ପ୍ରତିରକ୍ଷା ମନ୍ତ୍ରଣାଳୟ

ସଶସ୍ତ୍ର ବାହିନୀକୁ ରାଜସ୍ୱ ପ୍ରାପ୍ତି ସଂକ୍ରାନ୍ତ ଆର୍ଥିକ କ୍ଷମତା ପ୍ରଦାନ ନୀତିକୁ ଅନୁମୋଦନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହ

ଦେଶରେ ନିରାପତ୍ତା ଭିତ୍ତିଭୂମିକୁ ସୁଦୃଢ କରିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଦିଗରେ ଏହା ସରକାରଙ୍କର ଏକ ବଡ ପଦକ୍ଷେପ ବୋଲି କହିଲେ ରକ୍ଷାମନ୍ତ୍ରୀ

Posted On: 07 SEP 2021 3:29PM by PIB Bhubaneshwar

 ଡିଏଫ୍ପିଡିଏସ୍ ୨୦୨୧ର ମୁଖ୍ୟାଂଶ

  • ସଶସ୍ତ୍ରବାହିନୀ କାର୍ଯ୍ୟ ପରିଚାଳନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇ ଏହି ବିତ୍ତୀୟ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇଛି ଏହାଫଳରେ କାମ ସହଜ ହେବ ଏବଂ ବିଭିନ୍ନ ବାହିନୀ ମଧ୍ୟରେ ସମନ୍ୱୟ ସଂହତି ଦୃଢୀଭୂତ ହୋଇପାରିବ ଏହି କ୍ଷମତା ଫିଲ୍ଡ ଫର୍ମେସନ କ୍ଷେତ୍ରସ୍ତରୀୟ ନିର୍ମାଣକୁ ସୁଦୁଢ କରିବ
  • ଯୋଗ୍ୟ ଆର୍ଥିକ କର୍ତ୍ତୃପକ୍ଷଙ୍କ ପାଇଁ ସାଧାରଣ ବିତ୍ତୀୟ କ୍ଷମତାପ୍ରଦାନ ଅଧିକାର ଦୁଇଗୁଣ ବୃଦ୍ଧି କରାଯାଇଛି ଆଉ କେତେକ କ୍ଷେତ୍ରରେ ଯଥା ଫିଲ୍ଡ ଫର୍ମେସନ(କ୍ଷେତ୍ରନିର୍ମାଣ)ସ୍ତରରେ ୫ରୁ ୧୦ଗୁଣ ବଢିଛି
  • ସେନାର ଉପମୁଖ୍ୟଙ୍କ ବିତ୍ତୀୟ କ୍ଷମତା ୧୦ଶତାଂଶ ବୃଦ୍ଧି କରାଯାଇଛି
  • ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ସ୍ୱଦେଶୀକରଣ / ଗବେଷଣା ଉନ୍ନୟନ ବାବଦ ବିତ୍ତୀୟ କ୍ଷମତା ପ୍ରଦାନ ୩ଗୁଣ ବଢିଛି
  • କମାଣ୍ଡସ୍ତର ତଳେ ଥିବା ଫିଲ୍ଡ ସ୍ତର ନିମନ୍ତେ ଜରୁରୀକାଳୀନ ଆର୍ଥିକ କ୍ଷମତା ପ୍ରଦାନର ବ୍ୟବସ୍ଥା ଲାଗୁ ହୋଇଛି ଏହାଫଳରେ ଜରୁରୀକାଳୀନ ସାମରିକ ଆବଶ୍ୟକତା ପୂରଣ ପାଇଁ ପ୍ରତିରକ୍ଷା ସେବାର ବିଭିନ୍ନ ୟୁନିଟ୍ ଅର୍ଥ ଖର୍ଚ୍ଚ କରିବାର ଅଧିକାର ପାଇଛି

ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୭ତାରିଖରେ ପ୍ରତିରକ୍ଷା ବାହିନୀର ବିଭିନ୍ନ ସ୍ତର ବର୍ଗ ନିମନ୍ତେ ଉଦ୍ଦିଷ୍ଟ ସଂଶୋଧିତ ଆର୍ଥିକ କ୍ଷମତା (ଡିଏଫ୍ପିଡିଏସ୍‌) ନୀତିକୁ ଅନୁମୋଦନ କରିବା ସହ ତାହାକୁ ସାର୍ବଜନୀନ କରିଛନ୍ତି ଏହାଦ୍ୱାରା ସେନାର ବିଭିନ୍ନସ୍ତରରେ ଥିବା ଯୋଗ୍ୟ ଆର୍ଥିକ କର୍ତ୍ତୃପକ୍ଷଙ୍କୁ ଅଧିକ ରାଜସ୍ୱପ୍ରାପ୍ତିର କ୍ଷମତାର ମିଳିଛି ଏହା ଫଳରେ ପୂର୍ବର ଆର୍ଥିକ କ୍ଷମତା ଅଧିକ ବିକେନ୍ଦ୍ରିତ ହୋଇଛି ଏହି ଡିଏଫ୍ପିଡିଏସ୍‌-୨୦୨୧ ଫିଲ୍ଡ ଫର୍ମେସନ(କ୍ଷେତ୍ର ନିର୍ମାଣ), ସାମରିକ ଅଭିଯାନ ପରିଚାଳନା ପ୍ରସ୍ତୁତି କାମ ସହଜରେ କରିବା ଏବଂ ସେନାର ବିଭିନ୍ନ ଅଙ୍ଗ ମଧ୍ୟରେ ଅଧିକ ସମନ୍ୱୟ ସହଯୋଗ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ

ଏହି ବ୍ୟବସ୍ଥାରେ ସେନାର ବିଭିନ୍ନ ଅଙ୍ଗର ସଦର କାର୍ଯ୍ୟାଳୟ   ତଳସ୍ତରର ମୁଖ୍ୟମାନେ ସାମରିକ ଅଭିଯାନ ପ୍ରସ୍ତୁତି ପାଇଁ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ସେମାନେ ମଧ୍ୟ ସେମାନଙ୍କ ଅଧୀନରେ ଥିବା ସମ୍ବଳର ସର୍ବାଧିକ ବିନିଯୋଗ କରିବାର ସୁଯୋଗ ପାଇବେ

ଏହି ଆର୍ଥିକ ସଂସ୍କାର ପ୍ରଦାନର ମୌଳିକ ଲକ୍ଷ୍ୟ ହେଲା ଜରୁରୀ ବା ଯୁଦ୍ଧଭଳି ପରିସ୍ଥିତିରେ ଫିଲ୍ମ କମାଣ୍ଡରମାନେ ନିଜର ସାମରିକ ଅଭିଯାନ ଜନିତ ବ୍ୟୟ ଉପକରଣ ଆଦି କ୍ରୟ / ମହଜୁଦ୍ ପାଇଁ ଅଧିକ ଆର୍ଥିକ ସ୍ୱାଧୀନତା ପାଇବେ ସେମାନେ ଟଙ୍କା ପାଇଁ ଉପରସ୍ଥ ଅଧିକାର ବା କମାଣ୍ଡଙ୍କ ଆଦେଶକୁ ଅପେକ୍ଷା କରିବେ ନାହିଁ ୨୦୧୬ରେ ଶେଷ ଥର ପାଇଁ ଏହି ଆର୍ଥିକ କ୍ଷମତା କମାଣ୍ଡସ୍ତରରର ବିତ୍ତଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା

ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ସଂସ୍କାର ମଧ୍ୟରୁ ଡିଏଫ୍ପିଡିଏସ୍‌-୨୦୨୧ ଅନ୍ୟତମ ଦେଶର ନିରାପତ୍ତା ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ କେନ୍ଦ୍ର ସରକାରଙ୍କର ଏହା ଆଉ ଏକ ବଳିଷ୍ଠ ପଦକ୍ଷେପ ସେନାର ଆବଶ୍ୟକତା ପୂରଣ ପାଇଁ ଡିଏଫପିଡିଏସ୍ ବିଶେଷ ସହାୟକ ହେବ ବୋଲି ସେ ଦୃଢ ଆଶାପୋଷଣ କରିଛନ୍ତି ଏହା ଦ୍ୱାରା ପଦ୍ଧତିଗତ ବିଳମ୍ବ ଦୂର ହେବା ସହିତ ସେନାର ବିକେନ୍ଦ୍ରୀକରଣ ବ୍ୟବସ୍ଥା ବୃଦ୍ଧି ପାଇବ ଏବଂ ସାମରିକ ଅଭିଯାନ ଦକ୍ଷତା ବଢିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ ଦେଶର ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ ଆତ୍ମନିର୍ଭରଶୀଳ କରିବାକୁ ସରକାର ସଂକଳ୍ପବଦ୍ଧ ଏଥିରେ ଅର୍ଥର କୌଣସି ଅଭାବ ରହିବ ନାହିଁ ସରକାରଙ୍କ ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ କରିବା ଦିଗରେ ସମ୍ବଳର ସର୍ବୋତ୍ତମ ବିନିଯୋଗ କରିବା ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି

https://static.pib.gov.in/WriteReadData/userfiles/image/image001XB3R.jpg

ଏହି ଅବସରରେ ପ୍ରତିରକ୍ଷା ସେବାର ଆର୍ଥିକ ପରାମର୍ଶଦାତା ଶ୍ରୀ ସଂଜୀବ ମିତ୍ତଲ କହିଥିଲେ ଯେ ଡିଏଫପିଡିଏସ୍ ୨୦୨୧ ଫଳରେ ସେନାର

https://static.pib.gov.in/WriteReadData/userfiles/image/image0027WU4.jpg

କାର୍ଯ୍ୟ ସୁଗମ ହେବ ବିଭିନ୍ନସ୍ତରରେ ସେନାର ବ୍ୟାବସାୟିକ କାରବାର ଦକ୍ଷତା ନିର୍ମାଣ ବଢିବ ବିତ୍ତୀୟ କ୍ଷମତା ବିକେନ୍ଦ୍ରୀକରଣ ଦ୍ୱାରା ତଳସ୍ତରଯାଏ ସବୁ ୟୁନିଟକୁ ଅଧିକ ଆର୍ଥିକ କ୍ଷମତା ମିଳିବ ଏହା ଦ୍ୱାରା ସେନାର ସାମରିକ ଅଭିଯାନ ଦକ୍ଷତା, ପ୍ରସ୍ତୁତି ସାମର୍ଥ୍ୟ ବଢିବ ପ୍ରତିରକ୍ଷା ସାମରିକ ବ୍ୟାପାର, ଏହି ଦୁଇ ବିଭାଗ ଆନୁକୂଲ୍ୟରେ ବ୍ୟାପକ ବିଚାରବିମର୍ଶ ପରେ ଏହି ଡିଏଫ୍ପିଡିଏସ୍ ନୀତି ପ୍ରସ୍ତୁତ ହୋଇଛି ବୋଲି ସେ କହିଥିଲେ

ବିତ୍ତୀୟ ବିକେନ୍ଦ୍ରୀକରଣ ନୂଆନୀତିର ଚାରିଟି ସୂଚୀ ରହିଛି ସେଗୁଡିକ ହେଲା - ସ୍ଥଳସେନା କ୍ଷମତା ସୂଚୀ, ବାୟୁସେବା କ୍ଷମତା ସୂଚୀ, ନୌସେନା କ୍ଷମତା ସୂଚୀ ଆଇଡିଏସ୍ କ୍ଷମତା ସୂଚୀ

 ଯୋଗ୍ୟ ବିତ୍ତୀୟ କର୍ତ୍ତୃପକ୍ଷଙ୍କ ନିମନ୍ତେ ସାଧାରଣ ଆର୍ଥିକ କ୍ଷମତାକୁ ଦୁଇଗୁଣ କରାଯାଇଥିବାବେଳେ କେତେକ ସୂଚୀରେ ଫିଲ୍ଡ ଫର୍ମେସନ କ୍ଷେତ୍ରରେ ଏହାକୁ ସାମରିକ ଅଭିଯାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ରୁ ୧୦ଗୁଣ ବୃଦ୍ଧି କରାଯାଇଛି ସେନାର ଉପସ୍ତରୀୟ ଆର୍ଥିକ କ୍ଷମତା ୧୦ଶତାଂଶ ସମନ୍ୱିତ ପ୍ରତିରକ୍ଷା ମୁଖ୍ୟ(ଆଇଡିଏସ୍‌)ଙ୍କ ଠାରୁ ଚିଫ ଅଫ ଷ୍ଟାଫ କମିଟିର ଚେୟାରମ୍ୟାନ ଯାଏ ସମସ୍ତରଙ୍କର ଆର୍ଥିକ କ୍ଷମତାକୁ ବୃଦ୍ଧି କରାଯାଇ ସେନାର ଉପମୁଖ୍ୟଙ୍କ ଆର୍ଥିକ କ୍ଷମତା ସହିତ ଶ୍ରେଣୀଭୁକ୍ତ କରାଯାଇଛି

