ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ବାୟୁସେନା ପାଇଁ ବିକଶିତ ଚାଫ୍ ପ୍ରଯୁକ୍ତି ବିକଶିତ କଲା ଡିଆରଡିଓ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହାକୁ ‘ଆତ୍ମନିର୍ଭର ଭାରତ’ ଅଭିମୁଖେ ଡିଆରଡିଓର ଆଉ ଏକ ପଦକ୍ଷେପ ଅଭିହିତ କଲେ

Posted On: 19 AUG 2021 11:46AM by PIB Bhubaneshwar

ପ୍ରମୁଖ ବିବରଣୀ:

- ଶତ୍ରୁପକ୍ଷ ରାଡାର ବିପଦରୁ ଯୁଦ୍ଧ ବିମାନକୁ ସୁରକ୍ଷା ଯୋଗାଇବ ଏହି ପ୍ରଯୁକ୍ତି

- ବୃହତ ମାତ୍ରାରେ ଉତ୍ପାଦନ ଲାଗି ଶିଳ୍ପକୁ ହସ୍ତାନ୍ତର କରାଯାଇଛି

- ସଫଳତା ପୂର୍ବକ ବ୍ୟବହାରିକ ପରୀକ୍ଷା ସମ୍ପନ୍ନ ପରେ ଏହାକୁ ନିୟୋଜିତ ପାଇଁ ପ୍ରକି୍ରୟା ଆରମ୍ଭ କଲା ଭାରତୀୟ ବାୟୁ ସେନା

- ଏହାକୁ ଆତ୍ମନିର୍ଭର ଭାରତଅଭିମୁଖେ ଡିଆରଡିଓର ଆଉ ଏକ ପଦକ୍ଷେପ ଅଭିହିତ କଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

 

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଶତ୍ରୁପକ୍ଷ ରାଡାର ବିପଦରୁ ଭାରତୀୟ ବାୟୁସେନା (ଆଇଏଏଫ)ର ଯୁଦ୍ଧ ବିମାନକୁ ସୁରକ୍ଷା ପ୍ରଦାନ ଲାଗି ଏକ ବିକଶିତ ଚାଫ୍ ପ୍ରଯୁକ୍ତି ନିର୍ମାଣ କରିଛି । ଆଇଏଏଫ୍ର ଗୁଣାତ୍ମକ ଆବଶ୍ୟକତା ପୂରଣ କରୁ୍ଥିବା ଏହି ବିକଶିତ ଚାଫ୍ ଉପକରଣ ଏବଂ ଚାଫ୍ କାର୍ଟି୍ରଜ-୧୧୮/୧କୁ ଡିଫେନ୍ସ ଲାବୋରେଟୋରି ଯୋଧପୁର ନାମକ ଏକ ଡିଆରଡିଓ ପରୀକ୍ଷାଗାର ଡିଆରଡିଓର ପୁଣେଭିତ୍ତିକ ଆଉଏକ ପରୀକ୍ଷାଗାର ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରି (ଏଚଇଏମଆରଏଲ) ସହ ମିଳିତ ଭାବେ ନିର୍ମାଣ କରିଛି । ସଫଳତା ପୂର୍ବକ ବ୍ୟବହାରିକ ପରୀକ୍ଷା ସମ୍ପନ୍ନ ପରେ ଏହି ପ୍ରଯୁକ୍ତିକୁ ମୁତୟନ ପାଇଁ ପ୍ରକି୍ରୟା ଆରମ୍ଭ କରିଦେଇଛି ଭାରତୀୟ ବାୟୁ ସେନା ।

ସମ୍ପ୍ରତି ବୈଦୁ୍ୟତିକ ଯୁଦ୍ଧକୌଶଳ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ରାଡାର ଆକ୍ରମଣ ଜନିତ ବିପଦରୁ ଯୁଦ୍ଧ ବିମାନଗୁଡ଼ିକୁ ସୁରକ୍ଷିତ ରଖିବା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଯୁଦ୍ଧ ବିମାନର ସୁରକ୍ଷାକୁ ସୁନିଶ୍ଚିତ ପାଇଁ କାଉଣ୍ଟର ମେଜର ଡିସପେନ୍ସିଙ୍ଗ ସିଷ୍ଟମ (ସିଏମଡିଏସ)କୁ ବ୍ୟବହାର କରାଯାଉଛି ଯାହା ଇନଫ୍ରାରେଡ ଓ ରାଡାର ଆକ୍ରମଣରୁ ଯୁଦ୍ଧ ବିମାନକୁ ସୁରକ୍ଷିତ ରଖିପାରିବ । ଏହି ପ୍ରଯୁକ୍ତିର ମହତ୍ତ୍ୱ ହେଉଛି ଯେ ବାୟୁରେ ନିୟୋଜିତ ଅତି କମ୍ ପରିମାଣର ଚାଫ୍ ସାମଗ୍ରୀ ଯୁଦ୍ଧ ବିମାନର ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଦୂରେଇ ରଖିବା ଲାଗି କାର୍ଯ୍ୟ କରିଥାଏ । ଭାରତୀୟ ବାୟୁସେନାର ବାର୍ଷିକ ରୋଲିଙ୍ଗ ଆବଶ୍ୟକତା ପୂରଣ ପାଇଁ ବୃହତ ମାତ୍ରାରେ ଉତ୍ପାଦନ ନିମନ୍ତେ ଏହି ପ୍ରଯୁକ୍ତିକୁ ଶିଳ୍ପକୁ ହସ୍ତାନ୍ତର କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତିର ସ୍ୱଦେଶୀ ବିକାଶ ନିମନ୍ତେ ଡିଆରଡିଓ, ଆଇଏଏଫ ଏବଂ ଶିଳ୍ପସଂସ୍ଥାର ପ୍ରଶଂସା କରିଛନ୍ତି । ରଣନୀତିକ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତଅଭିମୁଖେ ଡିଆରଡିଓର ଏହା ଆଉ ଏକ ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏହି ଉନ୍ନତ ପ୍ରଯୁକ୍ତିର ସଫଳ ବିକାଶ ସହ ଜଡ଼ିତ ଟିମଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି, ଯାହା ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ ।



(Release ID: 1747496) Visitor Counter : 256