ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ଅହରହ କଠିନ ପରିଶ୍ରମ ଜାରି ରଖିବେ ବୋଲି ମୋର ବିଶ୍ୱାସ: ପ୍ରଧାନମନ୍ତ୍ରୀ

प्रविष्टि तिथि: 02 AUG 2021 12:03PM by PIB Bhubaneshwar

ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଭାବେ କଠିନ ପରିଶ୍ରମ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ।

 

ଏକାଧିକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ଅଗଷ୍ଟ ମାସ ସହିତ ଅମୃତ ମହୋତ୍ସବ ଆରମ୍ଭ ହୋଇଯାଇଛି ଏବଂ ଏହି ମାସରେ ଆମେ ଅନେକ ଘଟଣା ଦେଖିଛେ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିଦେଇଛି । ରେକର୍ଡ ସଂଖ୍ୟାରେ ଟିକାକରଣ ହୋଇଛି ଏବଂ ଜିଏସଟି ସଂଖ୍ୟା ବେଶ୍ ଅଧିକ ହୋଇଥିବାରୁ ଆର୍ଥିକ ଗତିବିଧି ମଜଭୁତ ହୋଇଥିବା ସଂକେତ ମିଳିଛି ।

 

ପି ଭି ସିନ୍ଧୁ କେବଳ ପଦକ ଜିତିନାହାନ୍ତି, ଯାହାର ସେ ହକ୍‌ଦାର ଥିଲେ, ବରଂ ଆମେ ଅଲିମ୍ପିକରେ ପୁରୁଷ ଓ ମହିଳା ହକି ଟିମର ଐତିହାସିକ ପ୍ରୟାସ ବି ଦେଖିଛେ । ମୋର ବିଶ୍ୱାସ ଯେ ୧୩୦ କୋଟି ଭାରତୀୟ ଅମୃତ ମହୋତ୍ସବର ଆୟୋଜନ ସହ ଭାରତକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଲାଗି କଠିନ ପରିଶ୍ରମ ଜାରି ରଖିବେ ।’’

 

****

SR


(रिलीज़ आईडी: 1741682) आगंतुक पटल : 251
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam