ପୋଷ୍ଟ କରାଯିବା ଦିନାଙ୍କ:
14 AUG 2021 8:55AM by PIB Bhubaneswar
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୩.୬୧ କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧. ୨୧ପ୍ରତିଶତ ରହିଛି ।
ଭାରତରେ ବର୍ତ୍ତମାନ ୩, ୮୭, ୬୭୩ ସକ୍ରିୟ ରୋଗୀ ଅଛନ୍ତି । ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ରହିଛି । ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୩, ୩୮, ୦୮୮ ରୋଗୀ ସୁସ୍ଥ ହୋଇସାରିଛନ୍ତି ।
ଗତ ୨୪ଘଣ୍ଟା ମଧ୍ୟରେ ୩୫,୭୪୩ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ୩୮, ୬୬୭ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳେ ରହିଛି । ବର୍ତ୍ତମାନ ଏହା ୨.୦୫ ପ୍ରତିଶତ ଅଟେ ।
ଦୈନିକ ପଜିଟିଭିଟି ହାର ୧. ୭୩ ପ୍ରତିଶତ ଅଟେ, ଯାହା ଗତ ୧୯ଦିନ ମଧ୍ୟରେ ଥିବା ପଜିଟିଭିଟି ହାର ଠାରୁ ୩ ପ୍ରତିଶତ କମ୍ ।
ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୁଦ୍ଧି ଘଟିଛି - ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯.୧୭ କୋଟି ପରୀକ୍ଷଣ କରାଯାଇଛି ।
****
NS