କମାଣ୍ଡସ୍ତର ତଳେ ଥିବା ଫିଲ୍ଡ ୟୁନିଟ୍ ବା ଫର୍ମେସନଗୁଡିକୁ  ଜରୁରୀକାଳୀନ ଆର୍ଥିକ କ୍ଷମତା ଦିଆଯାଇଛି ପୂର୍ବରୁ ଏହା ଉପମୁଖ୍ୟ, ସି-ଇନ-ସି ବା ସମକକ୍ଷଙ୍କ ହାତରେ ଥିଲା ସେହିଭଳି ନୂଆ ବ୍ୟବସ୍ଥାରେ ଫିଲ୍ଡ କମାଣ୍ଡରମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି ସାମରିକ ରଣଅଭିଯାନ ଆବଶ୍ୟକତା ପୂରଣ ପାଇଁ ସେମାନେ ଏହି କ୍ଷମତା ପାଇଛନ୍ତି ତିନିବାହିନୀ ପାଇଁ ଏହା ପ୍ରଯୁଜ୍ୟ

ଅସ୍ତ୍ରଶସ୍ତ୍ରର ସ୍ୱଦେଶୀକରଣ, ଗବେଷଣା ଉନ୍ନୟନ ଆଦି କ୍ଷେତ୍ର ପାଇଁ ଯେଉଁ ବିତ୍ତୀୟ କ୍ଷମତା ଥିଲା ତାହାକୁ ତିନିଗୁଣ କରାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ଆର୍ଥିକ କ୍ଷମତା ବଢାଯାଇଛି ଭାରତୀୟ ବାୟୁସେନାରେ ବିମାନ ଅନ୍ୟାନ୍ୟ ଉପକରଣ  ମଧ୍ୟ ଭଡାରେ ଆଣିବାକୁ ଏକ୍ ନୂଆ ସୂଚୀ ପ୍ରସ୍ତୁତ ହୋଇଛି ଏଥିରେ ଏୟାର ଟୁ ଏୟାର ରିଫ୍ଳୁଏଲିଂ ମାନଙ୍କୁ ମଧ୍ୟ ଭଡାରେ ଅଣାଯାଇପାରିବ ନୌସେନାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ କମାଣ୍ଡସ୍ତରକୁ କ୍ଷମତା ହସ୍ତାନ୍ତର ହୋଇଛି ନୂଆ ବ୍ୟବସ୍ଥାର ସମନ୍ୱୟ, ବିଭ୍ରାନ୍ତିଦୂର ସ୍ପଷ୍ଟୀକରଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇ ବିଭାଗର ପ୍ରଶାସନିକ ବିତ୍ତୀୟ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି ଏହାଛଡା ଅର୍ଥ ପରିଚାଳନାର ତଦାରଖ ହିସାବପତ୍ର ଦେଖିବାକୁ ଆଭ୍ୟନ୍ତରୀଣ ଅଡିଟ ଏବଂ ଓଭରସାଇଟ କମିଟି ଗଠନ କରାଯାଇଛି

ଏହି କାର୍ଯ୍ୟକ୍ରମରେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ, ପ୍ରତିରକ୍ଷା ସଚିବ  ଡକ୍ଟର ଅଜୟ କୁମାର ଅନେକ ବେସାମରିକ ତଥା ସାମରିକ ଅଧିକାରୀ ଉପସ୍ଥିତ ଥିଲେ

 

*****

TM / SLP



(Release ID: 1753045) Visitor Counter : 227