କ୍ୟାବିନେଟ

ନ୍ୟାୟପାଳିକାର ଭିତ୍ତିଭୂମି ଢାଞ୍ଚା ସହିତ ସଂଶ୍ଳିଷ୍ଟ ସୁବିଧାଗୁଡ଼ିକର ବିକାଶ ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏଏସଏସ)କୁ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ଥିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ମଞ୍ଜୁରୀ ପ୍ରଦାନ

• ଏଥିପାଇଁ ମୋଟ ୯,୦୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ସରକାରଙ୍କ ଭାଗ ୫,୩୫୭ କୋଟି ଟଙ୍କା ହେବ
• ନ୍ୟାୟ ପ୍ରଦାନ କରୁଥିବା ଏବଂ ଆଇନଗତ ସଂସ୍କାର ସହିତ ସଂଶ୍ଳିଷ୍ଟ ଏକ ରାଷ୍ଟ୍ରୀୟ ମିଶନ ମାଧ୍ୟମରେ ଗ୍ରାମାଞ୍ଚଳ ନ୍ୟାୟାଳୟ ଯୋଜନାକୁ ମିଶନ ମୋଡରେ ପ୍ରବର୍ତ୍ତନ କରାଯିବ ।

Posted On: 14 JUL 2021 4:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନ୍ୟାୟପାଳିକା ନିମନ୍ତେ ଭିତ୍ତିଭୂମି ଢାଞ୍ଚା ସହିତ ସଂଶ୍ଳିଷ୍ଟ ସୁବିଧାଗୁଡ଼ିକର ବିକାଶ ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)କୁ ଏପ୍ରିଲ ୦୧, ୨୦୨୧ ଠାରୁ ମାର୍ଚ୍ଚ ୩୧ ୨୦୨୬ ପର୍ଯ୍ୟନ୍ତ ଆଉ ପାଞ୍ଚବର୍ଷ ଜାରି ରଖିବା ସକାଶେ ଥିବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରୂପାୟନ କରିବା ସକାଶେ ବ୍ୟୟ ହେବାକୁ ଥିବା ମୋଟ ୯,୦୦୦ କୋଟି ଟଙ୍କାରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦକୁ ୫,୩୫୭ କୋଟି ଟଙ୍କା ବ୍ୟୟ କରିବେ । ଏହା ଦ୍ୱାରା ଗ୍ରାମାଞ୍ଚଳ ନ୍ୟାୟାଳୟ ଯୋଜନା ଏବଂ ନ୍ୟାୟ ପ୍ରଦାନ ତଥା ଆଇନଗତ ସଂସ୍କାର ସହିତ ସଂଶ୍ଳିଷ୍ଟ ଏକ ରାଷ୍ଟ୍ରୀୟ ମିଶନ ମାଧ୍ୟମରେ ମିଶନ ମୋଡ଼ରେ ଏହି ଯୋଜନାକୁ କାର୍ଯ୍ୟାନ୍ୱିତ କରିବା ଲାଗି ୫୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।

ଆବଶ୍ୟକ ସ୍ଥାନ ଉପଲବ୍ଧ ନଥିବା ସହିତ କେତେକ ନ୍ୟାୟାଳୟ ଏବେ ସୁଦ୍ଧା ଭଡ଼ାଘର ପରିସରରେ କାର୍ଯ୍ୟ କରୁଛି ଏବଂ ସେଥି ମଧ୍ୟରୁ କେତେକରେ ଭିତ୍ତିଭୂମି ସୁବିଧା ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି । ସମସ୍ତ ନ୍ୟାୟିକ ଅଧିକାରୀଙ୍କୁ ଆବାସୀୟ ସୁବିଧାର ଅଭାବରୁ ସେମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ବର୍ତ୍ତମାନ ସରକାର ନ୍ୟାୟ ପ୍ରଶାସନର ସୁବିଧା ନିମନ୍ତେ ଅଧୀନସ୍ଥ ନ୍ୟାୟପାଳିକାକୁ ଉତ୍ତମ ରୂପେ ସୁସଜ୍ଜିତ ନ୍ୟାୟିକ ଭିତ୍ତିଭୂମି ସଂରଚନା ପ୍ରଦାନ କରିବାର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ରହିଆସିଛନ୍ତି । ଏହିସବୁ ସୁବିଧା ଉପଳବ୍ଧ ହେଲେ ସାଧାରଣ ଲୋକଙ୍କୁ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ସହଜସାଧ୍ୟ ହୋଇପାରିବ ଓ ସେମାନଙ୍କୁ ଉଚିତ ସମୟରେ ମଧ୍ୟ ନ୍ୟାୟ ମିଳିପାରିବ । ନ୍ୟାୟାଳୟମାନଙ୍କରେ ଦୀର୍ଘ ସମୟ ଧରି ପୁରୁଣା ମାମଲାଗୁଡ଼ିକ ପଡ଼ିରହୁଛି । ତାହାକୁ କମ୍‍ କରିବା ନିମନ୍ତେ ପର୍ଯ୍ୟାପ୍ତ ନ୍ୟାୟିକ ଭିତ୍ତିଭୂମି ଢାଞ୍ଚା ପ୍ରସ୍ତୁତ କରିବା ଏକାନ୍ତ ଜରୁରି ।

ଏଭଳି ପ୍ରସ୍ତାବ ଦ୍ୱାର ଜିଲ୍ଲା ଏବଂ ଅଧସ୍ତନ ନ୍ୟାୟାଳୟଗୁଡ଼ିକର ନ୍ୟାୟିକ ଅଧିକାରୀମାନଙ୍କ ନିମନ୍ତେ ୩୮୦୦ କୋର୍ଟ ହଲ୍‍ ଏବଂ ୪୦୦୦ ଆବାସୀୟ ୟୁନିଟ୍‍ (ନୂତନ ତଥା ବର୍ତ୍ତମାନ ଚାଲୁଥିବା, ଉଭୟ କିଷମର ପରିଯୋଜନାଗୁଡ଼ିକ), ଓକିଲମାନଙ୍କ ନିମନ୍ତେ ୧୪୫୦ଟି ହଲ୍‍, ୧୪୫୦ଟି ଶୌଚାଳୟ ପରିସର ଏବଂ ୩୮୦୦ ଡିଜିଟାଲ କମ୍ପ୍ୟୁଟର କକ୍ଷର ନିର୍ମାଣକୁ ସହାୟତା ମିଳିବ । ଏହା ଦେଶରେ ନ୍ୟାୟପାଳିକା ଏବଂ ପ୍ରଦର୍ଶନକୁ ଉତ୍ତମ କରିବାରେ ସହାୟକ ବୋଲି ସାବ୍ୟସ୍ତ ହୋଇପାରିବ ଏବଂ ନୂତନ ଭାରତ ନିର୍ମାଣ ନିମନ୍ତେ ଉତ୍ତମ ନ୍ୟାୟିକ ବ୍ୟବସ୍ଥା ନିର୍ମାଣ ଦିଗରେ ମଧ୍ୟ ଏକ ନୂଆ ପଦକ୍ଷେପ ହୋଇପାରିବ ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ୫୦ କୋଟି ଟଙ୍କାର ମୋଟ ପରିବ୍ୟୟ ସହିତ ୫ ବର୍ଷ ଅବଧି ନିମନ୍ତେ ଆବର୍ତ୍ତି ଏବଂ ଅନାବର୍ତ୍ତି ଅନୁଦାନକୁ ପ୍ରମାଣିକ କରି ଗ୍ରାମାଞ୍ଚଳ ନ୍ୟାୟାଳୟକୁ ସମର୍ଥନ ଦେବା ନିମନ୍ତେ ଥିବା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି । ସମ୍ପ୍ରତି, ଅଧିସୂଚୀତ ଗ୍ରାମାଞ୍ଚଳ ନ୍ୟାୟାଳୟଗୁଡ଼ିକୁ ସଂଚାଳନ ଆରମ୍ଭ ହେବା ଓ ନ୍ୟାୟ ବିଭାଗର ଗ୍ରାମାଞ୍ଚଳ ନ୍ୟୟାଳଳୟ ପୋର୍ଟାଲ ଉପରେ ନ୍ୟାୟିକ ଅଧିକାରୀମାନଙ୍କୁ ନିଯୁକ୍ତି କରାଯିବା ଏବଂ ଏ ସଂପର୍କରେ ରିପୋର୍ଟ ମିଳିବା ପରେ ହିଁ ରାଜ୍ୟମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ଏକ ବର୍ଷ ପରେ ଏହାର ଆକଳନ କରାଯିବ ଯେ ଗ୍ରାମାଞ୍ଚଳ ନ୍ୟାୟାଳୟ ଯୋଜନା ଗ୍ରାମୀଣ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କୁ ତ୍ୱରିତ ଏବଂ ଫାଇଦା ହେବା ଭଳି ନ୍ୟାୟ ପ୍ରଦାନ କରିବାରେ କେତେଦୂର ସକ୍ଷମ ହୋଇପାରିଛି । ସେଥିରୁ ଏହାର ଲକ୍ଷ୍ୟକୁ ସଫଳତାପୂର୍ବକ ହାସଲ କରାଯାଇପାରିଛି କି ନାହିଁ ବିବେଚନା କରାରିବ ।

