ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ
                
                
                
                
                
                    
                    
                        ଉତର ପୂର୍ବ ଆଂଚଳିକ କୃଷି ବିପଣନ ନିଗମ ଲିମିଟେଡର ପୁନରୁଦ୍ଧାର ପ୍ୟାକେଜକୁ କ୍ୟାବିନେଟର ମଞ୍ଜୁରି
                    
                    
                        ୭୭.୪୫ କୋଟି ଟଙ୍କାର ପୁରନୁଦ୍ଧାର ପ୍ୟାକେଜ (ପାଣ୍ଠି ଭିତିକ ସହାୟତା ବାବଦକୁ ୧୭ କୋଟି ଟଙ୍କା ଏବଂ ଅଣ-ପାଣ୍ଠି ଭିତିକ ସହାୟତା ଆକାରରେ ୬୦.୪୫ କୋଟି ଟଙ୍କା)
ଏହି ପଦକ୍ଷେପ ଉତର ପୂର୍ବାଂଚଳର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହେବ
ପ୍ରାୟ ୩୩,୦୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର
                    
                
                
                    Posted On:
                18 AUG 2021 4:12PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଉତର ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧିନସ୍ଥ ଏକ କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ ଉତର ପୂର୍ବ ଆଂଚଳିକ କୃଷି ବିପଣନ ନିଗମ ଲିମିଟେଡ (ଏନ.ଇ.ଆର.ଏ.ଏମ.ଏ.ସି)ର ପୁନରୁଦ୍ଧାର ପାଇଁ ୭୭.୪୫ କୋଟି ଟଙ୍କାର ପୁରନୁଦ୍ଧାର ପ୍ୟାକେଜ (ପାଣ୍ଠି ଭିତିକ ସହାୟତା ବାବଦକୁ ୧୭ କୋଟି ଟଙ୍କା ଏବଂ ଅଣ-ପାଣ୍ଠି ଭିତିକ ସହାୟତା ଆକାରରେ ୬୦.୪୫ କୋଟି ଟଙ୍କା)କୁ ଅନୁମୋଦନ କରିଛି ।
ଲାଭ :
ଏହି ପୁନରୁଦ୍ଧାର ପ୍ୟାକେଜ୍ କାର୍ଯ୍ୟକାରୀ ହେବା ଦ୍ୱାରା ଉତର ପୂର୍ବାଂଚଳର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ ସୁନିଶ୍ଚିତ କରିବାରେ ସହାୟକ ହେବ ।
ବିଭିନ୍ନ ଇଭେଂଟରେ ଅଂଶଗ୍ରହଣ, ଜିଆଇ ଉତ୍ପାଦର ପଞ୍ଜିକରଣ ଆଦି ମାଧ୍ୟମରେ  ବିଶ୍ୱ ବଜାରରେ ଉତର ପୂର୍ବାଂଚଳର କୃଷକମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଉନ୍ନତ କୃଷି ସୁବିଧା ଯୋଗାଇବା, କ୍ଲଷ୍ଟରଗୁଡିକରେ କୃଷକମାନଙ୍କୁ ତାଲିମ, ଜୈବିକ ବିହନ ଏବଂ ସାର, ଅମଳ ପରବର୍ତୀ ସୁବିଧା ପ୍ରଦାନ ଭଳି ବିଭିନ୍ନ ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ଏହି ପୁନରୁଦ୍ଧାର ପ୍ୟାକେଜ  ଏନ.ଇ.ଆର.ଏ.ଏମ.ଏ.ସିକୁ ସହାୟତା ଯୋଗାଇବ ।
ନିଗମର ରାଜସ୍ୱ ବୃଦ୍ଧି ପାଇବା ସହିତ ଭିଆରଏସ୍ ତଥା ଅନ୍ୟାନ୍ୟ ଖର୍ଚ୍ଚ କାଟ ପଦକ୍ଷେପ ଦ୍ୱାରା ପରିଚାଳନାଗତ ବ୍ୟୟ ହ୍ରାସ ପାଇବ ଏବଂ ନିଗମ ଦୀର୍ଘସ୍ଥାୟୀ ଭାବେ ଲାଭ ଉପାର୍ଜନ କରିବା ଆରମ୍ଭ କରିବ ତଥା ଭାରତ ସରକାରଙ୍କ ଋଣ ଉପରେ ଏହାର ନିର୍ଭରଶୀଳତାର ସମାପ୍ତି ଘଟିବ ।
ରୋଜଗାର ସୃଷ୍ଟି ସାମର୍ଥ୍ୟ:
