ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ଭାରତ ଏବଂ ଇଟାଲୀ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) କୁ କ୍ୟାବିନେଟ୍ ଅନୁମୋଦନ କରିଛି

Posted On: 15 SEP 2021 4:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଇଟାଲୀର ମନ୍ତ୍ରୀ ପରିଷଦ ନାଗରିକ ସୁରକ୍ଷା ବିଭାଗ ମଧ୍ୟରେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ର୍ର (ଏମଓୟୁ) ସମ୍ପର୍କରେ ସୂଚନା ଦିଆଯାଇଛି

ଉପକାରିତା:

ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ଏମଓୟୁ ଯାହା ଭାରତର ଏନ୍ଡିଏମଏ ଏବଂ ଇଟାଲୀ ଗଣତନ୍ତ୍ରର ମନ୍ତ୍ରୀ ପରିଷଦ ନାଗରିକ ସୁରକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା

ଏହି ଏମଓୟୁ ଏକ ବ୍ୟବସ୍ଥା ସ୍ଥାପନ କରିବାକୁ ଚେଷ୍ଟା କରେ ଯେଉଁଥିରେ ଉଭୟ ଭାରତ ଏବଂ ଇଟାଲୀ ପରସ୍ପରର ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀରୁ ଉପକୃତ ହେବେ ଏବଂ ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟକ ହେବ

ଭାରତର ଏନଡିଏମଏ ଏବଂ ଇଟାଲୀ ଗଣତନ୍ତ୍ରର ମନ୍ତ୍ରୀ ପରିଷଦ ନାଗରିକ ସୁରକ୍ଷା ବିଭାଗ ମଧ୍ୟରେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ଜୁନ, ୨୦୨୧ରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା

HS



(Release ID: 1755127) Visitor Counter : 137