ଏହି ଯୋଜନାର ପ୍ରମୁଖ୍ୟ ବୈଶିଷ୍ଟ୍ୟ:

ଦେଶର ନ୍ୟାୟପାଳିକା ନିମନ୍ତେ ଭିତ୍ତିଭୂମି ଢାଞ୍ଚା ସହିତ ସଂଶ୍ଳିଷ୍ଟ ସୁବିଧା ସୁଯୋଗର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନା (ସଏସଏସ) ୧୯୯୩-୯୪ ମସିହା ଠାରୁ କାର୍ଯ୍ୟକାରୀ ହୋଇଆସୁଛି। ନ୍ୟାୟାଳୟଗୁଡ଼ିକରେ ଦୀର୍ଘ ସମୟ ଧରି ଏବଂ ପିଛିଲା ମାମଲାଗୁଡ଼କୁ କମ୍‍ କରିବା ନିମନ୍ତେ ପର୍ଯ୍ୟାପ୍ତ ନ୍ୟାୟିକ ଭିତ୍ତିଭୂମି ଢାଞ୍ଚାର ବ୍ୟବସ୍ଥା କରାଯିବା ଏକାନ୍ତ ମହତ୍ତ୍ୱପୂର୍ଣ୍ଣ । ଅଧସ୍ତନ ନ୍ୟାୟପାଳିକା ନିମନ୍ତେ ଭିତ୍ତିଭୂମି ଢାଞ୍ଚାର ବିକାଶର ପ୍ରାଥମିକ ଦାୟିତ୍ୱ ରାଜ୍ୟ ସରକାରଙ୍କର ହୋଇଥିଲେ ସୁଦ୍ଧା, କେନ୍ଦ୍ର ସରକାର ଏହି ସିଏସଏସ ମାଧ୍ୟମରେ ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ନ୍ୟାୟିକ ଅଧିକାରୀମାନଙ୍କୁ (ଜେଓ) ନିମନ୍ତେ ନ୍ୟାୟାଳୟ ଭବନ ଓ ଆବାସିକ କ୍ୱାର୍ଟର୍ସର ନିର୍ମାଣ ନିମନ୍ତେ ରାଜ୍ୟ ସରକାରମାନଙ୍କର ସଂସାଧନ ବୃଦ୍ଧି କରିବେ। ବର୍ତ୍ତମାନର ଏହି ପ୍ରସ୍ତାବ ମାଧ୍ୟମରେ ଓକିଲମାନଙ୍କ ନିମନ୍ତେ ହଲ୍‍, ଶୌଚାଳୟ ପରିସର ଏବଂ ଡିଜିଟାଲ କମ୍ପ୍ୟୁଟର କକ୍ଷର ନିର୍ମାଣ ଭଳି ଅତିରିକ୍ତ କାର୍ଯ୍ୟକ୍ରମର ପ୍ରାବଧାନ କରାଯିବ । ଏହି ଡିଜିଟାଲ ନିଭାଇଡ଼କୁ କମ୍‍ କରିବା ବ୍ୟତୀତ ଓକିଲ ଓ ଲୋକମାନଙ୍କ ସୁବିଧା ବୃଦ୍ଧିରେ ମଧ୍ୟ ଏହା ସୟାୟକ ହୋଇପାରିବ ।

