ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୧୩ରେ ଗୁଜୁରାଟ ଠାରେ ନିବେଶକଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ବାହାନ ସ୍କ୍ରାପିଂ ଭିତ୍ତିଭୂମି ସ୍ଥାପନ କରିବାକୁ ନିବେଶ ଆହ୍ୱାନ ପାଇଁ ଆୟୋଜିତ ହେଉଛି ସମ୍ମିଳନୀ

Posted On: 11 AUG 2021 9:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଆୟୋଜିତ ନିବେଶକ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ । ସ୍ୱେଚ୍ଛାକୃତ ବାହାନଭେଳା ଆଧୁନିକୀକରଣ କାର୍ଯ୍ୟକ୍ରମ ବା ବାହାନ ସ୍କ୍ରାପିଂ ନୀତି ଅନୁଯାୟୀ ବାହାନ ସ୍କ୍ରାପିଂ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ନିବେଶ ଆହ୍ୱାନ ପାଇଁ ଏହି ସମ୍ମିଳନୀର ଆୟୋଜନ ହୋଇଛି । ଏକୀକୃତ ସ୍କ୍ରାପିଂ ହବ ବିକାଶ ପାଇଁ ଅଲଙ୍ଗ ଠାରେ ଜାହାଜଭଙ୍ଗା ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସମନ୍ୱୟ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିବ ।

ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଗୁଜୁରାଟ ସରକାର ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି । ଗୁଜୁରାଟର ଗାନ୍ଧିନଗର ଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ସମ୍ମିଳନୀରେ ସମ୍ଭାବ୍ୟ ନିବେଶକ, ଶିଳ୍ପ ବିଶେଷଜ୍ଞ, ସମ୍ପର୍କିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରାଳୟ ଭାଗ ନେବେ ।

କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।

ବାହାନ ସ୍କ୍ରାପିଂ ନୀତି ସମ୍ପର୍କରେ...

ଅନୁପଯୁକ୍ତ ଓ ପ୍ରଦୂଷଣ କରୁଥିବା ଯାନବାହାନଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଇ ଇକୋ ସିଷ୍ଟମ ସୃଷ୍ଟି କରିବା ବାହାନ ସ୍କ୍ରାପିଂ ନୀତିର ଲକ୍ଷ୍ୟ । ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଓ ସାରା ଦେଶରେ ପଞ୍ଜିକୃତ ବାହାନ ସ୍କ୍ରାପିଂ ସୁବିଧା ମାଧ୍ୟମରେ ସ୍କ୍ରାପିଂ ଭିତ୍ତିଭୂମି ସୃଷ୍ଟି କରିବା ଏହି ନୀତିର ଉଦ୍ଦେଶ୍ୟ ।

 

SR



(Release ID: 1745012) Visitor Counter : 200