ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୫ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ସୁସ୍ଥତା ହାର ଅଛି ୯୭.୩୮%

ଗତ ୨୪ ଘଣ୍ଟାରେ ୪୩,୫୦୯ ନୂଆ ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ ମାମଲା (୪,୦୩,୮୪୦) ଏବେ ମୋଟ ମାମଲାର ୧.୨୮% ରହିଛି

ଗତ ୫୨ ଦିନ ଧରି ଦୈନିକ ପଜିଟିଭିଟି ହାର (୨.୫୨%) ୫%ରୁ ନିମ୍ନରେ ରହିଛି

Posted On: 29 JUL 2021 10:00AM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ମୋଟ ୪୫ କୋଟି ଡୋଜ୍ ର ମାଇଲଖୁଣ୍ଟକୁ ଅତିକ୍ରମ କରିପାରିଛି । ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୫୪,୧୧,୫୦୧ ସେସନରେ ମୋଟ ୪୫,୦୭,୦୬,୨୫୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ଦିଆଯାଇଛି ୪୩,୯୨,୬୯୭ ଡୋଜ୍ ଟିକା ।

HCWs

1st Dose

1,02,96,166

2nd Dose

77,71,787

FLWs

1st Dose

1,79,14,176

2nd Dose

1,10,81,579

Age Group 18-44 years

1st Dose

14,68,84,314

2nd Dose

72,09,744

Age Group 45-59 years

1st Dose

10,30,99,861

2nd Dose

3,68,42,675

Over 60 years

1st Dose

7,43,50,754

2nd Dose

3,52,55,201

Total

45,07,06,257

କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ୨୦୨୧ ଜୁନ୍ ୨୧ ତାରିଖରୁ ଆରମ୍ଭ ହୋଇଥିଲା । କୋଭିଡ-୧୯ ଟିକାକରଣକୁ ଦେଶବ୍ରାପୀ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୩,୦୭,୦୧,୬୧୨ ଜଣ କୋଭିଡ-୧୯ ସଂକ୍ରମଣକୁ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୮,୪୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ଏବେ ସୁସ୍ଥତା ହାର ରହିଛି ୯୭.୩୮% ।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟେରେ ୪୩,୫୦୯ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୩୨ ଦିନ ଧରି ଦୈନିକ ୫୦ ହଜାରରୁ କମ୍ ନୂଆ ମାମଲା ଦୈନିକ ଚିହ୍ନଟ ହେଉଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଆଜି ୪,୦୩,୮୪୦ ସକ୍ରିୟ କରୋନା ମାମଲା ଅଛି ଏବଂ ଏହା ଦେଶର ମୋଟ ମାମଲାର ୧.୨୮% ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୭,୨୮,୭୯୫ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ୪୬ (୪୬,୨୬,୨୯,୭୭୩)କୋଟିରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ସାପ୍ତାହକି ପଜିଟିଭିଟି ହାର ଏବେ ୨.୩୮% ଏବଂ ଦୈନିକ ପଜିଟିଭିଟି ହାର ୨.୫୨% ରହିଛି । ଦୈନିକ ପଜିଟିଭିଟି ହାର ଗତ ୫୨ ଦନି ଧରି ୫% ତଳେ ରହିଛି ।

SR


(Release ID: 1740258) Visitor Counter : 244