 

ଏହି ଯୋଜନାର ଆରମ୍ଭ ଦିନଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ୨୦ରୁ ଅଧିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ମାର୍ତ ୩,୪୪୪ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହାର ଠିକ୍‍ ବିପରୀତ ଭାବେ ବର୍ତ୍ତମାନର ସରକାର ବିଗତ ସାତ ବର୍ଷ ଭିତରେ ଏପର୍ଯ୍ୟନ୍ତ ୫୨୦୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ଯାହାକି ଏହି କ୍ଷେତ୍ରରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ମୋଟ ମଞ୍ଜୁରୀର ହାରାହାରି ୬୦ ପ୍ରତିଶତ।

ଗ୍ରାମାଞ୍ଚଳ ନ୍ୟାୟାଳୟ ଅଧିନିୟମ,୨୦୦୮ ଯାହାକି ୨୦୦୯ ମସିହା ଅକ୍ଟୋବର ୨ ତାରିଖ ଠାରୁ ଲାଗୁ କରାଯାଇଥିଲା,ତାହା ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ନ୍ୟାୟିକ ପ୍ରଣାଳୀକୁ ତ୍ୱରାନ୍ୱିତ ଏବଂ ଲୋକମାନଙ୍କ ନିକଟରେ ନ୍ୟାୟ ସହଜରେ ପହଞ୍ଚିବା ଉଦ୍ଦେଶ୍ୟରେ ହିଁ ଏଭଳି ଗ୍ରାମାଞ୍ଚଳ ନ୍ୟାୟାଳୟ ସ୍ଥାପନା କରାଯାଇଥିଲା । ଏହିସବୁ ନ୍ୟାୟାଳୟମାନଙ୍କର ସ୍ଥାପନା ନିମନ୍ତେ ଅନାବର୍ତ୍ତି ଖର୍ଚ୍ଚ ସମ୍ପର୍କରେ ପ୍ରାରମ୍ଭିକ ବ୍ୟୟର ବିତ୍ତିୟ ପୋଷଣ ଉଦ୍ଦେଶ୍ୟରେ ଏକ ମଜଭୁତ ଉପାୟ ଭାବେ ଉଭା ହୋଇଛି ଏବଂ ପ୍ରତି ଗ୍ରାମ ନ୍ୟାୟାଳୟ ୧୮.୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ ସହାୟତା ସହିତ ସମାନାନ୍ତର ରୂପେ କେନ୍ଦ୍ରୀୟ ସହାହତାର ଏକ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ଏହି ନ୍ୟାୟାଳୟଗୁଡ଼ିକ ସଂଚାଳନ ପୂର୍ବରୁ ତିନି (୩) ବର୍ଷ ମଧ୍ୟରେ ପ୍ରତି ନ୍ୟାୟାଳୟ ପ୍ରତି ବର୍ଷ ୩.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମା ଅଧୀନରେ ଆବର୍ତ୍ତି ଖର୍ଚକୁ ୫୦ ପ୍ରତିଶତ ହଂଶ ବହନ କରିବାକୁ ମଧ୍ୟ ନିର୍ଣ୍ଣୟ ନିଆଯାଇଛି । ୧୩ଟି ରାଜ୍ୟରେ ୪୫୫ଟି ଗ୍ରାମାଞ୍ଚଳ ନ୍ୟାୟାଳୟଙ୍କୁ ଅଧିସୂଚୀତ କରିବା ନିମନ୍ତେ ଏହି ଯୋଜନାକୁ ଲାଗୁ କରୁଛନ୍ତି ଯେଉଁଥିରୁ ୨୨୬ଟି ଏବେ କାର୍ଯ୍ୟରତ ଅଛି । ସିଏସଏସ ଯୋଜନାର ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ୮୧.୫୩ କୋଟି ଟଙ୍କା ମଂଜୁର କରାଯାଇଛି ।

