ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଡେଟ

Posted On: 24 AUG 2021 9:08AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୮.୮୯ କୋଟିରୁ ଅଧିକ ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୨୫,୪୬୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । 

ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧ ପ୍ରତିଶତରୁ କମ୍ ରହିଛି, ଯାହାକି ବର୍ତ୍ତମାନ ୦.୯୮ପ୍ରତିଶତ ରହିଛି ଏବଂ ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ ।

ଭାରତରେ ବର୍ତ୍ତମାନ ୩,୧୯, ୫୫୧ସକ୍ରିୟ ରୋଗୀ ରହିଛନ୍ତି, ଯାହା ୧୫୬ ଦିନରେ ସବୁଠାରୁ କମ୍ । 

ଆରୋଗ୍ୟହାରରେ ବୃଦ୍ଧି ଘଟି ୯୭.୬୮ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସର୍ବାଧିକ ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୭, ୨୦,୧୧୨ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୯,୪୮୬ ରୋଗୀ ସୁସ୍ଥ ହୋଇଛନ୍ତି

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧.୯୦ ପ୍ରତିଶତ ରହିଛି, ଯାହା  ଗତ ୬୦ ଦିନ ମଧ୍ୟରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ପଜିଟିଭିଟି ହାର ୧.୫୫ପ୍ରତିଶତ ରହିଛି । ଏହା ଗତ ୨୯ଦିନ ମଧ୍ୟରେ ୩ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟଭାବେ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୦.୯୩ କୋଟି ପରୀକ୍ଷଣ କରାଯାଇସାରିଛି ।

*****

NS / SLP

 



(Release ID: 1748678) Visitor Counter : 148