ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତ ଓ ଆମେରିକା ଚାଳକ ବିହୀନ ବିମାନ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି

Posted On: 03 SEP 2021 12:41PM by PIB Bhubaneshwar

 ମୁଖ୍ୟ ଆକର୍ଷଣ :

  • ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟିକ ପ୍ରୋତ୍ସାହନ ଅଧୀନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ପ୍ରକଳ୍ପ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି
  • ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହଯୋଗକୁ ଗଭୀର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
  • ଏଏଲ୍ୟୁଏଭି ପ୍ରୋଟୋଟାଇପ୍ ସହ-ବିକାଶ ପାଇଁ ଡିଜାଇନ୍‌, ବିକାଶ, ପ୍ରଦର୍ଶନ, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ଦିଗରେ ଭାରତୀୟ ବାୟୁସେନା ଏବଂ ଡିଆରଡିଓ ମଧ୍ୟରେ ସହଯୋଗକୁ ବର୍ଣ୍ଣନା କରୁଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ଜୁଲାଇ ୩୦, ୨୦୨୧ ରେ ମିଳିତ କାର୍ଯ୍ୟ ଗୋଷ୍ଠିର ଏୟାର ସିଷ୍ଟମ ଅନ୍ତର୍ଗତ ଏୟାର ଲଞ୍ଚ ହୋଇଥିବା ଚାଳକ ବିହୀନ ବିମାନ (ଏଏଲ୍ୟୁଏଭି) ପାଇଁ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟିକ ପ୍ରୋତ୍ସାହନ (ଡିଟିଟିଆଇ) ଅଧିନରେ ଏକ ପ୍ରକଳ୍ପ ଚୁକ୍ତିନାମା (ପିଏ) ସ୍ୱାକ୍ଷର କରିଛି ଏଏଲ୍ୟୁଏଭି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା, ବିକାଶ, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ (ଆରଡିଟି ଆଣ୍ଡ ) ସ୍ମାରକପତ୍ର ଅଧୀନରେ ରହିଛି, ଯାହା ପ୍ରଥମେ ଜାନୁଆରୀ ୨୦୦୬ ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଜାନୁଆରୀ ୨୦୧୫ ରେ ନବୀକରଣ କରାଯାଇଥିଲା ଏହି ରାଜିନାମା ହେଉଛି ପ୍ରତିରକ୍ଷା ଉପକରଣର ସହ-ବିକାଶ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ସହଯୋଗ

ଡିଟିଟିଆଇର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତ ଆମେରିକାର ସାମରିକ ବାହିନୀ ଲାଗି ସହଯୋଗୀ ଜ୍ଞାନକୌଶଳ ବିନିମୟକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତର ଜ୍ଞାନକୌଶଳର ସହ-ଉତ୍ପାଦନ ତଥା ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ସ୍ଥାୟୀ ନେତୃତ୍ୱ ଆଣିବା ଡିଟିଟିଆଇ ଅଧୀନରେ, ସ୍ଥଳ ବାହିନୀ, ନୌବାହିନୀ, ଆକାଶ ବାହିନୀ ଏବଂ ବିମାନ ପରିବହନକାରୀ ପ୍ରଯୁକ୍ତିବିଦ୍ୟା ଉପରେ ମିଳିତ କାର୍ଯ୍ୟ ଗୋଷ୍ଠି ଗଠନ କରାଯାଇଛି ଯାହା ସମ୍ପୃକ୍ତ ଡୋମେନରେ ପାରସ୍ପରିକ ସହମତ ପ୍ରକଳ୍ପ ଉପରେ ଧ୍ୟାନ ଦେବ ପିଏ ସହ-ବିକାଶ ପାଇଁ ଏୟାର ସିଷ୍ଟମରେ ମିଳିତ କାର୍ଯ୍ୟ ଗୋଷ୍ଠି ଦ୍ୱାରା ତଦାରଖ କରାଯାଇଛି ଏବଂ ଏହା ଡିଟିଟିଆଇ ପାଇଁ ଏକ ପ୍ରମୁଖ ସଫଳତା

ଏକ ଏଏଲ୍ୟୁଏଭି ପ୍ରୋଟୋଟାଇପ୍ ସହ-ବିକାଶ ପାଇଁ ସିଷ୍ଟମର ଡିଜାଇନ୍‌, ବିକାଶ, ପ୍ରଦର୍ଶନ, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ଦିଗରେ ବାୟୁସେନା ଗବେଷଣା ପରୀକ୍ଷାଗାର, ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ମଧ୍ୟରେ ସହଯୋଗକୁ ପିଏ ସୂଚୀତ କରେ ଡିଆରଡିଓ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟଣ୍ଟ (ଏଡିଇ) ଏବଂ ବାୟୁସେନା ଗବେଷଣା ପରୀକ୍ଷାଗାର (ଏଏଫଆରଏଲ୍‌) ରେ ଥିବା ଏରୋସ୍ପେସ୍ ସିଷ୍ଟମ୍ ନିର୍ଦ୍ଦେଶାଳୟ ସହିତ ଭାରତ ଏବଂ ଆମେରିକାର ବିମାନ ବାହିନୀ ପ୍ରକଳ୍ପ ରାଜିନାମା କାର୍ଯ୍ୟକାରିତା ପାଇଁ ମୁଖ୍ୟ ସଂଗଠନ ଅଟେ

 

ଏହି ରାଜିନାମାରେ ଭାରତୀୟ ବାୟୁସେନା ପକ୍ଷରୁ ସହକାରୀ ମୁଖ୍ୟ (ଯୋଜନା) ଏୟାର ଭାଇସ ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଏବଂ ଆମେରିକାର ବାୟୁସେନାର ବାୟୁ ସେନା ସୁରକ୍ଷା ସହାୟକ ଏବଂ ସହଯୋଗୀ ନିର୍ଦ୍ଦେଶାଳୟର ବ୍ରିଗେଡିୟର୍ ଜେନେରାଲ୍ ବ୍ରାଏନ୍ ଆର ବ୍ରୁକବାଉର ଦସ୍ତଖତ କରିଥିଲେ ସୂଚନାଯୋଗ୍ୟ ଯେ ଉଭୟ ଅଧିକାରୀ ଡିଟିଟିଆଇ ଅଧୀନରେ ଗଠିତ ମିଳିତ କାର୍ଯ୍ୟ ଗୋଷ୍ଠୀର ସହ-ଅଧ୍ୟକ୍ଷ ଅଟନ୍ତି

 

HS



(Release ID: 1751727) Visitor Counter : 269