୨୦୨୧ ଠାରୁ ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନାର କାର୍ଯ୍ୟାନ୍ୱୟନ ମୋଟ ୯୦୦୦ କୋଟି ଟଙ୍କା ବ୍ୟୟରେ, ଯେଉଁଥିରେ ଗ୍ରାମାଞ୍ଚଳ ନ୍ୟାୟାଳୟ ଯୋଜନା ନିମନ୍ତେ ଆବଣ୍ଟିତ ୫୦ କୋଟି ଟଙ୍କାର ରାଶି ସମେତ ମୋଟ ୫,୩୫୭ କୋଟି ଟଙ୍କାକୁ ସ୍ୱୀକୃତ ପରିବ୍ୟୟ ସହିତ କେନ୍ଦ୍ର ସରକାରଙ୍କ ଅଂଶ ଭାବେ ସାମିଲ କରାଯାଇଛି । ଏପ୍ରିଲ ୦୧,୨୦୨୧ ଠାରୁ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ନିମନ୍ତେ ନିମ୍ନଲିଖିତ କାର୍ଯ୍ୟକ୍ରମରେ ଏହି ଅର୍ଥ ବ୍ୟୟ କରାଯିବ ।

କ)ମୋଟ ୪୫୦୦ କୋଟି ଟଙ୍କା ବ୍ୟୟରେ ଦେଶର ସମସ୍ତ ଜିଲ୍ଲା ଏବଂ ଅଧୀନସ୍ଥ ନ୍ୟୟାଳୟମାନଙ୍କର ସମସ୍ତ ଜିଲ୍ଲା ଓ ଅଧୀନସ୍ଥ ନ୍ୟାୟାଳୟର ନ୍ୟାୟିକ ଅଧିକାରୀମାନଙ୍କୁ( ଜେଓ) ନିମନ୍ତେ ୩୮୦୦ କୋର୍ଟ ହଲ୍‍ ଏବଂ ୪୦୦୦ ଆବାସୀୟ ୟୁନିଟ୍‍ ନିର୍ମାଣ ।

ଖ)ମୋଟ ୭୦୦ କୋଟି ଟଙ୍କା ବ୍ୟୟରେ ସମସ୍ତ ଜିଲ୍ଲା ଏବଂ ଅଧୀନସ୍ଥ ନ୍ୟାୟାଳୟମାନଙ୍କରେ ଓକିଲମାନଙ୍କ ନିମନ୍ତେ  ୧୪୫୦ଟି ହଲ୍‍ ନିର୍ମାଣ ।

ଗ)ମୋଟ ୪୭ କୋଟି ଟଙ୍କା ବ୍ୟୟରେ ସମସ୍ତ ଜିଲ୍ଲା ଏବଂ ଅଧୀନସ୍ଥ ନ୍ୟାୟାଳୟମାନଙ୍କରେ ୧୪୫୦ଟି ଶୌଚାଳୟ ପରିସର ନିର୍ମାଣ ।

