କ୍ୟାବିନେଟ
ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରଶମନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
18 AUG 2021 4:18PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ମାର୍ଚ୍ଚ ୨୦୨୧ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ବାଂଲାଦେଶ ପିପୁଲ୍ସ ରିପବ୍ଲିକର ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରାଳୟ ସହିତ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରଶମନ କ୍ଷେତ୍ରରେ ସହଯୋଗ ଉପରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ସଂକ୍ରାନ୍ତରେ ଅବଗତ କରାଯାଇଥିଲା ।
ଉପକାରିତା:
ଏହି ଏମଓୟୁ ଏକ ବ୍ୟବସ୍ଥା ସ୍ଥାପନ କରିବାକୁ ଚେଷ୍ଟା କରେ ଯେଉଁଥିରେ ଉଭୟ ଭାରତ ଏବଂ ବଙ୍ଗଳାଦେଶ ପରସ୍ପରର ବିପର୍ଯ୍ୟୟ ପରିଚାଳନା ଜ୍ଞାନକୌଶଳ ଦ୍ୱାରା ଉପକୃତ ହେବେ ଏବଂ ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।
ଏମଓୟୁ ର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ:
- ରିଲିଫ୍, ପ୍ରତିକ୍ରିୟା, ପୁନଃ ର୍ନିମାଣ ଏବଂ ପୁନରୁଦ୍ଧାର କ୍ଷେତ୍ରରେ ବଡ଼ ଧରଣର ବିପର୍ଯ୍ୟୟ (ପ୍ରାକୃତିକ କିମ୍ବା ମାନବ ଦ୍ୱାରା ପ୍ରବର୍ତ୍ତିତ) ସମୟରେ ଉଭୟ ପକ୍ଷର ଅନୁରୋଧରେ ପାରସ୍ପରିକ ସମର୍ଥନ ବିସ୍ତାର କରିବା ।
- ପ୍ରାସଙ୍ଗିକ ସୂଚନା, ରିମୋଟ ସେନ୍ସିଂ ତଥ୍ୟ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ତଥ୍ୟ ଆଦାନ ପ୍ରଦାନ କରିବା ଏବଂ ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର, ପ୍ରଶମନ, ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଦକ୍ଷତା ବୃଦ୍ଧି ଇତ୍ୟାଦି ଅଭିଜ୍ଞତା / ସର୍ବୋତ୍ତମ ଅଭ୍ୟାସ ଆଦିର ଅଦଳ ବଦଳ କରିବା ।
- ଉନ୍ନତ ସୂଚନା ପ୍ରଯୁକ୍ତିବିଦ୍ୟା, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ରିମୋଟ ସେନ୍ସିଂ ଏବଂ ନାଭିଗେସନ୍ ସେବା ଏବଂ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ କ୍ଷତିକାରକ ଏବଂ ପ୍ରକୃତ ସମୟ ତଥ୍ୟ ବାଣ୍ଟିବା ଦିଗରେ ପାରଦର୍ଶିତା କ୍ଷେତ୍ରରେ ସହଯୋଗ କରିବା ।
- ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକାରୀଙ୍କ ପ୍ରଶିକ୍ଷଣକୁ ସହାୟତା କରିବା
- ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ମିଳିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମକୁ ଆୟୋଜନ କରିବା
- ବିପର୍ଯ୍ୟୟ ମୁକାବିଲା ଗୋଷ୍ଠି ସୃଷ୍ଟି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉପକରଣଗୁଡିକ ଭାଗିଦାର କରିବା
- ପାଠ୍ୟ ପୁସ୍ତକ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମାର୍ଗଦର୍ଶିକା ଭାବରେ ପ୍ରକାଶନ ଏବଂ ସାମଗ୍ରୀ ବିନିମୟ କରିବା ଏବଂ ବିପର୍ଯ୍ୟୟ ପରିଚାଳନା, ବିପଦ ହ୍ରାସ ଏବଂ ପୁନରୁଦ୍ଧାର କ୍ଷେତ୍ରରେ ମିଳିତ ଅନୁସନ୍ଧାନ କାର୍ଯ୍ୟକଳାପ କରିବା ।
HS
(ରିଲିଜ ଆଡି: 1747098)
ପରିଦର୍ଶକ କାଉଣ୍ଟର : 297
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam