ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ସଂସ୍ଥାନଗୁଡିକର ଘରୋଇକରଣ

Posted On: 26 JUL 2021 3:22PM by PIB Bhubaneshwar

ପ୍ରତିରକ୍ଷା ଉତ୍ପାଦନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପ୍ରତିରକ୍ଷା ରାଷ୍ଟ୍ରାୟତ ସଂସ୍ଥା (ଡିପିଏସୟୁ)ଗୁଡିକ ଓ ଅର୍ଡନାନ୍ସ ଫ୍ୟାକ୍ଟରି ବୋର୍ଡ (ଓଏଫବି)ର ଘରୋଇକରଣ ପାଇଁ କୌଣସି ପ୍ରସ୍ତାବ ନାହିଁ । ତେବେ ଅର୍ଡନାନ୍ସ କାରଖାନାଗୁଡିକରେ କାର୍ଯ୍ୟାତ୍ମକ ସ୍ୱାୟତଃତା ବୃଦ୍ଧି, ନୂତନ ଅଭିବୃଦ୍ଧି ଦକ୍ଷତା ହାସଲ ଓ ନବାଚାର ପାଇଁ ୧୬.୦୬.୨୦୨୧ରେ ହୋଇଥିବା ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ ଓଏଫବିର ଉତ୍ପାଦନ ୟୁନିଟଗୁଡିକୁ ୭ଟି ରାଷ୍ଟ୍ରାୟତ ସଂସ୍ଥାରେ ପରିଣତ କରିବା ପାଇଁ ଅନୁମୋଦନ ମିଳିଛି ।

ଏହି ସୂଚନା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଆଜି ରାଜ୍ୟସଭାରେ ଶ୍ରୀ ଏଲାମାରାମ କରିମଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି ।  

 

SR



(Release ID: 1739263) Visitor Counter : 145