ଘ)ମୋଟ ୬୦ କୋଟି ଟଙ୍କା ବ୍ୟୟରେ ସମସ୍ତ ଜିଲ୍ଲା ଓ ଅଧୀନସ୍ଥ ନ୍ୟାୟାଳୟମାନଙ୍କରେ ମୋଟ ୩୮୦୦ଟି ଡ଼ିଜିଟାଲ କମ୍ପ୍ୟୁଟର କକ୍ଷ ନିର୍ମାଣ ।

ଙ)ମୋଟ ୫୦ କୋଟି ଟଙ୍କା ବ୍ୟୟ ସହିତ ଏହି ଯୋଜନାକୁ ଲାଗ କରୁଥିବା ରାଜ୍ୟମାନଙ୍କର ଗ୍ରାମୀଣ ନ୍ୟାୟାଳୟର ସଂଚାଳନ ।

ଏହି ଯୋଜନାର ପରିଚାଳନା:

କ)ନ୍ୟାୟିକ ବିଭାଗ ଦ୍ୱାରା ଏକ ଅନଲାଇନ୍‍ ନିରୀକ୍ଷଣ ପ୍ରଣାଳୀର ସ୍ଥାପନ କରାଯାଇଛି ଯାହା ପ୍ରଗତି, ନିର୍ମାଣାଧୀନ କୋର୍ଟ ହଲ୍‍ ଏବଂ ଆବାସୀୟ ୟୁନିଟ୍‍ ସଂପୂର୍ଣ୍ଣ ହେବା ସମ୍ପର୍କୀତ ସମସ୍ତ ଡାଟା ସଂଗ୍ରହ କରିବା ସହିତ ଉତ୍ତର ପରିସମ୍ପତ୍ତି ପ୍ରବନ୍ଧନକୁ ସକ୍ଷମ କରାଇବ ।

ଖ)ନ୍ୟାୟ ବିଭାଗ ଇସ୍ରୋର ପ୍ରଯୁକ୍ତିର ସହାୟତା ନେଇ ଏକ ଅନଲାଇନ୍‍ ନିରୀକ୍ଷଣ ପ୍ରଣାଳୀର ବିକାଶ ଘଟାଇଛି। ଉନ୍ନତ ନ୍ୟାୟ ବିକାଶ- ୨.୦ୱେବ୍‍ ପୋର୍ଟରାଲ ଏବଂ ମୋବାଇଲ୍‍ ଏପ୍ଲିକେଶନ୍‍ର ଉପଯୋଗ ସଂପୂର୍ଣ୍ଣ ହୋଇସାରିଛି ଏବଂ ଜାରି ରହିଥିବା ପରିଯୋଜନାଗୁଡ଼ିକୁ ଜିଓ- ଟ୍ୟାଗିଂ ଦ୍ୱାର ସିଏସଏସ ନ୍ୟାୟିକ ଭିତ୍ତିଭୂମି ଢାଞ୍ଚା ସହିତ ସଂଶ୍ଳିଷ୍ଟ ପରିଯୋଜନାଗୁଡ଼ିକର ବାସ୍ତବିକ ଓ ବିତ୍ତୀୟ ପ୍ରଗତି ଉପରେ ନଜର ରଖିବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ପରିଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନର ସ୍ଥିତିର ସମୀକ୍ଷା କରିବା ନିମନ୍ତେ ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ଏବଂ ଉଚ୍ଚ ନ୍ୟାୟାଳୟର ପ୍ରତିନିଧିମାନଙ୍କୁ ପ୍ରତି ତିନିମାସରେ ସମୀକ୍ଷା ବୈଠକର ଆୟୋଜନ କରାଯାଉଛି ।