ଏନ.ଇ.ଆର.ଏ.ଏମ.ଏ.ସିର ପୁନରୁଦ୍ଧାର କାର୍ଯ୍ୟକାରୀ ହେବା ପରେ, କୃଷି କ୍ଷେତ୍ର, ବିିଭନ୍ନ ପ୍ରକଳ୍ପ ଏବଂ ଇଭେଂଟ ପରିଚାଳନା କ୍ଷେତ୍ର, ସଂଚାଳନତନ୍ତ୍ର, ପୃଥକୀକରଣ ଏବଂ ବର୍ଗୀକରଣ, ମୂଲ୍ୟ ସମ୍ବର୍ଦ୍ଧନ ଏବଂ  ଉଦ୍ୟମିତା ଓ ବିପଣନ କ୍ଷେତ୍ରରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ସୃଷ୍ଟି ହେବ । ଏହାଦ୍ୱାରା ପ୍ରାୟ ୩୩,୦୦୦ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି ।
ଲକ୍ଷ୍ୟ:
କୃଷକ ଉତ୍ପାଦକ ସଂଗଠନ ତଥା ଅନ୍ୟାନ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହନ ସମେତ ବିଭିନ୍ନ ଇଭେଂଟରେ ଅଂଶଗ୍ରହଣ, ଜିଆଇ (ଭୌଗୋଳିକ ସଙ୍କେତ) ଉତ୍ପାଦ ଆଦିର ପଞ୍ଜିକରଣ ମାଧ୍ୟମରେ ବିଶ୍ୱ ବଜାରରେ ଉତର ପୂର୍ବାଂଚଳର କୃଷକମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଉନ୍ନତ କୃଷି ସୁବିଧା ଯୋଗାଇବା, କ୍ଲଷ୍ଟରଗୁଡିକରେ କୃଷକମାନଙ୍କୁ ତାଲିମ, ଜୈବିକ ବିହନ ଏବଂ ସାର, ଅମଳ ପରବର୍ତୀ ସୁବିଧା ପ୍ରଦାନ ଭଳି ବିଭିନ୍ନ ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ଏହି ପୁନରୁଦ୍ଧାର ପ୍ୟାକେଜ  ଏନ.ଇ.ଆର.ଏ.ଏମ.ଏ.ସିକୁ ସହାୟତା ଯୋଗାଇବ । ଏହାଛଡା ବାଉଁଶ ରୋପଣ ଏବଂ ମହୁମାଛି ପାଳନ ଉପରେ ଗୁରୁତ୍ୱ ପ୍ରଦାନ ସହ ଆତ୍ମନିର୍ଭର ଭାରତ, କୃଷି ଉଡାନ୍ ଏବଂ କିଷାନ୍ ରେଳ ଅଧିନସ୍ଥ ପିଏମ କିଷାନ ସମ୍ପଦା ଯୋଜନା ଏବଂ କୃଷି ଭିତିଭୂମୀ ପାଣ୍ଠି ଭଳି ଭାରତ ସରକାରଙ୍କ ଅନ୍ୟାନ୍ୟ ଯୋଜନାଗୁଡିକର ସହାୟତାରେ ଇ-ବାଣିଜ୍ୟ ମାଧ୍ୟମରେ ବିକ୍ରୀବଟା, ଉଚ୍ଚ ଗୁଣଯୁକ୍ତ ଜୈବିକ ଫସଲ ଅମଳରେ ସାମିଲ ଥିବା ଉଦ୍ୟୋଗୀ ଏବଂ କୃଷକମାନଙ୍କୁ ଏକାଠି କରି “ଏନ୍ ଇ ଫ୍ରେଶ୍” ଏବଂ “ୱାନ” (ଅର୍ଗାନିକ ନର୍ଥ ଇଷ୍ଟ) ତଥା ନାଫେଡ, ଟ୍ରାଇଫେଡ ଆଦି ଜରିଆରେ ଏହାର ନିଜସ୍ୱ ବ୍ରାଣ୍ଡଗୁଡିକ ଅଧିନରେ ବିଶେଷ ବିକ୍ରୟ ଅଧିକାର ପରିକଳ୍ପନାର ଅଂଶସ୍ୱରୂପ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲିବା ଆଦି କାର୍ଯ୍ୟ ଆଗକୁ ଆରମ୍ଭ କରାଯିବାର ବ୍ୟବସ୍ଥା ହୋଇସାରିଛି ।
ପୁନରୁଦ୍ଧାର ପ୍ୟାକେଜ୍ କାର୍ଯ୍ୟକାରୀ ହେବା ଫଳରେ କୃଷି କ୍ଷେତ୍ର, ବିିଭିନ୍ନ ପ୍ରକଳ୍ପ ଏବଂ ଇଭେଂଟ ପରିଚାଳନା କ୍ଷେତ୍ର, ସଂଚାଳନତନ୍ତ୍ର, ପୃଥକୀକରଣ ଏବଂ ବର୍ଗୀକରଣ, ମୂଲ୍ୟ ସମ୍ବର୍ଦ୍ଧନ ଏବଂ  ଉଦ୍ୟମିତା ଓ ବିପଣନ କ୍ଷେତ୍ରରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ସୃଷ୍ଟି ହେବ ।
ଦେଶର ଅନ୍ୟାନ୍ୟ ଭାଗ ଏବଂ ଦେଶ ବାହାରେ ଉତର ପୂର୍ବାଂଚଳର ଜୈବିକ ଉତ୍ପାଦଗୁଡିକର ଜିଆଇ ଟ୍ୟାଗ ବ୍ୟବସ୍ଥା ଏବଂ ବିପଣନ, ଏହି ଉତ୍ପାଦଗୁଡିକର ରପ୍ତାନୀ ବୃଦ୍ଧି କରିବ ଯାହା ଉତର ପୂର୍ବାଂଚଳର କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ।
 
JP
                
                
                
                
                
                (Release ID: 1747142)
                Visitor Counter : 167
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam