଯୋଗୀ ଏବଂ ସ୍ୱାଗତଯୋଗ୍ୟ

 

ମହାମହି ଗଣ,

 

ଭାରତ ସବୁବେଳେ ମାନବଜାତିକୁ ଗୋଟିଏ ପରିବାର ଭାବେ ଦେଖିଆସିଛି ଭାରତୀୟ ଫାର୍ମାସ୍ୟୁଟିକାଲ ଉଦ୍ୟୋଗ ସବୁବେଳେ ସୁଲଭ ମୂଲ୍ୟ ବିଶିଷ୍ଟ ନିଦାନ କିଟ୍ସ, ଔଷଧ, ଚିକିତ୍ସା ଉପକରଣ ଏବଂ ପିପିଇ କିଟ୍ ଉତ୍ପାଦନ କରିଛି ଅନେକ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଏହା ଶସ୍ତା ବିକଳ୍ପ ଯୋଗାଇ ଦେଇଛି ଆହୁରି, ଆମେ ୧୫୦ରୁ ଅଧିକ ରାଷ୍ଟ୍ରମାନଙ୍କୁ ଔଷଧ ଏବଂ ଚିକିତ୍ସା ଉପକରଣ ଯୋଗାଇ ଦେଇଛୁ ଭାରତରେ ସ୍ୱଦେଶୀ ଭାବେ ବିକଶିତ ଦୁଇଟି କୋଭିଡ ଟିକାକୁଜରୁରୀକାଳୀନ ମଞ୍ଜୁରିମିଳିଛି, ଏଥିରେ ବିଶ୍ୱର ପ୍ରଥମ ଡିଏନଏ-ଆଧାରିତ ଭ୍ୟାକ୍ସିନ ରହିଛି

 

ବିଭିନ୍ନ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରାପ୍ତ କରିବା କ୍ଷେତ୍ରରେ ମଧ୍ୟ ବହୁ ଭାରତୀୟ କମ୍ପାନୀ ନିୟୋଜିତ ରହିଛନ୍ତି

 

ଚଳିତ ବର୍ଷ ପ୍ରାରମ୍ଭରେ, ଆମ ଦ୍ୱାରା ଉତ୍ପାଦିତ ଟିକା ଆମେ ଅନ୍ୟ ୯୫ଟି ରାଷ୍ଟ୍ରକୁ ଯୋଗାଇ ଦେଇଥିଲୁ, ଏଥିରେ ମିଳିତ ଜାତିସଂଘ ଶାନ୍ତି ରକ୍ଷାକାରୀମାନେ ମଧ୍ୟ ଥିଲେ ଗୋଟିଏ ପରିବାର ଭଳି, ଆମେ ଦ୍ୱିତୀୟ ଲହରୀ ସହିତ ସଂଘର୍ଷ କରୁଥିବା ସମୟରେ ସାରା ବିଶ୍ୱ ମଧ୍ୟ ଆମ ସହ ଛିଡ଼ା ହୋଇଥିଲା

ଭାରତ ପ୍ରତି ସଦଭାବନା ଏବଂ ସମର୍ଥନ ଯୋଗାଇ ଦେଇଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି

 

ମହାମହି ଗଣ,

 

ଭାରତ ବର୍ତ୍ତମାନ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଜାରି ରଖିଛି ନିକଟରେ, ଆମେ ଗୋଟିଏ ଦିନରେ ପାଖାପାଖି ଅଢ଼େଇ କୋଟି ଲୋକଙ୍କୁ ଟିକା ଦେଇଥିଲୁ ବର୍ତ୍ତମାନସୁଦ୍ଧା ତୃଣମୂଳ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ୮୦ କୋଟିରୁ ଉର୍ଦ୍ଧ୍ଵ ଟିକା ଡୋଜ୍ ଦେଇସାରିଲାଣି
 

