ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଅପଡେଟ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2021 9:18AM by PIB Bhubaneswar

ଦେଶବ୍ୟାପି ଟିକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୨.୩୬ କୋଟିରୁ ଅଧିକ ଟିକାକରଣ ହୋଇଯାଇଛି । ସକ୍ରିୟ ମାମଲା ମୋଟ୍ ମାମଲାର ୧.୨୧ ପ୍ରତିଶତ, ଯାହାକି ମାର୍ଚ୍ଚ ୨ଠ୨ଠ ପରେ ସବୁଠାରୁ କମ୍ ।

ଭାରତରେ ବର୍ତ୍ତମାନ ୩,୮୭,୯୮୭ ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ରହିଛି ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୧୨,୬ଠ,ଠ୫ଠ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୯,ଠ୬୯ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ଜଣ ସଂକ୍ରମିତ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି । ବର୍ତ୍ତମାନ ଏହା ୨.୨୩ ପ୍ରତିଶତ ରହିଛି ।

ଦୈନିକ ପଜିଟିଭିଟି ହାର ୧.୯୪ ପ୍ରତିଶତ ରହିଛି । ଏହା ଗତ ୧୭ ଦିନରେ ୩ ପ୍ରତିଶତ କମ୍ ରହିଛି । ଟେଷ୍ଟିଂ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି ।

 

NS


(ରିଲିଜ ଆଡି: 1745297) ପରିଦର୍ଶକ କାଉଣ୍ଟର : 273