କ୍ୟାବିନେଟ

ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତର ସ୍ଥାୟୀ ମିଶନ, ବାଣିଜ୍ୟ ଓ ନିବେଶ ଆଇନ କେନ୍ଦ୍ର (ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ) ଓ ସେଣ୍ଟର ଫର ଟ୍ରେଡ ଆଣ୍ଡ ଇକୋନମିକ ଇଣ୍ଟେଗ୍ରେସନ (ଦ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ, ଜେନେଭା) ମଧ୍ୟରେ ହୋଇଥିବା ରାଜିନାମାକୁ କ୍ୟାବିନେଟ ଅନୁମୋଦନ

Posted On: 18 AUG 2021 4:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତର ସ୍ଥାୟୀ ମିଶନ (ପିଏମଆଇ), ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନର ବାଣିଜ୍ୟ ଓ ନିବେଶ ଆଇନ କେନ୍ଦ୍ର (ସିଟିଆଇଏଲ) ଓ ଦ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଆଣ୍ଡ ଡେଭେଲପମେଣ୍ଟ ଷ୍ଟଡିଜ, ଜେନେଭା ଅନ୍ତର୍ଗତ ସେଣ୍ଟର ଫର ଟ୍ରେଡ ଆଣ୍ଡ ଇକୋନମିକ ଇଣ୍ଟେଗ୍ରେସନ (ସିଟିଇଆଇ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ରାଜିନାମାକୁ ଅନୁମୋଦନ କରିଛନ୍ତି ।

ସୁଫଳ:

ଦ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଆଣ୍ଡ ଡେଭେଲପମେଣ୍ଟ ଷ୍ଟଡିଜ, ଜେନେଭାର ସିଟିଇଆଇ ସହିତ ହୋଇଥିବା ରାଜିନାମା ଦ୍ୱାରା ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆଇନ କ୍ଷେତ୍ରରେ ସିଟିଆଇଏଲ ଓ ବାଣିଜ୍ୟ ବିଭାଗର କର୍ମଚାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ଓ ଗବେଷଣା ସୁଯୋଗ ମିଳିବ । ଏହାସହିତ ରାଜିନାମା ଅନ୍ତର୍ଗତ ବାଣିଜ୍ୟ ବିଭାଗର ଅଧିକାରୀ, ସିଟିଆଇଏଲ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆନ୍ତର୍ଜାତିକ ବାଣିଜ୍ୟର ସମକାଳୀନ ପ୍ରସଙ୍ଗ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆଇନରେ ଭାରତର ସ୍ଥିତି ବଜାୟ ରଖିବାକୁ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସିଟିଇଆଇ ସହ ରାଜିନାମା ଅନ୍ତର୍ଗତ ପ୍ରସ୍ତାବିତ ସହଭାଗିତା ମୂଳତଃ ଶୈକ୍ଷିକ ହେବ । ଏହା ଅନ୍ତର୍ଗତ ସିଟିଆଇଏଲ, ବାଣିଜ୍ୟ ବିଭାଗ ଓ ଅନ୍ୟ ସରକାରୀ ସଂସ୍ଥାର କର୍ମଚାରୀଙ୍କ ସମେତ ଭାରତର ଗବେଷକ ଓ ଶିକ୍ଷାବିତମାନେ ଦକ୍ଷତା ନିର୍ମାଣ ଓ ଗବେଷଣାଭିତ୍ତିକ କାର୍ଯ୍ୟକ୍ରମର ସୁବିଧା ପାଇପାରିବେ । ଆନ୍ତର୍ଜାତିକ ବାଣିଜ୍ୟ ଆଲୋଚନା ଓ ବିବାଦ ସମାଧାନ କ୍ଷେତ୍ରରେ ବିଭିନ୍ନ ପ୍ରସଙ୍ଗରେ ଭାରତର ସ୍ଥିତି ମଜବୁତ କରିବାରେ ଏହା ସହାୟକ ହେବ ।       

ବିବରଣୀ:

ଭାରତ, ସୁଇଜରଲାଣ୍ଡ ଓ ଅନ୍ୟ ଦେଶର ଶିକ୍ଷାବିତ, ପେଶାଦାର, ଆଇନବିତ, ନୀତି ପ୍ରଣୟନକାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା ଦ୍ୱାରା ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆଇନ ଏବଂ ସମ୍ୱନ୍ଧିତ ଆଗାମୀ ଓ ନୂଆ କ୍ଷେତ୍ରରେ ପ୍ରଯୁକ୍ତିଗତ ଓ ସୂକ୍ଷ୍ମ ବୋଧଗମ୍ୟତା ବିକଶିତ କରିବାରେ ସହାୟତା ମିଳିବ । ଏହି ରାଜିନାମା ତିନି ବର୍ଷ ପାଇଁ କାର୍ଯ୍ୟକାରୀ ରହିବ ।

 

SR



(Release ID: 1747327) Visitor Counter : 194