ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ଯୋଜନାଗୁଡ଼ିକର ସଂଶୋଧନ ତଥା ୫୪,୬୧୮ କୋଟି ଟଙ୍କାର ନିବେଶ ସଂଗ୍ରହ ନିମନ୍ତେ ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି

Posted On: 14 JUL 2021 4:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଚି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆରମ୍ଭ କରାଯିବ । ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍‍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ ନିବେଶ ସଂଗ୍ରହ କରିବା ନିମନ୍ତେ ୯୮୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଆର୍ଥିକ ପ୍ରଭାବ:

କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୯୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯାହା ଏହିସବୁ ଯୋଜାଗୁଡ଼ିକରେ ହିଁ ବ୍ୟୟ କରାଯିବ । ଏହା ଦ୍ୱାରା ପଶୁପାଳନ କ୍ଷେତ୍ରରେ ମୋଟ ୫୪,୬୧୮ କୋଟି ଟଙ୍କା ନିବେଶ ଜୁଟାଇବା ଦିଗରେ ସହାୟକ ହେବ । ଏଥିରେ ରାଜ୍ୟ ସରକାରମାନଙ୍କ, ରାଜ୍ୟ ସହକାରୀତାଗଣ, ଆର୍ଥିକ ସଂସ୍ଥାନ, ବାହ୍ୟ ଆର୍ଥିକ ଏଜେନ୍ସି ଏବଂ ଅନ୍ୟ ହିତଧାରକମାନଙ୍କ ନିବେଶ ସାମିଲ ।

ବିବରଣୀ:         

ଏହି ଆର୍ଥିକ ପ୍ରୋତ୍ସାହନ ଆଧାରର ବିଭାଗର ସମସ୍ତ ଯୋଜନାକୁ ତିନିଗୋଟି ବୃହତ୍‍ ବିକାଶ ଯୋଜନାରେ ଶ୍ରେଣୀଭୁକ୍ତ କରାଯିବ । ସେଥିରେ ରାଷ୍ଟ୍ରୀୟ ଗୋକୁଳ ମିଶନ୍‍, ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ (ଏନପିଡ଼ିଡ଼ି), ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ (ଏନଏଲଏମ) ଏବଂ ପ୍ରାଣୀଧନ ଗଣନା ତଥା ଏକୀକୃତ ନମୁନା ସର୍ବେକ୍ଷଣ (ଏଲସି- ଏଣ୍ଡ୍‍ ଆଇଏସଏସ)କୁ ଉପଯୋଜନାଗୁଡ଼ିକ ଆଧାରରେ ସାମିଲ କରାଯାଇଛି । ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ନାମ ବଦଳାଯାଇ ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏଡିସିପି) ରଖାଯାଇଛି । ଏଥିରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ଯୋଗ ନିୟନ୍ତ୍ରଣକୁ ସାମିଲ କରାଯାଇଛି, କିନ୍ତୁ ଏଥି ସହିତ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅବସଂରଚନା ବିକାଶ ନିଧିକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପଶୁପାଳନ ଅବସଂରଚନା ବିକାଶ ନିଧି (ଏଏଚଆଇଡ଼ିଏଫ) ଏବଂ ଡାଏରୀ ଅବସଂରଚନା ବିକାଶ ନିଧି (ଡିଆଇଡିଏଫ)କୁ ପରସ୍ପର ସହିତ ମିଶାଇ ଦିଆଯାଇଛି । ଏହିଭଳି ଭାବେ ଅବସଂରଚନା ବିକାଶ ନିଧି ପ୍ରସ୍ତୁତ କରାଯାଇଛି । ଡାଏରୀ ଗତିବିଧିମାନଙ୍କରେ ସଂଲଗ୍ନ ଡାଏରୀ ସହକାରୀତା ଏବଂ କୃଷକ ଉତ୍ପାଦନ ସଂଗଠନଗୁଡ଼ିକୁ ମଧ୍ୟ ଏହିଭଳି ଭାବେ ତୃତୀୟ ବର୍ଗ ଭାବେ ସାମିଲ କରାଯାଇଛି ଯଦ୍ୱାରା ଡାଏରୀ ସହକାରୀତାଗୁଡ଼ିକୁ ସହାୟତା ମିଳିପାରିବ ।

ପ୍ରଭାବ:

ଋାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ସ୍ୱଦେଶୀ ପ୍ରଜାତିର ବିକାଶ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମକୁ ସହାୟତା ମିଳିପାରିବ । ଏହାଦ୍ୱାରା ଗାଁର ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆସିପାରିବ । ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ ଯୋଜନା (ଏନପିଡ଼ିଡ଼ି)ର ଲକ୍ଷ୍ୟ ମୋଟରେ ପ୍ରାୟ ୮୯୦୦ କୁଲର ଲଗାଯିବ ଯେଉଁଥିରେ କି ଦୁଗ୍ଧ ସଂରକ୍ଷଣ କରାଯାଇପାରିବ । ଏଭଳି ପଦକ୍ଷେପ ଦ୍ୱାରା ଆଠଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦନଙ୍କୁ ଫାଇଦା ମିଳିବ ଏବଂ ୨୦ ଏଲଏଲପିଡ଼ି ଦୁଧର ଅତିରିକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ । ଏନପିଡ଼ିଡ଼ି ଅଧୀରେ ଜାପାନ ଇଣ୍ଟରନ୍ୟାସନାଲକୁ କାର୍ଯ୍ୟକାରୀ ଏଜେନ୍ସି (ଜିଆଇସିଏ) ରୁ ଆର୍ଥିକ ସହାୟତା ପ୍ରାପ୍ତ ହେବ ଯାହାଫଳରେ ଦେଶର ୪୫୦୦ ଗ୍ରାମରେ ନୂତନ ଅବସଂରଚନାର ନିର୍ମାଣ ହେବ ଏବଂ ଗାଁଗୁଡ଼ିକ ଅଧିକ ଶକ୍ତିସମ୍ପନ୍ନ ହୋଇପାରିବେ ।

 

*****

SS



(Release ID: 1735657) Visitor Counter : 178