କ୍ୟାବିନେଟ

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର), ଭାରତ ଓ ଜିଏଆରଡିପି ଫାଉଣ୍ଡେସନ ଅନ ଆଣ୍ଟିମାଇକ୍ରୋବାୟାଲ ରେସିଷ୍ଟାନ୍ସ ରିସର୍ଚ୍ଚ ଆଣ୍ଡ ଇନୋଭେସନ, ସ୍ୱିଜରଲାଣ୍ଡ ମଧ୍ୟରେ ହୋଇଥିବା ରାଜିନାମାକୁ କ୍ୟାବିନେଟ ସ୍ୱୀକୃତି

Posted On: 18 AUG 2021 4:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର), ଭାରତ ଓ ଜିଏଆରଡିପି ଫାଉଣ୍ଡେସନ ଅନ ଆଣ୍ଟିମାଇକ୍ରୋବିଆଲ ରେସିଷ୍ଟାନ୍ସ ରିସର୍ଚ୍ଚ ଆଣ୍ଡ ଇନୋଭେସନ, ସ୍ୱିଜରଲାଣ୍ଡ ମଧ୍ୟରେ ଆନ୍ତର୍ଜାତିକ ବିଜ୍ଞାନ ସମ୍ବନ୍ଧୀୟ ଓ ପ୍ରଯୁକ୍ତି ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ନିହିତ ଥିବା କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ପାଇଁ  ଭିତ୍ତିଭୂମି ଅନ୍ତର୍ଗତ ରାଜିନାମା ପାଇଁ ସ୍ୱାକ୍ଷର ହୋଇଛି । ମାର୍ଚ୍ଚ ୨୦୨୧ରେ ଭାରତ ରାଜିନାମା ସ୍ୱାକ୍ଷର କରିଥିଲା ।

ରାଜିନାମାର ସୁଫଳ:

ଆନ୍ତର୍ଜାତିକ ବିଜ୍ଞାନ ସମ୍ବନ୍ଧୀୟ ଓ ପ୍ରଯୁକ୍ତି ସହଯୋଗ ଢାଞ୍ଚା ଅନ୍ତର୍ଗତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ରାଜିନାମା ସ୍ୱାକ୍ଷର ହୋଇଛି । 

ବିତ୍ତୀୟ ପ୍ରଭାବ:

ଆଇସିଏମଆର- ଜିଏଆରଡିପି ସହଯୋଗରେ ଦୁଇ ଦେଶର ମିଳିତ ଉଦ୍ଦେଶ୍ୟର ସଫଳତା ସୁନିଶ୍ଚିତ କରିବା ପାଇଁ ଦୁଇ ପକ୍ଷ ଦ୍ୱାରା ବିତ୍ତୀୟ ଓ ସେହି ଧରଣର ଯୋଗଦାନ ପାଇଁ ଏକ ରଣନୀତି ଓ ଏହାର କାର୍ଯ୍ୟଶୈଳୀ ପ୍ରସ୍ତୁତ କରିବା ସାମିଲ ରହିବ । ଏଥିପାଇଁ ସିଧାସଳଖ ଦ୍ୱିତୀୟ ପକ୍ଷ କିମ୍ବା ପ୍ରକଳ୍ପରେ କାର୍ଯ୍ୟରତ ତୃତୀୟ ପକ୍ଷକୁ ପାଣ୍ଠି ଯୋଗାଇ ଦିଆଯିବ । ସମସ୍ତ ବିତ୍ତୀୟ ଓ ସେହି ଧରଣର ଯୋଗଦାନ ସ୍ୱତନ୍ତ୍ର ଆଇନତଃ ବାଧ୍ୟତାମୂଳକ ରାଜିନାମା ଅନ୍ତର୍ଗତ ହେବ ।

ପୃଷ୍ଠଭୂମି:

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଆଭ୍ୟନ୍ତରୀଣ (ଇଣ୍ଟ୍ରାମ୍ୟୁରଲ) ଓ ବାହ୍ୟ (ଏକ୍ସଟ୍ରାମ୍ୟୁରଲ) ଗବେଷଣା ମାଧ୍ୟମରେ ଦେଶରେ ଜୈବ ଚିକିତ୍ସା ଗବେଷଣା (ବାୟୋମେଡିକାଲ ରିସର୍ଚ୍ଚ)କୁ ପ୍ରୋତ୍ସାହନ ଦେଇଥାଏ । ଜିଏଆରଡିପି ଏକ ଅଣଲାଭଜନକ ଗବେଷଣା ଓ ବିକାଶ ସଂଗଠନ ଯାହା ବୈଶିକ ସାଧାରଣ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ନୂଆ କିମ୍ବା ଉନ୍ନତ ଆଣ୍ଟିବାୟୋଟିକ ଚିକିତ୍ସା ବିକଶିତ କରିବା ସହ ଦୀର୍ଘସ୍ଥାୟୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ପ୍ରୟାସ କରିଥାଏ ।  

 

SR



(Release ID: 1747211) Visitor Counter : 210