ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୧.୫୪ କୋଟିକୁ ଅତିକ୍ରମ କରିଛି

ସୁସ୍ଥତା ହାର ୯୭.୩୬%କୁ ବୃଦ୍ଧି ପାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୦୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା (୪,୦୭,୧୭୦) ଏବେ ମୋଟ ମାମଲାର ୧.୩୦% ରହିଛି

ଗତ ୩୦ ଦିନ ଧରି ଦୈନିକ ପଜିଟିଭିଟି ହାର (୨.୨୭%) ୩%ରୁ ତଳେ ରହିଛି

Posted On: 21 JUL 2021 10:10AM by PIB Bhubaneshwar

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୧.୫୪ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୫୧,୩୬,୫୯୦ ସେସନେରେ ମୋଟ ୪୧,୫୪,୭୨,୪୫୫ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪,୨୫,୪୪୬ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,75,614

2nd Dose

75,96,053

FLWs

1st Dose

1,78,16,402

2nd Dose

1,05,07,207

Age Group 18-44 years

1st Dose

12,93,89,636

2nd Dose

52,18,414

Age Group 45-59 years

1st Dose

9,86,55,036

2nd Dose

3,11,44,936

Over 60 years

1st Dose

7,25,79,524

2nd Dose

3,22,89,633

Total

41,54,72,455

୨୦୨୧ ଜୁନ ୨୧ ତାରିଖରୁ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୩,୦୩,୯୦,୬୮୭ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୬,୯୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୭.୩୬% ରହିଛି ଏବଂ ଏହା କ୍ରମେ ଉଦ୍ଧ୍ୱର୍ମୁଖୀ ରହିଛି ।

ଭାରତରେ ଗତ ୨୪ ଘଣ୍ଟାରେ ୪୨,୦୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଦିନ ହେବ ଦେଶରେ ୫୦ ହଜାରରୁ କମ୍ ଦୈନିକ ମାମଲା ଆସୁଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଆଜି ସକ୍ରିୟ କରୋନା ମାମଲା ୪,୦୭,୧୭୦ ରହିଛି ଏବଂ ଏହା ଦେଶର ମୋଟ ପଜିଟିଭ ମାମଲାର ୧.୩୦% ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୮,୫୨,୧୪୦ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୪.୯୧ କୋଟି (୪୪,୯୧,୯୩,୨୭୩)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ଅନ୍ୟ ପକ୍ଷରେ ଆଜି ସାପ୍ତାହିକ ପଜିଟିଭିଟି ହାର ୨.୦୯% ଏବଂ ଦୈନିକ ପଜିଟିଭିଟି ହାର ୨.୨୭% ରହିଛି । ଦୈନିକ ପଜିଟିଭିଟି ହାର ଗତ ୩୦ ଦିନ ଧରି ୩% ତଳେ ରହିଛି ଏବଂ ଗତ ୪୪ ଦିନ ଧରି ୫% ତଳେ ରହିଛି ।

SR



(Release ID: 1737565) Visitor Counter : 181