ଗ)ତ୍ୱରିତ ଏବଂ ଉତ୍ତମ ନିର୍ମାଣକୁ ସମ୍ଭବ କରିପା ଉଦ୍ଦେଶ୍ୟରେ ନିରୀକ୍ଷଣ କମିଟିକୁ ନିୟମିତ ରାଜ୍ୟ ସ୍ତରୀୟ ବୈଠକ ବିଭିନ୍ନ ଉଚ୍ଚ ନ୍ୟାୟାଳୟ, ରାଜ୍ୟମାନଙ୍କ ଦ୍ୱାର ରାଜ୍ୟର ମୁଖ୍ୟ ଶାସନସଚିବ ଏବଂ କୋଠାବାଡ଼ି ନିର୍ମାଣ ବିଭାଗର ଅଧିକାରୀମାନଙ୍କ ସହିତ ଆୟୋଜନ କରାଯାଉଛି ।

ଘ)ଗ୍ରାମୀଣ ନ୍ୟାୟାଳୟ ପୋର୍ଟାଲ ଏହି ଯୋଜନାକୁ ଲାଗୁ କରୁଥିବା ରାଜ୍ୟମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ନ୍ୟାୟାଳୟଗୁଡ଼ିକର କାର୍ଯ୍ୟଧାରାର ଅନଲାଇନ ନିରୀକ୍ଷଣରେ ସହାୟକ କରୁଛି ।

ଏହି ଯୋଜନାର ସୁଫଳ:

ଏହି ସିଏସଏସ ଯୋଜନା ସଂପୂର୍ଣ୍ଣ ଦେଶରେ ଜିଲ୍ଲା ଏବଂ ଅଧୀନସ୍ଥ ନ୍ୟାୟାଳୟର ନ୍ୟାୟାଧୀଶ/ ନ୍ୟାୟିକ ଅଧିକାରୀମାନଙ୍କୁ ସୁସଜ୍ଜିତ କୋର୍ଟ ହଲ୍‍ ଏବଂ ଆବାସୀୟ ସୁବିଧା ଉପଲବ୍ଧ ବୃଦ୍ଧି କରିବ । ଏହି ଯୋଜନା ମାଧ୍ୟମରେ ନ୍ୟାୟାଳୟଗୁଡ଼ିକୁ ଉତ୍ତମ ସୁବିଧା ପ୍ରଦାନ କରାଯାଉଛି ଯଦ୍ୱାରା ନ୍ୟାୟପାଳିକା ଏବଂ ଓକିଲ ଉଭୟଙ୍କ ନିମନ୍ତେ ସୁବିଧାଜନକ ସ୍ଥିତି ସୃଷ୍ଟି ହୋଇପାରିବ ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ମଧ୍ୟ ଅଧିକ ସରଳ କରାଯାଇପାରିବ । ଡିଜିଟାଲ କମ୍ପୁଟର କକ୍ଷର ସ୍ଥାପନା ଦ୍ୱାରା ଡିଜିଟାଲ କ୍ଷମତାରେ ସୁଧାର ଆସିବ ଏବଂ ଭାରତ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣର ଏକ ଅଙ୍ଗ ଭାବେ ଡିଜିଟାଲୀକରଣର ଶୁଭାରମ୍ଭକୁ ପ୍ରୋତ୍ସାହନ ମିଳିବ । ଏହା ଦ୍ୱାରା ନ୍ୟାୟପାଳିକାର ସମଗ୍ର କାର୍ଯ୍ୟ ଏବଂ ପ୍ରଦର୍ଶନରେ ସୁଧାର ଆସିବା କାର୍ଯ୍ୟ ସରଳ ହେବ । ଗ୍ରାମୀଣ ନ୍ୟାୟାଳୟଗୁଡ଼ିକୁ ଦିଆଯିବାକୁ ଥିବା ନିରନ୍ତର ସହାୟତା ସାଧାରଣ ନାଗରିକଙ୍କ ଦ୍ୱାରଦେଶରେ ତ୍ୱରିତ, ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ନ୍ୟାୟ ଉପଲବ୍ଧ କରିବା ଦିଗରେ ମଧ୍ୟ ପ୍ରୋତ୍ସାହନ ମିଳିବ ।

 

****

SS

 



(Release ID: 1735805) Visitor Counter : 214