୨୦ କୋଟିରୁ ଅଧିକ ଭାରତୀୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଟିକା ନେଇସାରିଛନ୍ତି ଆମର ଅଭିନବ ଡିଜିଟାଲ ପ୍ଲାଟଫର୍ମ କୋୱିନର ବ୍ୟବହାର ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି


ଅନ୍ୟକୁ ଦେବାର ଭାବନା ନେଇ, ଭାରତ କୋୱିନ ଏବଂ ଆହୁରି ଅନେକ ଡିଜିଟାଲ ସମାଧାନକୁ ସଲ୍ୟୁସନଗୁଡ଼ିକୁ ଓପନ-ସୋର୍ସ ସଫ୍ଟୱେର ଭାବେ ଉପଲବ୍ଧ କରିଛି
 

ମହାମହି ଗଣ,

 

ନୂଆ ନୂଆ ଭାରତୀୟ ଟିକାଗୁଡ଼ିକ ବିକଶିତ ହେଉଥିବା ବେଳେ ଆମେ ବର୍ତ୍ତମାନର ଟିକାଗୁଡ଼ିକର ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି କରୁଛୁ


ଆମର ଉତ୍ପାଦନ ବୃଦ୍ଧି ପାଇଲେ, ଆମେ ଅନ୍ୟମାନଙ୍କୁ ପୁଣିଥରେ ଟିକା ଯୋଗାଇ ଦେବାରେ ସକ୍ଷମ ହେବୁ ଏଥିପାଇଁ, କଞ୍ଚା ମାଲର ଯୋଗାଣ ଶୃଙ୍ଖଳ ମୁକ୍ତ ରହିବା ଆବଶ୍ୟକ
 

ଆମର କ୍ଵାଡ଼ ସହଯୋଗୀମାନଙ୍କ ସହିତ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଟିକା ଉତ୍ପାଦନ କରିବା ଲାଗି ଆମେ ଭାରତର ଉତ୍ପାଦନ କ୍ଷମତା ବୃଦ୍ଧି କରୁଛୁ

 

ବିଶ୍ୱ ବାଣିଜ୍ୟ ସଂଗଠନରେ କୋଭିଡ ଟିକା, ନିଦାନକାରୀ ସାମଗ୍ରୀ ଏବଂ ଔଷଧ ପାଇଁ ଟ୍ରିପ୍ସ ଛାଡ଼ ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ଦେଇଛନ୍ତି

 

ମହାମାରୀ ବିରୋଧରେ ଲଢ଼େଇକୁ ଏହା ଆହୁରି ଗତିଶୀଳ କରିବ ମହାମାରୀର ଆର୍ଥିକ ପ୍ରଭାବକୁ ଦୂର କରିବା ଉପରେ ମଧ୍ୟ ଆମେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି

 

ଏହି ଦୃଷ୍ଟିରୁ, ଅନ୍ତର୍ଜାତୀୟ ଯାତ୍ରାକୁ ଟିକା ପ୍ରମାଣପତ୍ରର ଆପୋସ ମାନ୍ୟତା ଜରିଆରେ ସହଜ କରାଯିବା ଉଚିତ୍

 

ମହାମହି ଗଣ,

 

ମୁଁ ପୁଣିଥରେ ଏହି ଶିଖର ସମ୍ମିଳନୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରୁଛି

 

ମହାମାରୀର ସମୂଳ ବିନାଶ ଲାଗି ବିଶ୍ୱ ସହ ମିଶି କାର୍ଯ୍ୟ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି

 

ଧନ୍ୟବାଦ

ଅନେକ ଅନେକ ଧନ୍ୟବାଦ

 

 

*******

P.S.

 


(रिलीज़ आईडी: 1757203) आगंतुक पटल : 250
इस विज्ञप्ति को इन भाषाओं में पढ़ें: Manipuri , English , Urdu , Marathi , Assamese , Bengali , Punjabi , Gujarati , Tamil , Telugu , Kannada , Malayalam