ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୭୫ ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

Posted On: 15 AUG 2021 9:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି 

ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଭୁଟାନର ପ୍ରଧାନମନ୍ତ୍ରୀ ଲିଓନଚେନ୍‍ ତୁମର ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ । ସମସ୍ତ ଭାରତୀୟ ଭୁଟାନ ସହିତ ଭାଗିଦାର କରୁଥିବା ବନ୍ଧୁତ୍ୱର ଅନନ୍ୟ ଏବଂ ବିଶ୍ୱସ୍ତ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି । 

 

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତୁମର ଶୁଭେଚ୍ଛା ପାଇଁ ଧନ୍ୟବାଦ । ସହଭାଗୀ ମୂଲ୍ୟବୋଧ ଏବଂ ଦୃଢ ଲୋକସମ୍ପର୍କ ଉପରେ ଆଧାର କରି ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଅଧିକ ଉତ୍ସାହଜନକ ସହଭାଗିତାକୁ ଭଲପାଏ ।

 

ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ସଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି । ଭାରତ ଏବଂ ଶ୍ରୀଲଙ୍କା ସହସ୍ର ବର୍ଷର ପୁରୁଣା ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସଭ୍ୟତା ସହଭାଗୀ ହୋଇଛି, ଯାହା ଆମର ବିଶେଷ ବନ୍ଧୁତ୍ୱର ମୂଳଦୁଆ ଯୋଗାଇଥାଏ । 


ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଓବାଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଓବାଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି! ଭାରତ ଏବଂ ନେପାଳର ଲୋକମାନେ ଆମର ସହଭାଗୀ ସାଂସ୍କୃତିକ, ଭାଷାଭିତ୍ତିକ, ଧାର୍ମିକ ଏବଂ ପାରିବାରିକ ସମ୍ପର୍କ ଦ୍ୱାରା ଏକତ୍ରିତ ହୋଇଛନ୍ତି ।

 

ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଦେଉଛି । ମାଲଦ୍ୱୀପ ଆମର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ତଥା ଏକ ସୁରକ୍ଷିତ, ନିରାପଦ, ତଥା ସମୃଦ୍ଧ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ନେବାରେ ଆମର ସହଯୋଗୀ ।

 

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମୁଁ ତାଙ୍କ ଅଭିନନ୍ଦନ ପାଇଁ ରାଷ୍ଟ୍ରପତି ଗୋଟାବାୟାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତ କ୍ଷେତ୍ରରେ ଭାରତ - ଶ୍ରୀଲଙ୍କା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ଅପେକ୍ଷା କରିଛି । 

 


ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଧନ୍ୟବାଦ, ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ! ଭାରତ ଏବଂ ମରିସସ୍ ମଧ୍ୟରେ ଶତାବ୍ଦୀ ଶତାଦ୍ଦୀର ପୁରୁଣା ଲୋକସମ୍ପର୍କ ହେତୁ ଉଭୟ ଦେଶ ସମାନ ମୂଳ ମୂଲ୍ୟବୋଧ ଏବଂ ପରମ୍ପରା ବାଣ୍ଟିଛନ୍ତି । ଏହା ଆମର ବିଶେଷ ବନ୍ଧୁତ୍ୱର ମୂଳଦୁଆ ଯୋଗାଇଥାଏ ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ଟଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ମାନ୍ୟବର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ଆମ ସରକାର ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ  କରିବା ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀର ମୂଳଦୁଆକୁ ଦୃଢ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।

HS

 

 



(Release ID: 1746218) Visitor Counter : 177