ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଉଦ୍ବୋଧନ
Posted On:
09 SEP 2021 8:04PM by PIB Bhubaneshwar
ମହାମହିମ, ପ୍ରେସିଡେଣ୍ଟ ପୁଟିନ, ପ୍ରେସିଡେଣ୍ଟ ଜିନପିଙ୍ଗ୍, ପ୍ରେସିଡେଣ୍ଟ ରାମ୍ବୋସା, ପ୍ରେସିଡେଣ୍ଟ ବଲସୋନାରୋ ।
ନମସ୍କାର,
ଏହି ବ୍ରିକ୍ସ ଶିଖର ସମ୍ମିଳନୀକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ବ୍ରିକ୍ସର ପଞ୍ଚଦଶ ପ୍ରତିଷ୍ଠା ଦିବସ ଅବସରରେ ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ମୋ ପାଇଁ ଏବଂ ଭାରତ ନିମନ୍ତେ ଗର୍ବ ଓ ଗୌରବର ବିଷୟ । ଆପଣମାନଙ୍କ ସହ ଏହି ଶୀର୍ଷ ବୈଠକରେ କଥାବାର୍ତ୍ତା ନିମନ୍ତେ ସବିଶେଷ କାର୍ଯ୍ୟସୂଚୀ (ଆଜେଣ୍ଡା) ପ୍ରସ୍ତୁତ ହୋଇଛି । ଆପଣମାନେ ଯଦି ସମସ୍ତେ ଏକମତ ହୁଅନ୍ତି ଆମେ ଏହି ଆଜେଣ୍ଡାକୁ ଅନୁମୋଦନ କରିପାରିବା । ଏହି ଆଜେଣ୍ଡା ଏବେ ଗୃହୀତ ହେଲା । ଧନ୍ୟବାଦ ।
ମହାମହିମଗଣ,
ଏବେ ଆଜେଣ୍ଡା ଗୃହୀତ ହୋଇଥିବାରୁ ଆମେ ନିଜ ନିଜର ପ୍ରାରମ୍ଭିକ ଉଦ୍ବୋଧନ ସଂକ୍ଷେପରେ ଦେଇପାରିବା। ପ୍ରଥମେ ମୋର ଉଦ୍ବୋଧନ ଉପସ୍ଥାପନ କରିବାକୁ ମୁଁ ଆପଣମାନଙ୍କୁ ଅନୁମତି ଲୋଡୁଛି । ଏହା ପରେ ଆପଣମାନଙ୍କୁ ସ୍ୱ ସ୍ୱ ଉଦ୍ବୋଧନ ଦେବାକୁ ମୁଁ ନିମନ୍ତ୍ରଣ କରିବି ।
ମୋର ଅଧ୍ୟକ୍ଷତା କାଳରେ ଭାରତ ବ୍ରିକ୍ସର ସବୁ ଅଂଶୀଦାରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇଛି । ଅନ୍ୟମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି । ସେଥିପାଇଁ ଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ । ବିଗତ ଦେଢଦଶନ୍ଧି ମଧ୍ୟରେ ବ୍ରିକ୍ସ ମଞ୍ଚକୁ ଅନେକ ସଫଳତା ମିଳିଛି । ଏବେ ଆମେ ବିଶ୍ୱର ଉତଥାନ ମୁଖୀ ଅର୍ଥନୀତି ସମୂହର ଏକ ପ୍ରଭାବଶାଳୀ ସ୍ୱର ପାଲଟିଛି । ଏହି ମହ ମଧ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକର ଅଗ୍ରାଧିକାରକୁ ବିଶ୍ୱ ଦରବାରରେ ଗୁରୁତ୍ୱର ସହ ଉପସ୍ଥାପିତ କରୁଛି ।
ନୂଆ ବିକାଶ ବ୍ୟାଙ୍କ ବା ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, କଣ୍ଟିଜେନ୍ସି ରିଜର୍ଭ ବ୍ୟବସ୍ଥା, ଊର୍ଜ୍ଜା ଗବେଷଣା ସହଯୋଗ ମଂଚ ଭଳି କେତେକ ଦୃଢ ପ୍ରତିଷ୍ଠାନ ବ୍ରିକ୍ସ ତିଆରି କରିଛି । ଏସବୁ ଅନୁଷ୍ଠାନ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଯାହା ସବୁ ହାସଲ କରିଛୁ ସେଥିରେ ଗର୍ବିତ ହେବାର ଯଥେଷ୍ଟ କାରଣ ରହିଛି । ତେବେ ଏ କ୍ଷେତ୍ରରେ ଅତ୍ୟଧିକ ଆତ୍ମସନ୍ତୋଷର ଅବକାଶ ନାହିଁ । ବ୍ରିକ୍ସ ଆସନ୍ତା ୧୫ବର୍ଷରେ କିପରି ଅଧିକ ସୁଦୃଢ ଓ ପ୍ରଭାବଶାଳୀ ହେବ, ସେ ଦିଗରେ ଆମକୁ ମିଳିମିଶି କାମ କରିବାକୁ ପଡିବ ।
ଭାରତ ବ୍ରିକ୍ସର ଏହି ଆଗାମୀ ୧୫ବର୍ଷର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ନିଜ ଅଧ୍ୟକ୍ଷତା କାଳରେ କାମ କରୁଛି ଓ ବିଚାର ରଖିଛି । ‘BRICS@15:’ ବିଚାର ହେଲା ବ୍ରିକ୍ସର ସହଯୋଗକୁ ଏକ ସୂତ୍ର ଭିତ୍ତିରେ ବଳବତ୍ତର ରଖିବା । ଏଥିରେ ସହଯୋଗ (କୋପରେସନ୍) ନିରନ୍ତରଣ (କଣ୍ଟିନ୍ୟୁଇଟି), ସୁଦୃଢୀକରଣ (କନସଲିଡେସନ) ଓ ମତୈକ୍ୟ(କନ୍ସେନ୍ସସ୍) ଗୁରୁତ୍ୱ ପାଇଛି । ଏହି ଚାରି ‘ସି’ ବ୍ରିକ୍ସ ଅଂଶୀଦାରର ମୌଳିକ ନୀତି ହେବ ।
ଚଳିତବର୍ଷ, କୋଭିଡର ଆହ୍ୱାନ ସତ୍ୱେ ୧୫୦ରୁ ଅଧିକ ବ୍ରିକ୍ସ ବୈଠକ ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେଥିମଧ୍ୟରୁ ୨୦ରୁ ଅଧିକ ମନ୍ତ୍ରୀସ୍ତରୀୟ ଥିଲା । ପାରମ୍ପରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହିତ ଆମେ ବ୍ରିକ୍ସର କାର୍ଯ୍ୟସୂଚୀକୁ ଅଧିକ ସମ୍ପ୍ରସାରିତ କରିବାକୁ ଉଦ୍ୟମ କରିଛୁ । ଏହି ପ୍ରସଙ୍ଗରେ ବ୍ରିକ୍ସକୁ ବିଭିନ୍ନ କ୍ଷେତ୍ରରେ ପ୍ରଥମ ହେବାର ସଫଳତା ମିଳିଛି । ଏଇ ନିକଟରେ ପ୍ରଥମ ବ୍ରିକ୍ସ ଡିଜିଟାଲ ସମିଟ୍ ଆୟୋଜିତ ହୋଇଥିଲା । ଟେକ୍ନୋଲୋଜି ସହାୟତାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ଥିଲା ଏହାର ମୁଖ୍ୟ ବିଷୟ । ଏହା ଥିଲା ଏକ ଅଭିନବ ଓ ପ୍ରଥମ ପ୍ର୍ରୟାସ । ନିଭେମ୍ବରରେ ଆମ ଜଳ ସମ୍ପଦ ମନ୍ତ୍ରୀମାନେ ବ୍ରିକ୍ସ ମଞ୍ଚରେ ପ୍ରଥମ ଥର ବୈଠକରେ ଏକତ୍ର ହେବେ । ସେହିଭଳି ବହୁପାକ୍ଷିକ ବ୍ୟବସ୍ଥାକୁ ସଂସ୍କାରିତ ଓ ସୁଦୃଢ କରିବାକୁ ବ୍ରିକ୍ସ ମଧ୍ୟ ଏକ ସମ୍ମିଳିତ ଆଭିମୁଖ୍ୟ ଓ ନୀତି ଗ୍ରହଣ କରିଛି ଯାହା ଏ ଧରଣର ପ୍ରଥମ ।
ଆମେ ଆମ ‘ବ୍ରିକ୍ସ ଆତଙ୍କବାଦ ବିରୋଧୀ କ୍ରିୟାନୁଷ୍ଠାନ’ ଯୋଜନାକୁ ଅନୁମୋଦନ କରିଛୁ । ମହାକାଶ କ୍ଷେତ୍ରରେ ମିଳିତ ସହଯୋଗରେ କାମ କରିବାକୁ ବ୍ରିକ୍ସ ନିଷ୍ପତ୍ତି ନେଇ ଦୂରସମ୍ବେଦୀ ଉପଗ୍ରହଗୁଡିକ ମଧ୍ୟ ସମନ୍ୱୟ ରକ୍ଷା କରିବାକୁ ରାଜି ହୋଇଛି । ଏହା ଏକ ନୂଆ ପ୍ରୟାସ । ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଓ ନିବିଡତା ବୁଦ୍ଧି ପାଇଁ ବ୍ରିକ୍ସ ସଭ୍ୟ ରାଷ୍ଟ୍ରଙ୍କ ବହିଃ ଶୁଳ୍କ ବିଭାଗ ମଧ୍ୟରେ ସହଯୋଗ ପ୍ରତିଷ୍ଠା କରିପାରିଛି । ଏହାଫଳରେ ବାଣିଜ୍ୟ କାରବାର ସହଜ ହେବ । ଏକ ଆଭାସୀ ବ୍ରିକ୍ସ ଟିକାଦାନ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ପରିବେଶ ଅନୁକୂଳ ପର୍ଯ୍ୟଟନ(ଗ୍ରୀନ ଟୁରିଜିମ୍) କୁ ପ୍ରୋତ୍ସାହିତ କରିବାକୁ ବ୍ରିକ୍ସ ଯେଉଁ ମେ କରିଛି ତାହା ମଧ୍ୟ ଏକ ନୂଆ ପ୍ର୍ରୟାସ ।
ମହାମହିମଗଣ !
ଏ ସମସ୍ତ ନୂଆ ପ୍ରୟାସ ଦ୍ୱାରା ଆମର ନାଗରିକମାନେ କେବଳ ଉପକୃତ ହେବେ ନାହିଁ ; ଏହା ମଧ୍ୟ ବ୍ରିକ୍ସକୁ ଆଗାମୀ ଦିନରେ ଏକ ଉତ୍ତମ ଅନୁଷ୍ଠାନଭାବେ ପ୍ରାସଙ୍ଗିକ ରଖିବାରେ ସହାୟକ ହେବ । ଆଜିର ବୈଠକ ଆଗାମୀ ଦିନରେ ବ୍ରିକ୍ସକୁ ଅଧିକ ଉପଯୋଗୀ କରିବାରେ ଆମକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାରେ ସହାୟକ ହେବ ବୋଲି ମୋର ଆଶା ଓ ବିଶ୍ୱାସ ।
ଆମେ ମଧ୍ୟ ଏହି ବୈଠକ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବା । ନିଜ ନିଜର ପ୍ରାରମ୍ଭିକ ଉଦ୍ବୋଧନ ଦେବାକୁ ମୁଁ ଏବେ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି ।
****
TM / SLP
(Release ID: 1753747)
Visitor Counter : 185
Read this release in:
Marathi
,
Kannada
,
Punjabi
,
Gujarati
,
Tamil
,
Assamese
,
Manipuri
,
English
,
Urdu
,
Bengali
,
Telugu
,
Malayalam