ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ


ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡ ଖଣ୍ଡ ଓ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନୀ ମଡେଲ ଦେଖିବେ

Posted On: 13 SEP 2021 11:20AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।

ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ:-

ରାଜା ମହେନ୍ଦ୍ର ପ୍ରତାପ ସିଂହ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକ ଥିଲେ । ତାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ସରକାର ଅଲିଗଡରେ ଏକ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଅଲିଗଡର କୋଲ ତହସିଲ ଅନ୍ତର୍ଗତ ଲୋଧା ଓ ମୁସେପୁର କରିମ ଜିରୋଲି ଗାଁରେ ୯୨ ଏକର ଜମି ଉପରେଏହି ବିଶ୍ୱବିଦ୍ୟାଳୟ ନିର୍ମିତ ହେବ । ଅଲିଗଡ ଡିଭିଜନରେ ଥିବା ୩୯୫ କଲେଜ ଏହି ନୂଆ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହେବେ ।

ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର:-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତରପ୍ରଦେଶରେ ଏକ ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣର ଯୋଜନା ୨୦୧୮ ଫେବୃୟାରୀ ୨୧ରେ ଘୋଷଣା କରାଯାଇଥିଲା । ୟୁପି ଇନ୍‌ଭେଷ୍ଟମେଣ୍ଟ ସମ୍ମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ଏହ କରିଡର ନିର୍ମାଣ ଯୋଜନା ଘୋଷଣା କରିଥିଲେ । ଏଥିରେ ମୋଟ ୬ଟି ନୋଡ୍ ବା ଖଣ୍ଡ ରହିଛି । ସେଗୁଡିକ ହେଲା ଅଲିଗଡ, ଆଗ୍ରା, କାନପୁର, ଚିତ୍ରକୁଟ, ଝାନ୍ସି ଓ ଲକ୍ଷ୍ନୌ ।

ଅଲିଗଡ ଖଣ୍ଡରେ ଏଥିପାଇଁ ଜମି ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ମୋଟ ୧୯ଟି ଉଦ୍ୟୋଗକୁ ଏଥିପାଇଁ ଜମି ଯୋଗାଇ ଦିଆଯାଇଛି । ସେମାନେ ଏହି ଉଦ୍ୟୋଗରେ ମୋଟ ୧୨୪୫କୋଟି ଟଙ୍କା ଖର୍ଚ୍ଚ କରିବେ । ଉତ୍ତରପ୍ରଦେଶର ଏହି ପ୍ରତିରକ୍ଷା ଉଦ୍ୟୋଗ କରିଡର ଦେଶକୁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଆତ୍ମନିର୍ଭର କରାଇବ । ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ।

 ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

*****

 

TM / SLP



(Release ID: 1754657) Visitor Counter : 212